ନୂଆଦିଲ୍ଲୀ: ମୁଣ୍ଡରୁ କେଶ ଝଡ଼ିଯିବା ଏବେ ଏକ ସାଧାରଣ କଥା ପାଲଟି ଗଲାଣି। ଏହି କାରଣରୁ କେଶ ପ୍ରତିରୋପଣ(ହେୟାର୍‌ ଟ୍ରାନ୍ସପ୍ଲାଣ୍ଟ୍‌) ବ୍ୟବସାୟ ବି ଖୁବ୍‌ ସକ୍ରିୟ ହେବାରେ ଲାଗିଛି। ଭିନ୍ନ ଭିନ୍ନ ସ୍ଥାନରେ କେଶ ପ୍ରତି‌ରୋପଣର ଦର ଅଲଗା ରହିଛି। ଏହାର ଦର ୧ ହଜାରରୁ ନେଇ ୧ ଲକ୍ଷ ପର୍ଯ୍ୟନ୍ତ ରହିିଛି। ‌ତେବେ ଏହି କେଶ ପ୍ରତିରୋପଣ ପାଇଁ ତୁର୍କୀ ସବୁଠାରୁ ଭଲ ଦେଶ ସାବ୍ୟସ୍ତ ହୋଇଛି। ଏଠାରେ ଚଳନୀୟ ଦର ସହିତ ଭଲ ସେବା ମିଳୁଥିବା କାରଣରୁ ଅଧିକାଂଶ ଲୋକେ କେଶ ପ୍ରତି‌ରୋପଣ ପାଇଁ ତୁର୍କୀକୁ ବାଛିଥାନ୍ତି।

Advertisment

କେଶ ପ୍ରତିରୋପଣର ଚାହିଦା କାରଣରୁ ଅନେକ ବିଦେଶୀ ଏବେ ତୁର୍କୀ ଯାତ୍ରା କରୁଛନ୍ତି। କସ୍‌ମେଡିକା କ୍ଲିନିକ୍‌ ଅନୁସାରେ, ତୁର୍କୀରେ ଏକ ଜଣାଶୁଣା କ୍ଲିନିକ୍‌ ଅଛି। ଅନ୍ୟ ସ୍ଥାନରେ ଯେଉଁ କେଶ ପ୍ରତିରୋପଣ ପାଇଁ ୬ ଲକ୍ଷ ଟଙ୍କା ଲାଗେ ସେଠି ଦେଢ଼ ଲକ୍ଷ ଟଙ୍କାରେ ହେଇଯାଉଛି।

ରିପୋର୍ଟରୁ ଜାଣିବାକୁ ମିଳିଛି ଯେ, ଇଂଲଣ୍ଡ ପରି କେତେକ ପଶ୍ଚିମ ୟୁରୋପୀୟ ଦେଶରେ କେଶ ପ୍ରତିରୋପଣ ଦର ତୁର୍କୀ ଅପେକ୍ଷା ଯଥେଷ୍ଟ ଅଧିକ। ଏହି କାରଣରୁ କେଶ ପ୍ରତିରୋପଣକୁ ନେଇ ଗତ କିଛି ବର୍ଷ ମଧ୍ୟରେ ତୁର୍କୀ ବେଶ୍‌ ଲୋକପ୍ରିୟ ହୋଇପାରିଛି।

ତୁର୍କୀର ଇତାଂବୁଲ୍‌ କେଶ ପ୍ରତିରୋପଣ ପାଇଁ ଖୁବ୍‌ ଜଣାଶୁଣା। ଏଠା‌େରେ ବିଦେଶୀମାନଙ୍କୁ ବଢ଼ିଆ ଅଫର୍‌ ବି ମିଳୁଛି। କେଶ ପ୍ରତିରୋପଣ ପାଇଁ ଇଚ୍ଛୁକ ବ୍ୟକ୍ତିଙ୍କୁ ବିମାନ ବନ୍ଦରରୁ ରିସିଭ୍‌ କରି ହୋଟେଲ୍‌ରେ ରହିବା ବ୍ୟବସ୍ଥା ବି କରି ଦିଆଯାଉଛି। ସୋସିଆଲ୍‌ ମିଡିଆରେ ଏକ ଭିଡିଓ ଭାଇରାଲ୍‌ ହୋଇଛି। ଯେଉଁ ଭିଡିଓରେ ଅନେକ ଲୋକ ଇତାଂବୁଲ୍‌ ବିମାନବନ୍ଦରରେ କେଶ ପ୍ରତିରୋପଣ କରି ବୁଲୁଥିବାର ନଜର ଆସିଛନ୍ତି।