ଆଠଟି ହାତ ଓ ଗୋଡ ନେଇ ଜନ୍ମ ନେଲା ଏକ ଅଦ୍ଭୁତ ଶିଶୁ, ଡାକ୍ତର ବି ହୋଇଗଲେ ଆଶ୍ଚର୍ଯ୍ୟ

ହରଦୋଇ: ଉତ୍ତର ପ୍ରଦେଶ ହରଦୋଇରେ ଏକ ଅଦ୍ଭୁତ ଶିଶୁ ଜନ୍ମ ନେଇଥିବା ଘଟଣା ସୋମବାର ସାମ୍ନାକୁ ଆସିଛି। ଏହି ନବଜାତ ଶିଶୁଟିର ୪ଟି ହାତ ଓ ୪ଟି ଗୋଡ ରହିଛି। ଶିଶୁଟିର ଜନ୍ମ କରାଇଥିବା ଡାକ୍ତର କହନ୍ତି, ମୋର ଡାକ୍ତରୀ ଜୀବନରେ ଏହା ପ୍ରଥମ ଘଟଣା କି ମୁଁ ଏଭଳି ବିଚିତ୍ର ଶିଶୁର ଜନ୍ମ କରାଇଛି। ୮ଟି ହାତ ଓ ଗୋଡ ନେଇ ଜନ୍ମ ନେଇଥିବା ଶିଶୁର ଜନ୍ମ ଖବର ନିଆଁ ଭଳି ପାଖଆଖ ଅଞ୍ଚଳରେ ବ୍ୟାପି ଯାଇଥିଲା। ଶିଶୁଟିକୁ ଦେଖିବା ପାଇଁ ଏବେ ଡାକ୍ତରଖାନାରେ ଲୋକଙ୍କ ଭିଡି ଜିମିଛି।

ଏହି ଘଟଣା ହରଦୋଇର ପିହାନି ଗ୍ରାମର ସାମୁଦାୟିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଦେଖିବାକୁ ମିଳିଛି। ଏହି ଶିଶୁଟି ଜନ୍ମ ହେବାର କିଛି ସମୟରେ ପରେ ତା’ର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଯାଇଛି। ଶିଶୁଟି ଜନ୍ମ ହେବା ଖବର ଯେତିକି ଖୁସି ଆଣିଥିଲା ତାକୁ ଦେଖିବା ପରେ ଘରଲୋକ ସେତିକି ଆଶ୍ଚର୍ଯ୍ୟଚକିତ ହୋଇଯାଇଛନ୍ତି। ଶିଶୁଟି ସମ୍ପୂର୍ଣ୍ଣ ଭାବେ ସୁସ୍ଥ ଥିବା କଥା ଡାକ୍ତର କହିଛନ୍ତି। ସ୍ୱାସ୍ଥ୍ୟକେନ୍ଦ୍ରରେ  ଶିଶୁକୁ ଦେଖିବା ପାଇଁ ଲୋକଙ୍କ ଭିଡି ଜମିଛି , ଏହା ସେମାନଙ୍କ ପାଇଁ ଏକ କୌତୁହଳ ବିଷୟ ପାଲଟିଛି।

ସମ୍ବନ୍ଧିତ ଖବର