ପେସା ଏବଂ ନିଶାକୁ ଆଖି ଆଗରେ ରଖି ନିଜ ଲାଠିକୁ ବଇଁଶୀ କରିଦେଲେ ପୁଲିସ କନେଷ୍ଟବଳ

ହୁବୁଲୀ(କର୍ଣ୍ଣାଟକ) : ହୁବୁଲୀ ପୁଲିସ ଷ୍ଟେସନରେ କାର୍ଯ୍ୟରତ ଥିବା ଜଣେ କନେଷ୍ଟବଳ ନିଜର ସଉକ ପୂରା କରିବା ପାଇଁ ଯେଉଁ ବାଟ ଆପଣାଇଛନ୍ତି, ତାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । କନେଷ୍ଟବଳଙ୍କୁ ବଇଁଶୀ ବଜାଇବାର ସଉକ ଥିବାରୁ ସେ ନିଜ ଫାଇବର ଲାଠିକୁ ବଇଁଶୀରେ ପରିଣତ କରି ଦେଇଥିବା ଜଣାପଡ଼ିଛି । ଯାହାଦ୍ୱାରା ଡିୟୁଟି ସରିବା ପରେ କନେଷ୍ଟବଳ ଚନ୍ଦ୍ରକାନ୍ତ ହଟଗେ ନିଜର ସଉକ ସହଜରେ ପୂରା କରି ପାରୁଛନ୍ତି ।

ଚନ୍ଦ୍ରକାନ୍ତଙ୍କ କହିବା ଅନୁଯାୟୀ, ମୁଁ ହାଇସ୍କୁଲରେ ପଢ଼ିବା ସମୟରୁ ହିଁ ବଇଁଶୀ ବଜାଇ ଆସୁଛି । ଡିୟୁଟିର ସମୟସୀମା ଅଧିକ ଥିବାରୁ ଘରକୁ ଯାଇ ମୋତେ ମୋ ସଉକ ପୂରା କରିବା ପାଇଁ ସମୟ ମିଳି ନଥାଏ । ଏ ସବୁକୁ ଆଖି ଆଗରେ ରଖି ମୁଁ ମୋ ଲାଠିକୁ ବଇଁଶୀରେ ପରିଣତ କରିବା କଥା ଚିନ୍ତା କରିଥିଲି । ଯାହାଦ୍ୱାରା କାମରୁ ଟିକେ ବିରତି ମିଳିଲେ ମୁଁ ମୋର ବଇଁଶୀ ବଜାଇବାର ସଉକ ପୂରା କରି ପାରୁଛି । ମୋର ବିଭାଗ ଏହି ନିଷ୍ପତ୍ତିରେ ମୋତେ ସହୟତା କରିବା ପରେ ମୁଁ ଏହାକୁ ଅଧିକ ସଫଳ କରି ପାରିଛି । ଚନ୍ଦ୍ରକାନ୍ତଙ୍କ କିଛି ଭିଡିଓ ଏବେ ସାମ୍ନାକୁ ଆସିଛି, ଯେଉଁଥିରେ ସେ ବଇଁଶୀ ବଜାଉଥିବା ଦେଖିବାକୁ ମିଳିଛି ।

ସମ୍ବନ୍ଧିତ ଖବର