ପଣସ, ଗଛରେ ଫଳୁଥିବା ଅନ୍ୟତମ ବୃହଦ୍କାୟ ଫଳ। ସମଗ୍ର ଏସିଆ ମହାଦେଶରେ ଏଇ କ୍ରନ୍ତୀୟ ଫଳଟି ଅତି ଜନପ୍ରିୟ। ଏଥିରେ ଅଛି ପୁଷ୍ଟିସାର ଏବଂ ଭିଟାମିନ୍ ବି, ପଟାସିୟମ୍, କାଲ୍ସିୟମ୍ ଏବଂ ଜିଙ୍କ୍ ଭଳି ପୋଷକତତ୍ତ୍ୱ।
ଖାଦ୍ୟକୁ ଶକ୍ତିରେ ପରିଣତ କରୁଥିବା ରାଇବୋଫ୍ଲେବିନ୍ ଏବଂ ଥିଆମିନ୍ ଭଳି ଉପାଦାନରେ ଏହାର ମଞ୍ଜି ସମୃଦ୍ଧ। ଆଖି, ଚର୍ମ ଓ କେଶକୁ ସୁସ୍ଥ ରଖିବା ଭଳି ମାଗ୍ନେସିୟମ୍, ଜିଙ୍କ୍, ପଟାସିୟମ୍, ଆଇରନ୍, କାଲ୍ସିୟମ୍ ଓ କପର୍ ଭଳି ଆହୁରି ଅନେକ ଉପାଦନ ରହିଛି ପଣସ ମଞ୍ଜିରେ। ଏହା ବ୍ୟତିରକେ, ଏଥିରେ ଥିବା ଆଣ୍ଟି-ମାଇକ୍ରୋବ୍ୟାକ୍ଟେରିଆଲ୍ କମ୍ପାଉଣ୍ଡ୍ ବ୍ୟାକ୍ଟେରିଆ ସଂକ୍ରମଣକୁ ପ୍ରତିହତ କରେ।
ପୁଷ୍ଟିସାର: ପଣସ ମଞ୍ଜିରେ ରହିଛି ପ୍ରଚୁର ପୁଷ୍ଟିସାର। ବିଭିନ୍ନ ପନିପରିବାରେ ପଣସ ମଞ୍ଜି ପକାଇ ରାନ୍ଧିଲେ ତରକାରି ସ୍ୱାଦିଷ୍ଠ ହେବ। ଏହି ପୁଷ୍ଟିସାର ଖାଇବା ଦ୍ୱାରା ମାଂସପେଶୀ ଟାଣୁଆ ହେବା ସହ ଶରୀରର ମେଟାବଲିଜମ୍ର ବେଗ ଦ୍ରୁତ ହେବ।
ବଦହଜମୀନାଶକ: ବଦହଜମୀ ପାଇଁ ପଣସମଞ୍ଜି ତୁରନ୍ତ କାମ କରିଥାଏ। ଏଥିରେ ଥିବା ପାଚକରସ, ତନ୍ତୁ ହଜମକ୍ରିୟାକୁ ତ୍ୱରାନ୍ଵିତ କରି ପାକସ୍ଥଳୀକୁ ସୁସ୍ଥ ରଖେ।
ଦୃଷ୍ଟିଶକ୍ତି ବୃଦ୍ଧିକାରୀ: ପଣସମଞ୍ଜିରେ ଭିଟାମିନ୍ ଏ ଥିବାରୁ ଏହା ଉତ୍ତମ ଦୃଷ୍ଟିଶକ୍ତି ବଜାୟ ରଖିବାରେ ସହାୟକ ହୁଏ। ଏହା ଅନ୍ଧାରକଣା ଭଳି ବିଭିନ୍ନ ଚକ୍ଷୁ ସମ୍ବନ୍ଧୀୟ ରୋଗ ଦୂର କରିଥାଏ।
