ସୁରଟ: ଲୋକମାନେ ସର୍ବଦା ନିଜ ବିବାହରେ ତାଙ୍କର ସମସ୍ତ ଇଚ୍ଛାକୁ ପୂରା କରିବାକୁ ଚାହିଁ ଥାଆନ୍ତି। ନିକଟରେ ମାଙ୍ଗୋଲୋର୍‌ରେ ବସବାସ କରୁଥିବା ମୋଦିଙ୍କ ସମର୍ଥକ ଥିବା ବର-ବଧୂ ନିଜ ବିବାହ କାର୍ଡରେ ଅତିଥିଙ୍କୁ ଲୋକସଭା ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭୋଟ ଦେବା ପାଇଁ ଅନୁରୋଧ କରିଥିଲେ। ସୋସିଆଲ ମିଡିଆରେ ଏହି ବିବାହ କାର୍ଡ ଭାଇରାଲ ହେବାରେ ଲାଗିଛି ଓ ହ୍ଵାଟସ୍‌ଆପ୍‌ରେ ବି ସେୟାର କରାଯାଉଛି। ଏହି କ୍ରମରେ ସୁରଟରେ ରହୁଥିବା ଆରଜୁ ଓ ଚିନ୍ତନଙ୍କ ବିବାହ ବି କାର୍ଡ ଭାଇରାଲ ହୋଇଛି।

Advertisment

publive-image

ଆରଜୁ ଓ ଚିନ୍ତନ ନିଜ ବିବହା କାର୍ଡକୁ କିଛି ସ୍ୱତନ୍ତ୍ର କରିବାକୁ ଯାଇ ହ୍ଵାଟସ୍‌ ଆପ୍‌ର ଅବିକଳ ନକଲି କରି ବିବାହ ନିମନ୍ତ୍ରଣ କାର୍ଡ ଛାପିଛନ୍ତି। ଚିନ୍ତନ ପେସାରେ ଜଣେ େଓ୍ଵବ ଡିଜାଇନର ଓ ସେ ନିଜେ ଏହି କାର୍ଡକୁ ଡିଜାଇନ୍‌ କରିଛନ୍ତି। ସେ ଏହାର ପୁରା ଶ୍ରେୟ ତାଙ୍କ ଭାବି ପତ୍ନୀ ଚାହତଙ୍କୁ ଦେବାକୁ ଚାହାନ୍ତି। କାର୍ଡଟି ହଳଦିଆ ରଙ୍ଗର ଲଫାପାରେ ରହିଛି। ଯେଉଁଥିରେ ଲେଖାଯାଇଛି ଅନ୍‌ଲକ୍‌ ଇନ୍‌ଭିଟେସନ୍‌। କାର୍ଡ ଭିତରେ ଲେଖା ଯାଇଛି, ଆପଣଙ୍କୁ ଆମର ବିବାହକୁ ଆସିବାର ଅଛି, ନଚେତ ହ୍ଵାଟସ୍‌ ଆପ୍‌ରେ ବ୍ଲକ୍‌ କରି ଦିଆଯିବ।