ଯେକୌଣସି ସଂସ୍ଥା ପରି, ଘରେ ମଧ୍ୟ ଜଣେ ନେତା ବା ମୁରବୀ ରହିବା ଜରୁରୀ। ପ୍ରାୟତଃ ଏହା ବିଶ୍ୱାସ କରାଯାଏ ଯେ ଜଣେ ବୃଦ୍ଧ କିମ୍ବା ବୃଦ୍ଧା ପରିବାରର ମୁଖ୍ୟ ‌ହୋଇଥାନ୍ତି ଏବଂ ସେ ସମସ୍ତ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତି।

Advertisment

ଯଦି କୌଣସି ଘର ବ୍ୟବସ୍ଥିତ ଢଙ୍ଗରେ ଚାଲିଥାଏ; ତେବେ ସେହି ଘରେ ସୁଖ, ସମୃଦ୍ଧି ବୃଦ୍ଧି ପାଇଥାଏ। ଏକ ଅଣ-ବ୍ୟବସ୍ଥିତ ଘରେ ସଦସ୍ୟମାନଙ୍କ ମଧ୍ୟରେ ବିଶୃଙ୍ଖଳା ଏବଂ ଦ୍ୱନ୍ଦ୍ୱ ଉପୁଜେ।

ଚାଣକ୍ୟ ନୀତି ଶାସ୍ତ୍ର ହେଉଛି ସବୁଠାରୁ ପ୍ରଭାବଶାଳୀ ଗ୍ରନ୍ଥ ମଧ୍ୟରୁ ଗୋଟିଏ, ଯାହାକି ପ୍ରତ୍ୟେକ ସମସ୍ୟାର ସମାଧାନ କରିଥାଏ। ଚାଣକ୍ୟ ନୀତି ଶାସ୍ତ୍ର ଅନୁସାରେ ଘରର ମୁରବୀଙ୍କ ନିକଟରେ କିଛି ଉଚିତ ଗୁଣ ରହିବା ଆବଶ୍ୟକ।

ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁଯାୟୀ, ପରିବାରର ଜଣେ ବ୍ୟକ୍ତି ଏପରି ହେବା ଉଚିତ ଯିଏ ଉପଯୁକ୍ତ ପ୍ରମାଣ ବିନା କ‌ୌଣସି କଥାକୁ ବିଶ୍ବାସ କରୁନଥିବେ। କିଛି କଥାକୁ ବିଶ୍ୱାସ କରିବା ପୂର୍ବରୁ ପ୍ରଥମେ ଖବରକୁ ନିଶ୍ଚିତ କରିବା ଆବଶ୍ୟକ। ଯଦି ସେ ସମସ୍ତଙ୍କୁ ସହଜରେ ବିଶ୍ୱାସ କରିପକାନ୍ତି, ତେବେ ଏହା ପରିବାରରେ ସମସ୍ୟା ସୃଷ୍ଟି କରିପାରେ।

ପରିବାରର ମୁଖ୍ୟ ଘର ଖର୍ଚ୍ଚକୁ ବୁଦ୍ଧିମାନ ଭାବରେ ପରିଚାଳନା କରିବା ଜରୁରୀ। ଯଦି ଅନାବଶ୍ୟକ ସ୍ଥାନରେ ଖର୍ଚ୍ଚ କରନ୍ତି, ଏହା ପରିବାରକୁ ଏକ ଭୁଲ ବାର୍ତ୍ତା ଦେଇପାରେ ଏବଂ ଆର୍ଥିକ ସମସ୍ୟା ସୃଷ୍ଟି କରିପାରେ। ସଞ୍ଚୟ ଏବଂ ପରିଚାଳନା ଗୁଣ ରହିଲେ ପରିବାରରେ କଦାପି ଟଙ୍କା ଅଭାବ ରହିବ ନାହିଁ। କଠିନ ସମୟର ସାମ୍ନା କରିବାକୁ ସଞ୍ଚୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।

କୌଣସି ନିଷ୍ପତ୍ତି ନେବାବେଳେ ଘରର ମୁଖ୍ୟ ପ୍ରତ୍ୟେକ ପରିବାର ସଦସ୍ୟଙ୍କୁ ଧ୍ୟାନରେ ରଖିବା ଉଚିତ ଏବଂ ଏପରି ନିଷ୍ପତ୍ତି ନେବା ଉଚିତ ଯାହାକି କାହାରିକୁ କ୍ଷତି ପହଞ୍ଚାଇବ ନାହିଁ। ଅର୍ଥାତ ଘରର ମୁଖିଆ ନିରପେକ୍ଷ ବିଚାର କରିବା ଆବଶ୍ୟକ।