ଦେଖନ୍ତୁ ଦୁନିଆର ସବୁଠାରୁ ବିଚିତ୍ର ଶିଶୁକୁ, ଘନ କେଶରେ ଢ଼ାଙ୍କି ହୋଇଛି ସମ୍ପୂର୍ଣ୍ଣ ଚେହେରା

ରତଲାମ: ଦୁନିଆରେ ଅନେକ ବଚିତ୍ର ଶିଶୁ ରହିଛନ୍ତି। କିନ୍ତୁ ଏବେ ଏମିତି ଏକ ଶିଶୁର ଖବର ସାମ୍ନାକୁ ଆସିଛି ଯାହାର ଚେହେରା ସମ୍ପୂର୍ଣ୍ଣ ଭାବେ ବଡ଼ବଡ଼ କେଶରେ ଢ଼ାଙ୍କି ହୋଇରହିଛି। ଏମିତି ଏକ ଶିଶୁ ମଧ୍ୟପ୍ରଦେଶରେ ଦେଖିବାକୁ ମିଳିଛି।

ମଧ୍ୟପ୍ରଦେଶର ରତଲାମ ଜିଲ୍ଲାର ନାନ୍ଦଲେଟା ଗ୍ରାମରେ ୧୩ବର୍ଷର ଶିଶୁ ଲଲିତ ପାଟିଦାର ବସବାସ କରେ। ଲଲିତ ପାଟିଦାରର କାର୍ଯ୍ୟକଳାପ ସାଧାରଣ ଶିଶୁଙ୍କ ଭଳି। କିନ୍ତୁ ଦେଖିବାକୁ ସେ ବଡ଼ ବଚିତ୍ର। ଲଲିତର ସମ୍ପୂର୍ଣ୍ଣ ଚେହେରା ବଡ଼ବଡ଼ କେଶ ଦ୍ୱାରା ଢ଼ାଙ୍କି ହୋଇ ରହିଛି। ଏହା କୌଣସି ସଂକ୍ରମଣ କିମ୍ବା ଅନ୍ୟ କୌଣସି କାରଣ ପାଇଁ ନୁହେଁ, ବରଂ ଜନ୍ମରୁ ଲଲିତ ଏଭଳି।

ଜନ୍ମ ସମୟରେ ଲଲିତର ଚେହେରା ସାମାନ୍ୟ ଥିଲା। କିନ୍ତୁ କିଛିଦିନ ପରେ ତାର ଚେହେରାରେ କେଶ ଉଠିବା ଆରମ୍ଭ ହୋଇଯାଇଥିଲା। ଶିଶୁକୁ ଏଥିରୁ କେମିତି ମୁକ୍ତି ମିଳିବ ସେ ଚିନ୍ତାରେ ପରିବାରଲୋକେ ପଡ଼ି ଯାଇଥିଲେ। ଅନେକ ଦିନ ପର୍ଯ୍ୟନ୍ତ ଲଲିତର ଚିକିତ୍ସା ଚାଲିଥିଲା। କିନ୍ତୁ ଚେହେରାରେ କେଶ ଉଠିବା ସମସ୍ୟାର ସମାଧାନ ହୋଇ ପାରି ନଥିଲା। ଲଲିତ ଧୀରେଧୀରେ ବଡ଼ ହେବାକୁ ଲାଗିଥିଲା। ଅନ୍ୟ ପିଲାଙ୍କ ଆଗକୁ ଯିବାରକୁ ଲଲିତକୁ ଅସାମାନ୍ୟ ଲାଗିଥିଲା। ପ୍ରଥମେ ପ୍ରଥମେ ପରିବାରଲୋକେ ଲଲିତକୁ ବାହାରକୁ ବାହାରିବା ପାଇଁ କମ୍‌ ଦେଉଥିଲେ। ପାଠପଢ଼ା ସମୟ ଆସିବାରୁ ବାଧ୍ୟ ହୋଇ ଲଲିତକୁ ସ୍କୁଲ ପଠାଇଥିଲେ। ଜୀବନରେ ସବୁବାଧା ବିଘ୍ନକୁ ଆଡେଇ ଆଗକୁ ବଢ଼ିବା ପାଇଁ ଲଲିତକୁ ଶିଖାଇଛନ୍ତି ପରିବାରଲୋକେ।

ସମ୍ବନ୍ଧିତ ଖବର