ରକ୍ତହୀନତା ଦୂରକରେ: ସପ୍ତାହକୁ ଥରେ କି, ଦି’ଥର ପଣସମଞ୍ଜି ଖାଇଲେ ଶରୀରରେ ଲୌହ ଅଂଶ ବଢ଼ିଯାଏ। ଲୌହ ବା ଆଇରନ୍ ଅଂଶ ଅଧିକ ଥିବାରୁ ହିମୋଗ୍ଲୋବିନ୍ସ୍ତର କମ୍ ରହୁଥିବା ଲୋକେ ଏହାକୁ ଖାଇବା ଉଚିତ। ଏହା ରକ୍ତହୀନତା ଦୂର କରିବା ସହ ରକ୍ତ ସଂକ୍ରାନ୍ତ ଅନ୍ୟ କେତେକ ରୋଗ ମଧ୍ୟ ଆରୋଗ୍ୟ କରିଥାଏ।
/sambad/media/post_attachments/wp-content/uploads/2018/07/Jackfruit-Seeds-300x190.jpg)
ମାନସିକ ଚାପ ଦୂର କରେ: ପୁଷ୍ଟିସାର ଓ ଅନ୍ୟାନ୍ୟ ମାଇକ୍ରୋନ୍ୟୁଟ୍ରିଏଣ୍ଟ୍ ଥିବାରୁ ପଣସମଞ୍ଜି ମାନସିକ ଚାପ କମାଇ ଦିଏ। ମାନସିକ ଚାପରେ ଥିବା ସମୟରେ ପଣସମଞ୍ଜି ଖାଇବା ଉଚିତ। ଚିନ୍ତା କମିଯାଇ ମିଜାଜ୍ ଭଲ ରହିବ।
କୋଷ୍ଠକାଠିନ୍ୟ ଦୂରକାରୀ: ତନ୍ତୁ ଥିବାରୁ ପଣସମଞ୍ଜି ଖାଇଲେ କୋଷ୍ଠ ପରିଷ୍କାର ହୁଏ। ପଣସମଞ୍ଜିରେ ଥିବା ତନ୍ତୁ ଅନ୍ତଳନୀରେ ହଜମ କ୍ରିୟାକୁ ତ୍ୱରାନ୍ଵିତ କରି ହଜମପ୍ରକ୍ରିୟାର ବେଗ ବଢ଼ାଇବା ସହ କଲୋନ୍ରୁ ବ୍ୟାକ୍ଟେରିଆଜନିତ ବିଷାକ୍ତ ଉପାଦାନ ନିଷ୍କାସନ କରିଥାଏ।
ରୋଗ ପ୍ରତିରୋଧକ: ଏହା ଶରୀର ଉପରେ ଆଣ୍ଟିମାଇକ୍ରୋବିୟାଲ୍ ପ୍ରଭାବ ପକାଉ ଥିବାରୁ ବ୍ୟାକ୍ଟେରିଆଜନିତ ସଂକ୍ରମଣ ବାଧା ପାଇଥାଏ। ମୁଖ୍ୟତଃ ଜିଙ୍କ୍ ଯୋଗୁଁ ଏହା ଫଳପ୍ରଦ ହୋଇଥାଏ। ଏଥିରେ ଥିବା ଆଣ୍ଟିଅକ୍ସିଡାଣ୍ଟ୍ ଜୀବକୋଷ କ୍ଷୟ ରୋକିଥାଏ।
ହାଡ଼ ମଜଭୁତ କରେ: ପଣସମଞ୍ଜିରେ କ୍ୟାଲ୍ସିୟମ୍ ଓ ପଟାସିୟମ୍ ଥିବାରୁ ଏହା ହାଡ଼କୁ ସୁସ୍ଥ ରଖେ। ଭୋଜନରେ ପଣସମଞ୍ଜି ଖାଇବା ଦ୍ୱାରା ହାଡ଼ ଓ ମାଂସପେଶୀ ସୁଗଠିତ ହୋଇ ରହିଥାଏ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/07/j-seeds.jpeg)