ଲେସବିଆନ୍‌ ସଂପର୍କ : ଶିଶୁ କନ୍ୟା ସହ ନଦୀକୁ ଡେଇଁ ପଡ଼ିଲେ ଦୁଇ ବିବାହିତା ମହିଳା

ଅହମ୍ମଦାବାଦ: ଦୁଇ ବିବାହିତା ମହିଳା ଗତ ପ୍ରାୟ ଛଅ ମାସ ଧରି ସମଲିଙ୍ଗୀ ସଂପର୍କରେ ଥିଲେ । କିନ୍ତୁ ସେମାନଙ୍କର ଏହି ସଂପର୍କକୁ ସମାଜରେ ବିରୋଧ ହେବାରୁ ଦୁହେଁ ସାବରମତୀ ନଦୀରେ ଝାସ ଦେଇ ପ୍ରାଣ ହରାଇଥିବା ଜଣାଯାଇଛି। ଏହି ମୃତ ମହିଳାଙ୍କ ଭିତରୁ ଜଣେ ହେଲେ ଆଶା ଠକର୍‌ ଯାହାଙ୍କ ବୟସ ହେଲା ୩୦ ବର୍ଷ। ତାଙ୍କର ଦୁଇ ଝିଅ ଅଛନ୍ତି। ସେଥିମଧ୍ୟରୁ ମେଘାର ବୟସ ୩ ବର୍ଷ ଏବଂ ବଡ଼ ଝିଅର ବୟସ ୬ ବର୍ଷ । ଅପରପକ୍ଷରେ ଭାବନାଙ୍କର ଦୁଇ ପୁଅ ଅଛନ୍ତି । ସେମାନଙ୍କର ବୟସ ୧୪ ଏବଂ ୧୩।

photo-times of india

ଆଶା ଓ ଭାବନା ଏକ କାରଖାନାରେ କାମ କରୁଥିଲେ। ସେଠାରେ ସେଦୁହେଁ ଲେସବିଆନ୍‌ ବନି ଯାଇଥିଲେ। ଉଭୟଙ୍କର ସମଲିଙ୍ଗୀ ସଂପର୍କକୁ ପସନ୍ଦ କରୁ ନଥିଲେ ଲୋକେ। କାରଣ ସେଦୁହେଁ ସ୍ୱାମୀ ଏବଂ ପିଲା ଛୁଆଙ୍କୁ ଛାଡି ଅଲଗା ରହୁଥିଲେ। ଲୋକଙ୍କ ବିରୋଧରେ ଅତିଷ୍ଠ ହୋଇ ଏ ଦୁଇ ବିବାହିତା ମହିଳା ଏକ ଧଳା ପେପର୍‌ ପ୍ଲେଟରେ ସୁଇସାଇଡାଲ୍‌ ନୋଟ୍‌ ଲେଖି ଥିଲେ। ମହିଳାଜଣକ ଏକ ଲାଲ ଲିପଷ୍ଟିକରେ ଲେଖିଥିିଲେ ଯେ ସମାଜ ସେଦୁହିଁଙ୍କୁ ବଞ୍ଚିବାକୁ ଦେଉ ନାହିଁ। ଏଣୁ ସେ ଦୁହେଁ ନଦୀରେ ଝାସ ଦେଇ ଆତ୍ମହତ୍ୟା କରୁଛନ୍ତି ଏବଂ ଆର ଜନ୍ମରେ ପୁଣି ମିଶିବେ ବୋଲି ଏଥିରେ ଦର୍ଶାଇଛନ୍ତି। ଆଶା ସାନ ଝିଅ ମେଘାକୁ ଧରି ସାବରମତୀ ନଦୀ ଭିତରକୁ ଡେଇଁଥିଲେ।

ସମ୍ବନ୍ଧିତ ଖବର