ନୂଆଦିଲ୍ଲୀ: ରାକ୍ଷୀ ପୂର୍ଣ୍ଣିମାରେ ଭାଇକୁ ହରାଇଲା ଭଉଣୀ। ଏଭଳି ଗୋଟେ ଦିନରେ ଭାଇ ଚାଲିଯିବାଟା ଯେ କେତେ ଦୁଃଖଦାୟକ, ତାହା ଶବ୍ଦରେ ମଧ୍ୟ ବର୍ଣ୍ଣନା କରିବା କଷ୍ଟକର। ଜାତୀୟ ରାଜଧାନୀରେ ରାକ୍ଷୀ ପୂର୍ଣ୍ଣିମା ଦିନ ଏକ ଏଭଳି ଦୁଃଖଦ ଘଟଣା ଘଟିଥିଲା। ରାକ୍ଷୀ ବାନ୍ଧିବାକୁ ଭଉଣୀଙ୍କ ଘରକୁ ଯାଉଥିବା ଜଣେ ବାଇକ ଚାଳକଙ୍କ ବେକ କାଚ ଲାଗିଥିବା ଗୁଡ଼ି ସୂତାରେ କଟିଯିବାରୁ ବାଟରେ ତାଙ୍କର ମୃତ୍ୟୁ ହୋଇଥିଲା। ଦିଲ୍ଲୀରେ ଏଭଳି ଗୁଡ଼ି ସୂତାର ବ୍ୟବହାର ଉପରେ ସରକାର ରୋକ ଲଗାଇଥିଲେ ବି ଲୋକେ ଏହି ସୂତାକୁ ଏବେ ବି ବ୍ୟବହାର କରୁଛନ୍ତି। ଏହାକୁ ଚାଇନିଜ ମାଞ୍ଝା ବୋଲି ମଧ୍ୟ କୁହାଯାଏ।
ଅତୀତରେ ଅନେକ ଦୁର୍ଘଟଣା ଘଟାଇଥିବା ଚାଇନିଜ ମାଞ୍ଝାକୁ ୨୦୧୬ମସିହାରୁ ଦିଲ୍ଲୀରେ ନିଷିଦ୍ଧ କରାଯାଇଛି। କିନ୍ତୁ ଏବେ ବି ବହୁଳ ଭାବରେ ଏହାର ବ୍ୟବହାର ଜାରି ରହିଛି। ମିଳିଥିବା ସୂଚନା ମୁତାବକ, ନାଗଲୋଇରେ ଥିବା ରାଜଦାନୀ ପାର୍କର ୩୫ବର୍ଷିୟ ବିପିନ କୁମାର ଲୋନିରେ ଥିବା ତାଙ୍କ ଭଉଣୀଙ୍କ ଘରକୁ ଯାଉଥିଲେ। ରାକ୍ଷୀ ପୂର୍ଣ୍ଣିମା ଥିବାରୁ ସେ ନିଜ ପତ୍ନୀଙ୍କ ସହ ବାଇକ ଯୋଗେ ଭଉଣୀଙ୍କ ଘରକୁ ଯାଉଥିବା ବେଳେ ଶାସ୍ତ୍ରୀ ପାର୍କ ଫ୍ଲାଏ ଓଭର ନିକଟରେ ଦୁର୍ଘଟଣା ଘଟିଥିଲା। ଶାସ୍ତ୍ରୀ ପାର୍କ ଫ୍ଲାଏ ଓଭର ନିକଟରେ ଚାଇନିଜ ମାଞ୍ଝା ଥିବା ଦେଖିନପାରିବାରୁ ବିପିନଙ୍କ ଗଳା କଟିଯାଇଥିଲା। ସ୍ଥାନୀୟ ଲୋକଙ୍କ ସହାୟତାରେ ବିପିନଙ୍କ ପତ୍ନୀ ତାଙ୍କୁ ଡାକ୍ତରଖାନା ନେଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/08/ସ-130.jpg)