ଯେଉଁମାନେ ହନୁମାନଙ୍କଠାରେ ମନ ଲଗାଇଥାଆନ୍ତି ସେମାନେ ସାଧାରଣତଃ ହନୁମାନ ଚାଳିଶା ପାଠ କରିଥାନ୍ତି। କାରଣ ସେମାନେ ଜାଣନ୍ତି ଯେ ପ୍ରଭୁ ବଜରଙ୍ଗବାଲୀ ହନୁମାନଙ୍କ କୃପା ପ୍ରାପ୍ତ କରିବା ଲାଗି ସବୁଠୁଁ ସରଳ ଉପାୟ ହେଲା ହନୁମାନ ଚାଳିଶା ପାଠ କରିବା। ହନୁମାନ ଚାଳିଶା ଖୁବ୍ ସରଳ ଓ ମନକୁ ଶାନ୍ତି ପ୍ରଦାନ କରିବା ଭଳି ସ୍ତୁତି। ଯେଉଁ ଲୋକ ଧନାଭାବ ଯୋଗୁଁ କଷ୍ଟ ଭୋଗୁଛନ୍ତି ,ଯାହାର ଅଫିସ୍ରେ କିଛି ସମସ୍ୟା ରହିଛି,ବା ସମାଜରେ ସମ୍ମାନ ହାନି ହେଉଛି କିମ୍ବା ସ୍ୱାସ୍ଥ୍ୟ ଠିକ୍ ରହୁନାହିଁ,ତେବେ ଏହାକୁ ଦୂର କରିବା ଲାଗି ହନୁମାନ ଚାଳିଶାର ଜପ କରିବା ଉଚିତ୍।
Sambad is now on WhatsApp
Join and get latest news updates delivered to you via WhatsApp
ହନୁମାନ ଚାଳିଶା ପାଠର କିଛି ସମୟ ମଧ୍ୟରେ ସମସ୍ତ କଷ୍ଟଦୂର ହୋଇଥାଏ।ଯେଉଁ ଲୋକମାନେ ମସ୍ତିଷ୍କ ଉପରେ ଚାପ ପଡ଼ୁଥିବା ଭଳି କାର୍ଯ୍ୟ କରନ୍ତି,ସେମାନେ ଶୋଇବା ପୂର୍ବରୁ ହନୁମାନ ଚାଳିଶାର ଜପ କରିବା ଉଚିତ। ଯଦି ଆପଣ ସଂପୂର୍ଣ୍ଣ ହନୁମାନ ଚାଳିଶା ଜପ କରିି ପାରୁ ନାହାନ୍ତି,
ତେବେ ନିମ୍ନୋକ୍ତ ପଙ୍କ୍ତି ଗୁଡ଼ିକର ଅନ୍ୟୁନ ୧୦୮ ଥର ଜପ କରନ୍ତୁ।
ବୁଦ୍ଧିହୀନ ତନୁ ଜାନିକୈ ସୁମିରୌଂ ପବନ କୁମାର ବଳବୁଦ୍ଧି ବିଦ୍ୟା ଦେହୁ ମୋହି ହରେହୁ କଲେସ ବିକାର।’’
ଏହି ପଙ୍କ୍ତିରେ କୁହାଯାଇଛି ହେ ପ୍ରଭୁ ହନୁମାନ,ମୁଁ ନିଜେ ଜଣେ ବୁଦ୍ଧିହୀନ ହେତୁ ଆପଣଙ୍କ ଧ୍ୟାନ କରୁଛି। ଦୟାପୂର୍ବକ ମୋତେ ଶକ୍ତି,ବିଦ୍ୟା ଓ ବୁଦ୍ଧି ପ୍ରଦାନ କରନ୍ତୁ। ମୋର ସମସ୍ତ କଷ୍ଟ , କ୍ଳେଶ ଦୂର କରନ୍ତୁ।
ଦୁଃସ୍ୱପ୍ନ ଓ ଭୟକୁ ରକ୍ଷା ପାଇବା ଲାଗି ଆପଣ ନିମ୍ନୋକ୍ତ ପଙ୍କ୍ତି ଜପ କରନ୍ତୁ-‘ଭୂତ ପିଶାଚ ନିକଟ ନେହିଁ ଆେଓ୍ଵ ,ମହାବୀର ଜବ୍ ନାମ୍ ଶୁନାେଓ୍ଵ।
