ପିଲାଙ୍କୁ ନିଜ ହାତରେ ଖୁଆଇ ଥିବାରୁ ଦମ୍ପତିଙ୍କୁ ଏଭଳି ସମସ୍ୟାର ସାମ୍ନା କରିବାକୁ ପଡ଼ିଲା

ପିଲାଙ୍କୁ ନିଜ ହାତରେ ଖୁଆଇ ଥିବାରୁ ଦମ୍ପତିଙ୍କୁ ଏଭଳି ସମସ୍ୟାର ସାମ୍ନା କରିବାକୁ ପଡ଼ିଲା

ନୂଆଦିଲ୍ଲୀ: ଘରେ ନବଜାତ ଜନ୍ମ ନେଲେ ବା ଛୋଟ ପିଲାଟିଏ ଥିଲେ ତାକୁ ପରିବାରଲୋକ ଓ ସର୍ମ୍ପକୀୟ ଖୁବ ସ୍ନେହ କରିଥାଆନ୍ତି। ତାକୁ ଖୁଆଇବା ଠାରୁ ଆରମ୍ଭ କରି ପାଖରେ ଶୁଆଇ ଥାଅ‌ାନ୍ତି।କିନ୍ତୁ ଦୁନିଆରେ ଏମିତି ଏକ ଦେଶ ଅଛି ଯେଉଁଠାରେ ଏସବୁ କିଛି ଦେଖିବାକୁ ମିଳି ନଥାଏ। ନରୱେ କଥା କହିବାକୁ ଗଲେ ସେଠାରେ ପିଲାଙ୍କୁ ନେଇ କୋଠର ନିୟମ ରହିଛି। ନରୱେରେ ବାପା ଓ ମା’ ପିଲାଙ୍କୁ ହାତରେ ଖୁଆଇ ପାରିବେ ନାହିଁ। ପିଲାଙ୍କୁ ଏଦେଶରେ ଚାମଚରେ ଖାଦ୍ୟ ଖୁଆଇବାର ନିର୍ଦ୍ଦେଶରେ ରହିଛି। ତେବେ ଆସନ୍ତୁ ଜାଣିବା ନରୱେରେ ପିଲାଙ୍କୁ ନେଇ ଥିବା ଅଦ୍ଭୁତ ନିୟମ ସର୍ମ୍ପକରେ....

ନରୱେରେ ଏକ ଭାରତୀୟ ଦମ୍ପତିଙ୍କୁ ଏହି ନିୟମ ପାଳନ ନକରିବାକୁ ନେଇ ଅସୁବିଧାର ସାମ୍ନା କରିବାକୁ ପଡ଼ିଥିଲା। ଏହି ଦମ୍ପତିଙ୍କ ଭୁଲ ହେଉଛି, ଦୁହେଁ ତାଙ୍କ ପିଲାକୁ ହାତରେ ଖାଦ୍ୟ ଖୁଆଇ ଦେଇଥିଲେ। କେବଳ ଏତିକି ନୁହେଁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି ନରୱେରେ ପିଲାଙ୍କୁ ବାପା ଓ ମା’ ସାଙ୍ଗରେ ଶୁଆଇ ବି ପାରିବେ ନାହିଁ। ଏହି ନିୟମ ଅନୁଯାୟୀ ଦେଖିବାକୁ ଗଲେ ଉକ୍ତ ଭାରତୀୟ ଦମ୍ପତି ତାଙ୍କ ପିଲାଙ୍କୁ ହାତରେ ଖୁଆଇବା ସହିତ ପାଖରେ ଶୁଆଇ ବି ଦେଇଥିଲେ। ଏହାପରେ ନରୱେ ପ୍ରଶାସନ ଏହି ଦମ୍ପତିଙ୍କ ଠାରୁ ତାଙ୍କ ଦୁଇପିଲାଙ୍କୁ ନେଇଯାଇଥିଲେ।

ଏହି ଘଟଣାକୁ ୧୦ ବର୍ଷ ବିତିଗଲାଣି, କିନ୍ତୁ ସେହି ଦିନ ମନେପଡ଼ିଗଲେ ଦମ୍ପତିଙ୍କ ଲୋମମୂଳ ଟାଙ୍କୁରି ଉଠିଥାଏ ବୋଲି କହିଛନ୍ତି | ସେହି ସମୟରେ ଏହି ଘଟଣା ସାରା ବିଶ୍ୱରେ ଚର୍ଚ୍ଚାରେ ରହିଥିଲା | ଦୀର୍ଘ ଦିନର ଆଇନଗତ ଯୁଦ୍ଧ ପରେ ଭାରତୀୟ ଦମ୍ପତି ନିଜ ପିଲାଙ୍କୁ ଫେରାଇ ଆଣିବାରେ ସକ୍ଷମ ହୋଇଥିଲେ।

ଏହି ଘଟଣା ଉପରେ ଏକ ଫିଲ୍ମ ମଧ୍ୟ କରାଯାଇଛି। ଏହି ଚଳଚ୍ଚିତ୍ରରେ ରାଣୀ ମୁଖାର୍ଜୀ ପିଲାମାନଙ୍କର ମା’ ଭୂମିକାରେ ଅଭିନୟ କରୁଛନ୍ତି। ଏହି ଚଳଚ୍ଚିତ୍ରର ଟିଜର ମଧ୍ୟ ରିଲିଜ ହୋଇଛି।

୨୦୧୧ ରେ ଅନୁରୂପ ଭଟ୍ଟାଚାର୍ଯ୍ୟ ଏବଂ ତାଙ୍କ ପତ୍ନୀ ସାଗାରିକାଙ୍କ ସହ ଏହି ଘଟଣା ଘଟିଥିଲା | ଏହି ଦମ୍ପତି ତିନି ବର୍ଷର ପୁଅ ଏବଂ ଏକ ବର୍ଷର ଝିଅ ସହିତ ନରୱେରେ ଥିବା ନିୟମ ଉଲ୍ଲଂଘନ ହୋଇଥିବା ହେତୁ ନରୱେ ସରକାର ତାଙ୍କୁ ଘରୁ ଉଠାଇ ହେପାଜତରେ ରଖିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe