ଦେଖନ୍ତୁ ରାସ୍ତା ମଝିରେ ବସିଥିବା ଶିଶୁକୁ ଧରି କିପରି ଆଲିଙ୍ଗନ କରୁଛି ମାଙ୍କଡ଼

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏକ ମାଙ୍କଡ଼ର ଭିଡିଓ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ମାଙ୍କଡ଼ ଶିଶୁକୁ ରାସ୍ତା ମଝିରେ ଧରି ନେଉଥିବା ଦେଖିବାକୁ ମିଳୁଛି। ମାଙ୍କଡ଼ଟି ଶିଶୁଟିକୁ ଧରିନେଇ  କିଛି କ୍ଷତି ପହଞ୍ଚାଇ ଥାଇପାରେ ବୋଲି ଆପଣମାନେ ଭାବୁ ଥାଇ ପାରନ୍ତି, କିନ୍ତୁ ସେମିତି କିଛି ସେ କରି ନାହିଁ। ମାଙ୍କଡ଼ଟି ଶିଶୁକୁ ରାସ୍ତା ମଝିରେ ଧରି ଆଲିଙ୍ଗନ କରିବା ସହିତ ସ୍ନେହ କରୁଥିବା ଦେଖିବାକୁ ମିଳୁଛି। ଏହି ଭିଡିଓକୁ ଟିମ୍ ଇଣ୍ଡିଆର ସ୍ପିନ୍ ବୋଲର ହରଭଜନ ସିଂ ସେୟାର କରିଛନ୍ତି।

ଭିଡିଓରେ ଦେଖିବାକୁ ମିଳୁଛି କି, ମାଙ୍କଡ଼ ଶିଶୁଟିକୁ ଧରି ପକାଇଛି। ମାଙ୍କଡ଼ ଧରିଥିବା ଦେଖି ଶିଶୁଟିର ମା’ ଉଦ୍ଧାର କରିବାକୁ ଦୌଡ଼ି ଆସୁଛନ୍ତି। ଏହି ସମୟରେ ମାଙ୍କଡ଼ଟି ଶିଶୁକୁ ଆଲିଙ୍ଗନ କରି ପକାଉଛି। ଯେପରି ମନେହେଉଛି ଶିଶୁଟି ମାଙ୍କଡ଼ ସହିତ ଖେଳିବାକୁ ଚାହୁଁଛି। ପିଲାଟି ମଧ୍ୟ ଶାନ୍ତ ଭାବରେ ବସି ଏହାର ମଜା ନେଉଛି।

 

ଭିଡିଓ ସେୟାର କରିବାବେଳେ ହରଭଜନ ସିଂ ଏହି ଭିଡିଓରେ କିଶୋର କୁମାରଙ୍କ ଗୀତ ‘ତେରା ଜୈସା ୟାର କାହାଁ …’ ଗୀତ ଯୋଡି ଦେଇଛନ୍ତି।

ମାର୍ଚ୍ଚ ୧୦ ରେ ସେ ଏହି ଭିଡିଓ ସେୟାର କରିଛନ୍ତି, ଯାହାକୁ ଏ ପର୍ଯ୍ୟନ୍ତ ୬ଲକ୍ଷରୁ ଅଧିକ ଲୋକ ଦେଖି ସାରିଲେଣି। ଜଣେ ବ୍ୟବହାରକାରୀ ଲେଖିଛନ୍ତି, ‘ଏହାକୁ ପ୍ରକୃତ ବନ୍ଧୁତା କୁହାଯାଏ। ଉତ୍ତମ ଭିଡିଓ। ‘ ଅନ୍ୟ ଜଣେ ଉପଭୋକ୍ତା ଲେଖିଛନ୍ତି, ‘ଦେଖ, ମାଙ୍କଡ଼ଟି କିପରି ଶିଶୁକୁ ଜୋରରେ ଧରିଛି । ବୋଧହୁଏ ସେ ତା’ ସହ ଖେଳିବାକୁ ଚାହୁଁଛି। ‘

ସମ୍ବନ୍ଧିତ ଖବର