ଏହି ପଙ୍କ୍ତି ମାଧ୍ୟମରେ ହନୁମାନଙ୍କୁ ଆମେ ପ୍ରାର୍ଥନା କରୁଛୁ ଯେ,ଭୂତ ପିଶାଚାଦି ଠାରୁ ମୁକ୍ତି ଦିଅନ୍ତୁ। ଯେଉଁ ବ୍ୟକ୍ତି ଶ୍ରଦ୍ଧା ଓ ଭକ୍ତିର ସହିତ ଉପରୋକ୍ତ ପଙ୍କ୍ତିର ପାଠ କରଥାଏ,ତା’କୁ ଦୁଃସ୍ୱପ୍ନ ଆସିନଥାଏ ବରଂ ସେ ନିର୍ଭୟ ରହିଥାଏ।
ହନୁମାନ ଚାଳିଶା ପାଠରେ ସମସ୍ତ କଷ୍ଟଦୂର ହୋଇଥାଏ। ଯେଉଁ ଲୋକମାନେ ମସ୍ତିଷ୍କ ଉପରେ ଚାପ ପଡ଼ୁଥିବା ଭଳି କାର୍ଯ୍ୟ କରନ୍ତି,ସେମାନେ ହନୁମାନ ଚାଳିଶାର ଜପ କରିବା ଉଚିତ। ଯଦି ଆପଣ ସଂପୂର୍ଣ୍ଣ ହନୁମାନ ଚାଳିଶା ଜପ କରିି ପାରୁ ନାହାନ୍ତି,
ତେବେ ନିମ୍ନୋକ୍ତ ପଙ୍କ୍ତି ଗୁଡ଼ିକର ଅନ୍ୟୁନ ୧୦୮ ଥର ଜପ କରନ୍ତୁ।
ଯଦି କୌଣସି ବ୍ୟକ୍ତି ଦୁରାରୋଗ୍ୟରେ ପୀଡ଼ିତ ଏବଂ ତାଙ୍କ ଉପରେ ଔଷଧ କାମ କରୁନାହିଁ,ତେବେ ଶୋଇବା ପୂର୍ବରୁ ଏହି ପଙ୍କ୍ତିର ଜପ କରିବା ଉଚିତ….
ନାସୈ ରୋଗ ହରୈ ସବ୍ ପୀରା ।
ଜପତ ନିରନ୍ତର ହନୁମତ ବୀରା।
ଏହି ପଙ୍କ୍ତିରେ ଆମେ ବଜରଙ୍ଗବାଲୀଙ୍କଠୁଁ ସମସ୍ତ ପ୍ରକାରର ରୋଗ ଓ ପୀଡ଼ାରୁ ମୁକ୍ତି ପାଇଁ ପ୍ରାର୍ଥନା କରିଥାଉ। ଯେଉଁ ଅସୁସ୍ଥ ବ୍ୟକ୍ତି ଏହି ପଙ୍କ୍ତିର ଜପ କରି ଶୋଇଥାଏ,ତା’ର ରୋଗ ଶୀଘ୍ର ଭଲ ହୋଇଥାଏ। ଧ୍ୟାନ ରଖନ୍ତୁ ଯେ ଏହି ଉପାୟ ସହିତ ଡ଼ାକ୍ତରଙ୍କ ପରାମର୍ଶ ଅନୁଯାୟୀ ଔଷଧ ସେବନ କରନ୍ତୁ।
ଖରାପ ବିଚାରରୁ ମୁକ୍ତି ପାଇବା ଲାଗି -‘ମହାବୀର ବିକ୍ରମ ବଜରଙ୍ଗୀ, କୁମତି ନିବାର ସୁମତି କେ ସଙ୍ଗୀ।’’
କୌଣସି ବ୍ୟକ୍ତି ହନୁମାନ ଚାଳିଶାର ଏହି ପଙ୍କ୍ତିର ଜପ କରିଲେ ଲୋକର କୁବିଚାର ନିଷ୍ଟ ହୋଇଯାଏ ଏବଂ ସୁବିଚାର ମନରେ ଆସିଥାଏ। ଖରାପ ଦିଗରୁ ମନ ହଟିଥାଏ ଏବଂ ସୁମତି ଅର୍ଥାତ୍ ଉଚ୍ଚବିଚାର ମନକୁ ଆସିଥାଏ।