ଖାଲି ହାତରେ ଚାଳିଶ କିଲୋ ଓଜନର ମାଗୁର ଧରି ଚର୍ଚ୍ଚାରେ!

ଆଲାବାମାର ତେଇଶ ବର୍ଷ ବୟସ୍କା ହାନା ବାରୋନ୍‌ ଖାଲି ହାତରେ ଚାଳିଶ କିଲୋଗ୍ରାମ୍‌ ଓଜନର ଏକ ବିଶାଳ ମାଗୁର ମାଛ ଧରି ଚର୍ଚ୍ଚାରେ। ସ୍ଥାନୀୟ ଏକ ମଧୁର ଜଳ ହ୍ରଦରୁ ସେ ମାଛଟିକୁ ଧରିଥିବା ପ୍ରକାଶ। ହାନା ଜଣେ ଶିକାରୀ। ହରିଣ, ବନ୍ୟ ଶୂକର ଆଦି ଶିକାରରେ ତାଙ୍କର ବିଶେଷ ଅଭିଜ୍ଞତା ଅଛି। ମତ୍ସ୍ୟ ଶିକାର ମଧ୍ୟ କରନ୍ତି।

ଜନ୍ତୁ-ଜୁନ୍ତା ଶିକାର ବେଳେ ଉଚ୍ଚ କ୍ଷମତା ସ˚ପନ୍ନ ବନ୍ଧୁକ ବ୍ୟବହାର କରୁଥିବା ବେଳେ ଅନେକ ସମୟରେ କେବଳ ଚମଡ଼ା ଦସ୍ତାନା ପିନ୍ଧି ବଡ଼ ବଡ଼ ମାଛ ଧରନ୍ତି। ଜାଲ ବା ଯାନ୍ତ୍ରିକ ବନଶୀ ବ୍ୟବହାର କରନ୍ତିନାହିଁ। ଏ ଭଳି କାର୍ଯ୍ୟ ତାଙ୍କ ପାଇଁ ଅବସର ବିନୋଦନ। ହାନା ରୋମାଞ୍ଚପ୍ରିୟ ଏବ˚ ଦୁଃସାହସୀ। ନ ହେଲେ କ’ଣ ଖାଲି ହାତରେ ଏତେ ବଡ଼ ଆକାରର ଲାଳୁଆ ମାଛ ଧରିପାରିଥାଆନ୍ତେ! ଏହି ମାଗୁରଟିକୁ ଧରିବା ବେଳେ ସେ ଟିକିଏ ବି ଲହୁ-ଲୁହାଣ ହୋଇ ନ ଥିବା ପ୍ରକାଶ।

ସମ୍ବନ୍ଧିତ ଖବର