ସଫଳତାର ମନ୍ତ୍ର ଦେଲେ ‘ହ୍ୟାରି ପୋଟର୍‌’ ଜନନୀ ଜେକେ ରୋଲିଂ: ୧୨ପ୍ରକାଶକ ନାପସନ୍ଦ କରିବା ପରେ ଖୋଲିଥିଲା ‘ହ୍ୟାରି ପୋଟର୍‌’ର ଭାଗ୍ୟ!

ଯାଦୁ ବିଦ୍ୟା ଉପରେ ଆଧାରିତ ପ୍ରସିଦ୍ଧି ଲେଖିକା ଜେକେ ରୋଲିଂଙ୍କ କାହାଣୀ ‘ହ୍ୟାରି ପୋଟର୍‌’କୁ କିଏ ବା ନାପସନ୍ଦ କରେ! ପୁସ୍ତକ ପ୍ରକାଶ ପରେ ଚଳଚ୍ଚିତ୍ର ନିର୍ମିତ ହୋଇ ମାତ୍ର କିଛି ଦିନ ଭିତରେ ଯାଦୁ କାହାଣୀ ଦୁନିଆର ବାଦ୍‌ଶାହା ବନିଯାଏ ‘ହାରି ପୋଟର’। ମାତ୍ର ଅସଲ କଥାଠି ହେଉଛି ସବୁ କଥା ଯେପରି ଦିଶେ ସେପରି ଆଦୌ ହୋଇ ନଥାଏ। ଯେପରି ହୋଇଥାଏ, ତାହା ଅନ୍ୟମାନେ ଦେଖିପାରନ୍ତି ନାହିଁ।

ଆପଣ କ’ଣ କେବେ କଳ୍ପନା କରିଥିବେ, ବିଶ୍ୱରେ ନିଜର ସ୍ୱତନ୍ତ୍ର ପରିଚୟ କରିଥିବା ‘ହ୍ୟାରି ପୋଟର’କୁ ପୂର୍ବରୁ ୧୨ ଜଣ ପ୍ରକାଶକ ନାପସନ୍ଦ କରିଥିବେ! ଏହା ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ଯେ ନିଜ ପାଣ୍ଡୁଲିପି ଧରି ଜଣ ଜଣ କରି ୧୨ ଜଣ ପ୍ରକାଶଙ୍କୁ ଭେଟିବା ପରେ ବି ନିରାଶ ହୋଇଥିଲେ ଜେକେ ରୋଲିଂ। ଏପରି ଏକ ନୂତନ ଚିନ୍ତାଧାରାରେ ଲିଖିତ କାହାଣୀ ଯେ ଲୋକାଦୃତ ହେବ ତାହା ବିଶ୍ୱାସଯୋଗ୍ୟ ନଥିଲା। ଏପରି ଭାବି କେହି ହୁଏତ ରିସ୍କ ନେବାକୁ ଚାହିଁ ନ ଥିଲେ। ଯାହା ବି ହେଉ ସୌଭାଗ୍ୟକୁ ଏହି ପାଣ୍ଡୁଲିପିଟି ଶେଷରେ ବ୍ଲୁମ୍‌ସ ବରି ପବ୍ଲିସିଂ କମ୍ପାନି ପକ୍ଷରୁ ପ୍ରକାଶ ପାଇଥିଲା। ଶେଷରେ ‘ହାରି ପୋଟରର’ ସଫଳତା ସାରା ଦୁନିଆ ଜାଣେ।

‘ହାରି ପୋଟର୍‌’ର ୨୦ ବର୍ଷ ପୂର୍ତ୍ତି ନେଇ ଲେଖିକା ଜେକେ ରୋଲିଂ ଟୁଇଟର୍‌ରେ ଲେଖିଛନ୍ତି ଯେ ‘କୋଡ଼ିଏ ବର୍ଷ ପୂର୍ବେ ଯେଉଁ ପୃଥିବୀରେ କେବଳ ମୁଁ ରହୁଥିଲି, ଆଜି ସେ ପୃଥିବୀର ଦ୍ୱାରା ସମସ୍ତଙ୍କ ପାଇଁ ଖୋଲା। ଏହା ଖୁବ୍‌ ଚମତ୍କାର, ଧନ୍ୟବାଦ।’

 

ତେବେ, ସଫଳତାର ମନ୍ତ୍ର ଦେଇ ଜେକେ ରୋଲି କହନ୍ତି, ‘ତମେ ଯଦି ଭାବୁଛ ଯାହା ତମେ କରୁଛ ତାହା ଲୋକେ ପସନ୍ଦ କରିବେ ନାହିଁ, ସେପରି ଭାବିବା ବନ୍ଦ କର। ଯାହା ଆରମ୍ଭ କରିଛ ତାହା ପ୍ରଥମେ ଶେଷ କର।’

‘ଯଦିଓ ତୁମ କାର୍ଯ୍ୟ ଲୋକଙ୍କ ଦ୍ୱାରା ଆଦୃତ ହେଲା ନାହିଁ, ତାହାର ଅର୍ଥ ଏହା ନୁହେଁ ଯେ ତୁମେ କରିଥିବା କାମ ଖରାପ।’

‘ଆପଣଙ୍କ ତୃତୀୟ, ଚତୁର୍ଥ, ପଞ୍ଚମ ଗୀତ/ଉପନ୍ୟାସ/ଚିତ୍ର ସେହି ଗୋଟାଏ ହୋଇପାରେ, ଯାହା ଦିନେ ଏକ ପିଢ଼ିର ହୃଦୟକୁ ଛୁଇଁବ।’

 

ସମ୍ବନ୍ଧିତ ଖବର