ଆଜି ବି ରହସ୍ୟମୟ ହୋଇ ରହିଛି ଏହି ୪୦୦ବର୍ଷ ପୁରୁଣା ମନ୍ଦିର ! ପବନରେ ଝୁଲି ରହିଛି ଏହାର ଏକ ଖମ୍ବ

ହାଇଦ୍ରାବାଦ୍‌: ଭାରତକୁ କୁହାଯାଏ ମନ୍ଦିରର ଦେଶ। ତେବେ କିଛି ଏମିତି ମନ୍ଦିର ରହିଛି ଯାହା ଏବେ ବି ରହସ୍ୟମୟ। ମନ୍ଦିରରେ ଥିବା କିଛି ଜିନିଷ ପଛର କାରଣ ଏବେ ଲୋକମାନେ ଚାହିଁ ବି ଜାଣି ପାରି ନାହାନ୍ତି । ସେଥିମଧ୍ୟରୁ ଗୋଟିଏ ହେଉଛି ଆନ୍ଧ୍ରପ୍ରଦେଶର ଲେପାକ୍ଷୀ ମନ୍ଦିର । ୪୦୦ବର୍ଷ ପୁରୁଣା ଏହି ମନ୍ଦିର ୭୦ଟି ଖମ୍ବର ସାହାଯ୍ୟରେ ଛିଡ଼ା ହୋଇ ରହିଛି । ଏହି ମନ୍ଦିରରେ ଥିବା ୭୦ଟି ଖମ୍ବ ମଧ୍ୟରୁ ଗୋଟେ ଖମ୍ବ ସମସ୍ତଙ୍କ ପାଇଁ ରହସ୍ୟର କାରଣ ପାଲଟିଛି । ଏହି ଖମ୍ବଟି ମାଟିରେ ନ ଲାଗି ପବନରେ ଝୁଲି ରହିଥିବା ଜଣା ପଡ଼ିଛି । ଖାସ୍‌ ଏଥିଲାଗି ଏହି ମନ୍ଦିରକୁ ହ୍ୟାଙ୍ଗିଙ୍ଗ୍‌ ଟେମ୍ପଲ ମଧ୍ୟ କୁହାଯାଇଥାଏ । ଆଜି ପର୍ଯ୍ୟନ୍ତ ମନ୍ଦିରରେ ଥିବା ଏହି ଖମ୍ବଟି କାହା ସାହାଯ୍ୟରେ ଝୁଲି ରହିଛି ତାହା କେହି ବି ଖୋଜି ପାଇବାରେ ସଫଳ ହୋଇ ପାରି ନାହାନ୍ତି ।

rochakpost.com

ଅନନ୍ତପୁର ଜିଲ୍ଲାରେ ଥିବା ଏହି ମନ୍ଦିର ପାହାଡ଼ର ଉପରେ ତିଆରି କରାଯାଇଛି । ୧୫୮୩ରେ ଏହା ନିର୍ମାଣ ଦୁଇ ଭାଇ ବିରୁ ପନ୍ନା ଏବଂ ବିରନ୍ନା କରିଥିଲେ । ଏହି ଦୁଇ ଭାଇ ବିଜୟନଗର ନରେଶଙ୍କ ପାଖରେ କାମ କରୁଥିଲେ । କିନ୍ତୁ ପୌରାଣିକ ମତ ଅନୁଯାୟୀ ଏହି ମନ୍ଦିରକୁ ଅଗସ୍ତ୍ୟ ଋଷି ତିଅରି କରିଥିଲେ ବୋଲି ମାନ୍ୟତା ରହିଛି । ଏହି ମନ୍ଦିର ଭିତରେ ଶିବ,ବିଷ୍ଣୁ ଏବଂ ବୀରଭଦ୍ରଙ୍କୁ ପୂଜା କରାଯାଇଥାଏ।

ସମ୍ବନ୍ଧିତ ଖବର