ଭୋକ ଉପାସରେ ବସିଥିବା ରିକ୍ସାବାଲାଙ୍କୁ ଖାଇବାକୁ ଦେଇ ଚର୍ଚ୍ଚାରେ ପୁଲିସ୍‌ ଅଧିକାରୀ ରଣଜୀତ ଯାଦବ!

ପୁଲିସବାବୁ ଶଦ୍ଦଟିକୁ ଶୁଣିବା କ୍ଷଣି ସଭିଁଙ୍କ ମନରେ ଚାଲିଆସିଥାଏ ଭୟ ନଚେତ ରାଗ। ହେଲେ ଏଭଳି କିଛି ପୁଲିସ ଅଧିକାରୀ ଅଛନ୍ତି, ଯିଏକି ପୁଲିସର ଖାକିବର୍ଦ୍ଦିକୁ ଆହୁରୀ ଗର୍ବିତ କରିଦେଇଥାନ୍ତି, ସେ ବି ପୁଣି ନିଜ ନିଆରା କାମ ଜରିଆରେ। ଏଭଳି ଅନେକ ପୁଲିସ ଅଧିକାରୀ ଏବେ ସାମ୍ନାକୁ ଆସିଛନ୍ତି, ଯେଉଁମାନେ ପୁଲିସବାଲା ହେବା ସହିତ ଜଣେ ଭଲ ମଣିଷ ହେବାର ମଧ୍ୟ ସମସ୍ତ କର୍ତ୍ତବ୍ୟ ପାଳନ କରିଛନ୍ତି। ଏଭଳି ଜଣେ ପୁଲିସକର୍ମୀ ହେଲେ ୟୁପିର ରଣଜୀତ ଯାଦବ, ଯିଏକି ଭୋକିଲା ରିକ୍ସାବାଲାଙ୍କୁ ଖାଇବାକୁ ଦିଅନ୍ତି। ତେବେ ସେ ଏହି କାମ ଥରେ କି ଦୁଇଥର ନୁହଁ ବରଂ ବହୁଥର କରିଆସିଛନ୍ତି।

Photo by : aajtakindia.co.in

ୟୁପିର ଏହି ପୁଲିସ୍‌ ଅଧିକାରୀ ରଣଜୀତ ଯାଦବ, ଯିଏକି ରେଳ ଷ୍ଟେସନ କଡରେ ଭୋକ ଉପାସରେ ବସିଥିବା ରିକ୍ସାବାଲାଙ୍କୁ ପ୍ରତିଦିନ ଖାଇବାକୁ ଦିଅନ୍ତି। ଏସଆଇ ରଣଜୀତ ଯାଦବ ଗରିବ ରିକ୍ସା ଚାଳକଙ୍କ ପାଇଁ ଏଭଳି ମାନବିକତା ପୂର୍ଣ୍ଣ କାମ କରି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ଦିନେ ସବ-ଇନ୍‌ସପେକ୍ଟର ରଣଜୀତ ଯାଦବ ଖାଇବା ପାଇଁ ଥାନାର କ୍ୟାଂଟିନକୁ ଯାଇଥିଲେ। ସେଠାରେ ସେ ବହୁତ ଗୁଡିକ ଖାଦ୍ୟ ବଳିପଡିଥିବାର ଦେଖିବାକୁ ପାଇଥିଲେ। ଏହାପରେ ରଣଜୀତ ଏହି ବଳକା ଖାଦ୍ୟକୁ ଧରି ଷ୍ଟେସନ ନେଇଯାଇଥିଲେ ଆଉ ସେଠାରେ ଶୋଇଥିବା ରିକ୍ସାବାଲାଙ୍କୁ ଗୋଟି ଗୋଟି କରି ଉଠାଇ ତାଙ୍କୁ ଖାଇବାକୁ ଦେଇଥିଲେ।

ରଣଜୀତଙ୍କ ମତରେ, ଗରିବ ଏବଂ ଅସହାୟ ଲୋକମାନଙ୍କର ସେବା ହିଁ ସତ ସେବା ଅଟେ। ଏଠାରେ ବି ରୁଟି ବ୍ୟାଙ୍କ କୌଣସି ସଂସ୍ଥାକୁ ଖୋଲିବା ଦରକାର। ଯାହାଦ୍ୱାରା ଗରିବ ରିକ୍ସା ଚାଳକ ଏବଂ ଭୋକ ଉପାସରେ ଫୁଟପାଥରେ ଶୋଉଥିବା ଲୋକମାନଙ୍କୁ ବି ଖାଦ୍ୟ ମିଳିପାରିବ। ରଣଜୀତଙ୍କୁ ଯେତେବେଳେ ବି ସମୟ ମିଳେ ସେ,ଭୋକିଲା ଲୋକଙ୍କୁ ଖାଦ୍ୟ ଦେବାକୁ ବାହାରି ପଡନ୍ତି।

ସମ୍ବନ୍ଧିତ ଖବର