କମିବ ମହିଳାଙ୍କ ଯନ୍ତ୍ରଣା: ଗର୍ଭକାଳୀନ କଷ୍ଟ ଦୂର କରିବ ହେଡ୍‌ସେଟ୍‌

ସନ୍ତାନ ପ୍ରସବ କରିବା ପ୍ରତ୍ୟେକ ମହିଳାଙ୍କ ପାଇଁ ଏକ କଷ୍ଟକର କାମ ହୋଇଥାଏ। ମହିଳାମାନେ କେବଳ ଏହି କଷ୍ଟ ଓ ଯନ୍ତ୍ରଣା ସେ ହିଁ ଜାଣିଥା’ନ୍ତି । ହେଲେ ଏବେ ଡାକ୍ତରୀ ବିଜ୍ଞାନ ଏକ ନୂଆ ତରିକାରେ ପ୍ରସବ କରାଇବ ଯେଉଁ ତରିକାରେ ଗର୍ଭବତୀଙ୍କୁ ଗର୍ଭକାଳୀନ ଯନ୍ତ୍ରଣା ଜଣାପଡିବ ନାହିଁ । ବିଜ୍ଞାନର ଅଗ୍ରଗତି ଯୋଗୁଁ ପ୍ରତିଦିନ ବିଶ୍ୱରେ କିଛି ନା କିଛି ନୂତନ ଉଦ୍ଭାବନ ଦେଖିବାକୁ ମିଳିଛି । ହେଲେ ବିଜ୍ଞାନର ଅଗ୍ରଗତି ସବୁଠୁ ଅଧିକ ଦେଖିବାକୁ ମିଳୁଛି ଚିକିତ୍ସା ବିଜ୍ଞାନରେ । ଯାହାଦ୍ୱାରା ଅସାଦ୍ଧ ରୋଗର ଚିକିତ୍ସା ବି ସହଜରେ ସାଧନ ହୋଇ ପାରୁଛି । ପ୍ରଥମ ଥର ପାଇଁ ଗର୍ଭବତୀମାନଙ୍କୁ ଡେଲିଭରି ସମୟରେ ହେଉଥିବା ଯନ୍ତ୍ରଣାରୁ ମୁକ୍ତି ଦେବାକୁ ବ୍ରିଟେନର ଡାକ୍ତର ମାନେ ଏକ ଗବେଷଣା କରି ସେଥିରେ ଉପନୀତ ହୋଇଛନ୍ତି । ଯେଉଁଥି ପାଇଁ ଏହି ଗବେଷଣା କରୁଥିବା ଟିମ୍ କୁ ସାରା ବିଶ୍ୱରୁ ପ୍ରଶଂସାର ସୁଅ ଛୁଟୁଛି ।

ବ୍ରିଟେନ୍ର ଏକ ହସ୍ପିଟାଲରେ ପ୍ରଥମଥର ପାଇଁ ଗର୍ଭବତୀ ମହିଳାଙ୍କ ଯନ୍ତ୍ରଣା କମାଇବାକୁ ଏହି ନୂଆ ପଦକ୍ଷେପ ନିଆଯାଇଛି । ଏଠାରେ ନ୍ୟାସନାଲ ହେଲ୍‌ଥ ସର୍ଭିସ ପକ୍ଷରୁ ହସ୍ପିଟାଲରେ ଗର୍ଭବତୀଙ୍କୁ ଭର୍ଚୁଆଲ ରିୟଲିଟି ହେଡସେଟ୍ ପିନ୍ଧିବାକୁ ଦିଆଯାଉଛି । ଏହାର ମୁଖ୍ୟ ଉର୍ଦ୍ଦେଶ୍ୟ ହେଲା ଗର୍ଭବତୀ ଲେବର ରୁମ୍କୁ ଯିବା ପୂର୍ବରୁ ଯନ୍ତ୍ରଣା ଉପରୁ ତାଙ୍କର ନଜର ହଟିଯିବ । ମାତ୍ର ୭ ମିନିଟ୍ ପାଇଁ ଗର୍ଭବତୀଙ୍କୁ ଏହି ହେଡସେଟ୍ ପିନ୍ଧିବାକୁ ପଡିବ । ଏହି ସମୟରେ ଭିଆରରେ ଲାଇଟିଂ, ସମୁଦ୍ର ଲହଡି, ମଙ୍ଗଳ ଗ୍ରହରେ ପାଦ ଥାପିବା, ପେଙ୍ଗୁଇନମାନଙ୍କ ଗହଣରେ ଥିବା ଭଳି ଗର୍ଭବତୀଙ୍କୁ ଅନୁଭବ ହେବ । ଏଥିସହିତ ମନକୁ ଶାନ୍ତ ରଖିବା ପାଇଁ ଗର୍ଭବତୀ ମାନେ ସଂଗୀତ ମଧ୍ୟ ଶୁଣିପାରିବେ ।

ସମ୍ବନ୍ଧିତ ଖବର