ଟ୍ରେନ୍‌ ତଳେ ଥିଲେ ରେଳବାଇ ଗାର୍ଡ ହଠାତ୍‌ ଚାଲିଲା ଟ୍ରେନ୍‌ , ଜାଣନ୍ତୁ ତାପରେ କ’ଣ ହେଲା

କୋଲକାତା : କୋଲକାତାର ହାଓ୍ଵଡାରୁ ପଶ୍ଚିମବଙ୍ଗର ସମୁଦ୍ରତଟବର୍ତ୍ତୀ ଅଞ୍ଚଳ ଦୀଘା ଯାଏଁ ଗତି କରୁଥିବା ଦୂରନ୍ତ ଏକ୍ସପ୍ରେସର ଜଣେ ଗାର୍ଡ,ସେତେବେଳେ ନିଶ୍ଚିତ ମୃତ୍ୟୁରୁ ବଞ୍ଚିଗଲେ,ଯେତେବେଳେ ଏକ କୋଚ୍‌ ତଳେ ଥିଲେ। ଟ୍ରେନ ତଳେ ଥିବା ବେଳେ ହଠାତ୍‌ ଡ୍ରାଇଭର୍‌ ଟ୍ରେନ୍‌ ଚଳାଇ ଦେଇଥିଲେ। ଘଟଣା ଶୁକ୍ରବାର ଦିନ ଘଟିଥିଲା। ସେ ସଂପର୍କରେ ଅଧିକ ତଦନ୍ତ ଲାଗି ରେଳବାଇ କର୍ତ୍ତୃପକ୍ଷ ଶନିବାର ଦିନ ନିର୍ଦ୍ଦେଶ ଦେଇଛନ୍ତି।
ଦକ୍ଷିଣ ପୂର୍ବ ରେଳବାଇର ମୁଖ୍ୟ ଲୋକ ସଂପର୍କ ଅଧିକାରୀ ସଂଜୟ ଘୋଷ କହିଛନ୍ତି ଯେ ଏହି ଟ୍ରେନ୍‌ ହାଓ୍ଵଡା ଷ୍ଟେସନରେ ଠିଆ ହୋଇଥିଲା। ସେହି ସମୟରେ ହଠାତ୍‌ ଟ୍ରେନର ଭ୍ୟାକ୍ୟୁମ୍‌ ପାଇପ୍‌ ଖୋଲିଗଲା। ଟ୍ରେନ୍‌ର ଗାର୍ଡ କୋଚ୍‌ ତଳକୁ ଯାଇ ପାଇପ୍‌କୁ ଯୋଡୁଥିଲେ।


ସେହି ସମୟରେ ଡ୍ରାଇଭର ଟ୍ରେନ ଚଳାଇ ଦେଇଥିଲେ। ଗାର୍ଡ କୌଣସିମତେ ସେହି ପାଇପ୍‌ରେ ଲଟକି ଗଲେ। ସେଠାରେ ଥିବା ରେଳବାଇ ସୁରକ୍ଷାବଳ(ଆରପିଏଫ)ର ଯବାନ୍‌ମାନେ ଟ୍ରେନର ଡ୍ରାଇଭରଙ୍କୁ ସେ ବିଷୟରେ ତତ୍‌କ୍ଷଣାତ୍‌ ସୂଚନା ଦେଇଥିଲେ। ଏହାପରେ ଡ୍ରାଇଭର ଟ୍ରେନ୍‌କୁ ଅଟକାଇ ଥିଲେ ଓ ତା’ପରେ ଗାର୍ଡ କୋଚ ତଳୁ ଉପରକୁ ଆସିଥିଲେ।

ସମ୍ବନ୍ଧିତ ଖବର