ଏଣିକି ବଜାରରୁ ଫ୍ରି ଅଫରରେ କିଣୁଥିବା ଜିନିଷ ଉପରେ ଲାଗିବ ଟ୍ୟାକ୍ସ । ସାମ୍ପୋ ଏବଂ ଟୁଥପେଷ୍ଟରେ ମିଳୁଥିବା ସାମ୍ପୁଲ ଏବଂ ଫ୍ରି ଜିନିଷକୁ କରାଯିବ ଜିଏସଟି ଭୁକ୍ତ। କାରଣ ମାଗଣା ଜିନିଷ ଗୁଡିକୁ ବିନା ଟ୍ୟାକ୍ସରେ ଦେବାଫଳରେ ସରକାରଙ୍କ ରାଜସ୍ୱ କ୍ଷତି ହେଉଥିବାରୁ ଏହା ଉପରେ ଟ୍ୟାକ୍ସ ବସାଇବା ପାଇଁ ଯୋଜନା କରୁଛନ୍ତି ସରକାର। ପୂର୍ବରୁ ଫ୍ରି ଥିବା ଜିନିଷକୁ କିଣିଲେ ତା ଉପରେ କୌଣସି କର ଲାଗୁନଥିଲା। କିନ୍ତୁ ଖୁବ୍ଶୀଘ୍ର ଏହି ନିୟମ ବଦଳିଯାଇପାରେ।
ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ଅନୁସାରେ, କେନ୍ଦ୍ର ଅପ୍ରତ୍ୟକ୍ଷ କର ବୋର୍ଡ ଏବଂ ଗ୍ରାହକ ଏବେ ଫ୍ରି ପ୍ରଡକ୍ଟ ଉପରେ ପର୍ସନାଲ ସ୍କିମ ଅନୁଯାୟୀ ଟ୍ୟାକ୍ସ ଦେବେ କି ନାହିଁ ତାହା ଉତ୍ପାଦକମାନଙ୍କୁ ପଚାରିପାରିବେ। ସେ ଏହା ମଧ୍ୟ କହିଛନ୍ତି ମାଗଣା ଜିନିଷ ଗୁଡିକୁ ବିନା ଟ୍ୟାକ୍ସରେ ଦେବାଫଳରେ ସରକାରଙ୍କ ରାଜସ୍ୱ କ୍ଷତି ହେଉଛି। ତେଣୁ ଫ୍ରିରେ ଦିଆଯାଉଥିବା ଜିନିଷ ଉପରେ କର ଲଗାଇବା ପାଇଁ ସରାକାର ଉଦ୍ୟମ କରୁଛନ୍ତି।
/sambad/media/post_attachments/wp-content/uploads/2018/07/Macedonia_Refugee-Crisis_Hygiene-Kits-300x200.jpg)
ସୂଚନା ଅନୁଯାୟୀ, ଗତ କିଛି ଦିନ ପୂର୍ବରୁ ଉତ୍ପାଦନକାରୀମାନଙ୍କ ପାଖରେ ମହଜୁଦ ରହୁଥିବା ପ୍ରତିଟି ଜିନିଷର ଫ୍ରି ସାମ୍ପୁଲ ଉପରେ କିପରି କର ଲାଗୁନାହିଁ ତା ଉପରେ ଆୟକର ବିଭାଗ ଉତ୍ପାଦନକାରୀଙ୍କୁ ଏକ ପ୍ରଶ୍ନ କରିଥିଲା। ପରେ ସିବିଆଇସି ତରଫରୁ ଏକ ନିର୍ଦେଶ ଜାରି କରାଗଲା, ଯେଉଁଥିରେ ଉଲ୍ଲେଖଥିଲା ଇନପୁଟ ଟ୍ୟାକ୍ସକୁ କ୍ରେଡିଟ ଫ୍ରି ସାମ୍ପୁଲ ମାମଲାରେ ପୂନର୍ବାର ଜୋଡିଦିଆଯାଇଛି ।
ଡିସ୍କାଉଣ୍ଟ ଦେଉଥିଲେ ସାବଧାନ
ଯଦି ନୂଆ ନିୟମ ଲାଗୁ କରାଯାଏ ତେବେ ଗ୍ରାହକମାନଙ୍କୁ ମିଳୁଥିବା ଫ୍ରି ଜିନିଷ ଉପରେ ମଧ୍ୟ କର ଦେବାକୁ ପଡିବ। କନ୍ସଲଟେନ୍ସି ଗ୍ରାଣ୍ଟ ଥର୍ନଟନ ଇଣ୍ଡିଆରେ ରିଟେଲ ପାର୍ଟନର ଧନରାଜ ଭଗତଙ୍କ କହିବା ଅନୁସାରେ ଏହି ନିୟମର ପାଳନ କରିବା ଏକ କଷ୍ଟକର କଥା ହୋଇପାରେ। କିନ୍ତୁ ଦେଖିବାକୁ ପଡିବ ଜିଏସଟିରେ କେତେ କର ଜମା ହୋଇପାରୁଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/07/free-final.jpg)