କେଉଁ ଚୌପାଇ ପାଠ କଲେ ସଂପୂର୍ଣ୍ଣ ହନୁମାନ ଚାଳିଶା ପାଠର ଲାଭ ମିଳିଥାଏ ?

ଯେଉଁମାନେ ପ୍ରଭୁ ବଜରଙ୍ଗବାଲୀ ହନୁମାନଙ୍କଉପରେ ଅଖଣ୍ଡ ଆସ୍ଥା ରଖିଥାନ୍ତି , ସେମାନେ ନିଶ୍ଚିତଭାବେ ହନୁମାନ ଚାଳିଶା ପାଠ କରିଥାନ୍ତି। କାରଣ ଏହାକୁ ହନୁମାନଙ୍କ କୃପା ପ୍ରାପ୍ତ କରିବା ଲାଗି ସବୁଠୁଁ ସରଳ ଉପାୟ ବୋଲି ସେମାନେ ମନେ କରନ୍ତି। ହନୁମାନ ଚାଳିଶାା ଖୁବ୍‌ ସରଳ ଓ ମନକୁ ଶାନ୍ତି ପ୍ରଦାନ କରିବା ଭଳି ସ୍ତୁତି। ଯେଉଁ ଲୋକ ଧନାଭାବ ଯୋଗୁଁ କଷ୍ଟ ଭୋଗୁଛନ୍ତି , ଯାହାର ଅଫିସ୍‌ରେ କିଛି ସମସ୍ୟା ରହିଛି,ବା ସମାଜରେ ସମ୍ମାନ ହାନି ହେଉଛି କିମ୍ବା ସ୍ୱାସ୍ଥ୍ୟ ଠିକ୍‌ ରହୁନାହିଁ,ତେବେ ଏହାକୁ ଦୂର କରିବା ଲାଗି ହନୁମାନ ଚାଳିଶାର ଜପ କରିବା ଉଚିତ ବୋଲି କୁହାଯାଏ । ହନୁମାନ ଚାଳିଶା ପାଠ କରିବାର କିଛି ସମୟ ମଧ୍ୟରେ ସମସ୍ତ କଷ୍ଟ ଦୂର ହୋଇଥାଏ ବୋଲି ଭକ୍ତମାନଙ୍କର ବିଶ୍ୱାସ ରହିଛି।
ଯେଉଁ ଲୋକମାନେ ମସ୍ତିଷ୍କ ଉପରେ ଚାପ ପଡ଼ୁଥିବା ଭଳି କାର୍ଯ୍ୟ କରାନ୍ତି,ସେମାନେ ଶୋଇବା ପୂର୍ବରୁ ହନୁମାନ ଚାଳିଶାର ଜପ କରିବା ଉଚିତ। ଯଦି ଆପଣ ସଂପୂର୍ଣ୍ଣ ହନୁମାନ ଚାଳିଶା ଜପ କରିିପାରୁ ନାହାନ୍ତି,
ତେବେ କେବଳ ନିମ୍ନୋକ୍ତ ଚୌପାଇ ଅନ୍ୟୁନ ୧୦୮ ଥର ଜପ କରନ୍ତୁ। ଏହାଦ୍ୱାରା ଆପଣଙ୍କୁ ସଂପୂର୍ଣ୍ଣ ହନୁମାନ ଚାଳିଶା ପାଠର ପୁଣ୍ୟ ବା ଲାଭ ଦେବ। ଏହି ଚୌପାଇ ହେଲା


ବୁଦ୍ଧିହୀନ ତନୁ ଜାନିକେ ସୁମିରୌ ପବନ କୁମାର ବଲବୁଦ୍ଧି ବିଦ୍ୟା ଦେହୁ ମୋହେ ହରେହୁ କଲେଶ ବିକାର।
ଏଥିିରେ କୁହାଯାଇଛି ହେ ପ୍ରଭୁ ହନୁମାନ,ମୁଁ ନିଜେ ଜଣେ ବୁଦ୍ଧିହୀନ ହେତୁ ଆପଣଙ୍କ ଧ୍ୟାନ କରୁଛି। ଦୟାପୂର୍ବକ ମୋତେ ଶକ୍ତି,ବିଦ୍ୟା ଓ ବୁଦ୍ଧି ପ୍ରଦାନ କରନ୍ତୁ। ମୋର ସମସ୍ତ କଷ୍ଟ କ୍ଳେଶ ଦୂର କରନ୍ତୁ।

ସମ୍ବନ୍ଧିତ ଖବର