ଗୁରୁଗ୍ରାମ: ଆଜିକାଲି ସୋସିଆଲ୍‌ ମିଡିଆ ଯୁଗରେ ଅନେକ ସମୟ‌ରେ ନିଜ ମନର କଥା ବଖାଣିବା ଭାରି ସହଜ ‌ହୋଇଯାଉଛି। ଏବେ ଲିଙ୍କଡିନ୍‌ରେ ନିଜର ଏକ ଅନୁଭୁତିକୁ ବଖାଣି ଚର୍ଚ୍ଚାରେ ଅଛନ୍ତି ଗୁରୁଗ୍ରାମସ୍ଥିତ ଲିଟିଲ୍ ଅଡ୍ ମାର୍କେଟର୍ସର ପ୍ରତିଷ୍ଠାତା କୃତିକା ମାରୱାହା। ସେ ସ୍ୱୀକାର କରିଛନ୍ତି ଯେ ସେ ଆଜି ଜଣେ ଏପରି ବସ୍ ହୋଇ ଯାଇଛନ୍ତି; ଯାହା ସେ କେବେ ହେବାକୁ ଚାହୁଁନଥିଲେ।

Advertisment

ମାରୱାହା ତାଙ୍କ ପୋଷ୍ଟରେ ଜଣେ ସହକର୍ମୀଙ୍କ ଦ୍ୱାରା ରାତି ୯ଟାରେ ଅଫିସ୍‌ କଲ୍‌ ଅଟେଣ୍ଡ୍‌ ନକରିପାରିବାକୁ ନେଇ ତାଙ୍କର ସଚ୍ଚୋଟ ପ୍ରତିକ୍ରିୟା ସେୟାର କରିଛନ୍ତି। ସେ କହିଛନ୍ତି ଯେ କିପରି ଏକ କମ୍ପାନି ଗଠନ କରିବାର ନିରନ୍ତର ପ୍ରୟାସ ଜଣେ ଲିଡର୍‌କୁ ନିଜର କର୍ମଚାରୀଙ୍କ ଭାବନା ଓ କଷ୍ଟଠାରୁ ଦୂରକୁ ନେଇଯାଏ।

Untitled

ରାତି ୯ଟାରେ ସେ ଅଫିସ୍‌ କଲ୍‌ରେ ରହିପାରିବେ ନାହିଁ ବୋଲି କର୍ମଚାରୀ ଜଣକ ପଠାଇଥିବା ଚାଟ୍‌କୁ ମଧ୍ୟ ସେ ସେୟାର୍‌ କରିଛନ୍ତି। ଜଣେ ସହକର୍ମୀଙ୍କ ଏକ ହ୍ୱାଟ୍ସଆପ୍ ମେସେଜ୍ କରି ଲେଖିଛନ୍ତି, ‘‘କର୍ମଚାରୀ ଜଣକ ବୁଝାଇଥିଲେ ଯେ ତାଙ୍କୁ ରାତ୍ରୀଭୋଜନ ପ୍ରସ୍ତୁତ କରିବାକୁ, ତାଙ୍କ ପୁଅକୁ ପରୀକ୍ଷାରେ ସାହାଯ୍ୟ କରିବାକୁ ଏବଂ ରୋଷେଇ ଘରର କାମ ପରିଚାଳନା କରିବାକୁ ପଡ଼ିବ।’’ ଏହା ପରେ ସେ ଇଣ୍ଟର୍‌ନେଟ୍‌ ସମସ୍ୟା ବିଷୟରେ ବି ଉଲ୍ଳେଖ କରିଥିଲେ। ସେ ଘରର ଦାୟିତ୍ୱ ଦର୍ଶାଇ ବିଳମ୍ବିତ ରାତିର କାମ ପାଇଁ କଲ୍ କରିବାକୁ ନମ୍ରତାର ସହିତ ପ୍ରତ୍ୟାଖ୍ୟାନ କରିଥିଲେ।

Untitled

ମାରୱାହାଙ୍କ ପୋଷ୍ଟ ସହିତ ତାଙ୍କ ସହକର୍ମୀଙ୍କଠାରୁ ପାଇଥିବା ହ୍ୱାଟ୍ସଆପ୍ ମେସେଜ୍ ର ଏକ ସ୍କ୍ରିନସଟ୍ ଦେଇଛନ୍ତି। ଏହା ସହ ମାରୱାହା ଲେଖିଛନ୍ତି, ‘‘ମୁଁ ମୋର ନିଜ ଆବଶ୍ୟକତାରେ ଏତେ ବୁଡ଼ି ଯାଇଥିଲି ଯେ ମୁଁ ତାଙ୍କର ବାସ୍ତବତାକୁ ଦେଖିପାରିଲି ନାହିଁ,"। ମାରୱାହା ଆହୁରି ମଧ୍ୟ ସ୍ୱୀକାର କରିଛନ୍ତି ଯେ "ସେହି ବାର୍ତ୍ତା ମୋତେ ଅନୁଭବ କରାଇଲା ଯେ ମୁଁ ଏପରି ଜଣେ ବ୍ୟକ୍ତି ହେବାକୁ ଯାଉଛି; ଯେଉଁ ଭଳି ଭାବରେ ମୁଁ ପରିଚିତ ହେବା ପାଇଁ ପ୍ରସ୍ତୁତ ନଥିଲି।"