ପରିବେଶ ପ୍ରଦୂଷଣ ବିଶ୍ୱବ୍ୟାପି ଚିନ୍ତାର କାରଣ ହୋଇଛି | ସହରୀକରଣ ଏବଂ ଶିଳ୍ପାୟନ ଅର୍ଥନୀତିକ ବିକାଶ ସହିତ ଶକ୍ତିର ବ୍ୟବହାର ଏବଂ ବର୍ଜ୍ୟବସ୍ତୁ ନିଷ୍କାସନରେ ବ୍ୟାପକ ବୃଦ୍ଧି ଘଟାଇଛି | ସଂପ୍ରତି ଗ୍ରୀନହାଉସ୍ ଗ୍ୟାସ୍ ନିର୍ଗମନ ଯୋଗୁ ବାୟୁ ପ୍ରଦୂଷଣ, ବର୍ଜ୍ୟ ମିଶ୍ରଣ ହେତୁ ଜଳ  ପ୍ରଦୂଷଣ ଏବଂ  ଅନ୍ୟ ଶ୍ରେଣୀର ପରିବେଶ ପ୍ରଦୂଷଣକୁ ଅନ୍ତର୍ଜାତୀୟ ଜନସ୍ୱାସ୍ଥ୍ୟ ସମସ୍ୟା ଭାବରେ ବିବେଚନା କରାଯାଉଛି। ଏହି ସମସ୍ୟାର ସାମାଜିକ, ଅର୍ଥନୀତିକ, ଆଇନଗତ ଏବଂ ପରିବେଶିକ ବ୍ୟବସ୍ଥା ଆଦି ଏକାଧିକ ଦୃଷ୍ଟିକୋଣରୁ ଅନୁସନ୍ଧାନ କରାଯିବା ଉଚିତ୍ | ଜୀବନଶୈଳୀରେ ସ୍ୱାସ୍ଥ୍ୟ ସଚେତନତା ଏବଂ ସାମାଜିକସ୍ତରରେ ପ୍ରଦୂଷଣକୁ ପ୍ରତିରୋଧ କରିବା ପାଇଁ ନିରନ୍ତର ପ୍ରୟାସ ହିଁ ଏହି ସମସ୍ୟାର ସମାଧାନରେ ସାହାଯ୍ୟ କରିବ |

Advertisment

Land pollution | Britannica Britannica

ପରିବେଶ ପ୍ରଦୂଷଣର ଆମ ସ୍ୱାସ୍ଥ୍ୟ ଉପରେ ବିଭିନ୍ନ ପ୍ରତିକୂଳ ପ୍ରଭାବ ରହିଛି।  ଶିଶୁ ମୃତ୍ୟୁ, ଶ୍ୱାସକ୍ରିୟା ଜନିତ ସମସ୍ୟା, ଆଲର୍ଜି, ହୃଦରୋଗ, ଏଣ୍ଡୋଥେଲିଆଲ୍ ଡିସଫଙ୍କସନ, ମାନସିକ ବିକୃତି ଭଳି ରୋଗର ଏହା କାରଣ ହେବା ସହ ଅନ୍ୟାନ୍ୟ କ୍ଷତିକାରକ ବି ପ୍ରଭାବ ରହିଛି। ବାୟୁ ପ୍ରଦୂଷଣର ବ୍ୟାପକ ପ୍ରଭାବ ଶିଶୁମାନଙ୍କ ଉପରେ ରହିଛି। ପ୍ରଦୂଷିତ ବାୟୁ ଯୋଗୁ ସେମାନେ ଶ୍ବସଜନିତ ସମସ୍ୟାର ଶିକାର ହୁଅନ୍ତି। ଏହ‌ାର ଚିକିତ୍ସା ଠିକ ସମୟରେ ନହେଲେ ଫୁସଫୁସ୍ ସମ୍ଭନ୍ଧିତ ରୋଗ ଆକ୍ରମଣ କରେ। ପୁଣି  ବୟସ୍କମାନଙ୍କ ଉପରେ ମଧ୍ୟ ଏହାର କୁପ୍ରଭାବ ରହିଛି।  ଅନେକ ଅଧ୍ୟୟନରୁ ଜଣାପଡ଼ିଛି, ବାୟୁମଣ୍ଡଳରେ ଉଡି ବୁଲୁଥିବା ଛୋଟ ଛୋଟ ବିଷାକ୍ତ କଣିକା ସଂସ୍ପର୍ଶରେ ଆସି  କର୍କଟ ଏବଂ ଅନ୍ୟାନ୍ୟ ଦୂରାରୋଗ୍ୟ ବ୍ୟାଧି ହେବା ସହ ମୃତ୍ୟୁର ଆଶଙ୍କା ମଧ୍ୟ ରହିଛି। ତେଣୁ ପ୍ରଦୂଷଣକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଏବଂ ପ୍ରଦୂଷଣକୁ ନିୟନ୍ତ୍ରଣ କରିବାର ସମୟ ଆସିଛି |

People Wear the Mask. Air Stock Footage Video (100% Royalty-free) 1036090406 | Shutterstock Shutterstock

ବର୍ତ୍ତମାନ ବର୍ଜ୍ୟବସ୍ତୁ ନିଷ୍କାସନ ଏକ ବଡ଼ ବିପଦ ଭାବେ ଉଭା ହୋଇଛି।  କୃଷି, ଖଣି, ଉତ୍ପାଦନ, ପରିବହନ ଏବଂ ଅନ୍ୟାନ୍ୟ  କ୍ଷେତ୍ରରୁ ବାହାରୁଥିବା ବର୍ଜ୍ୟବସ୍ତୁ ପରିବେଶକୁ ନଷ୍ଟ କରୁଛି | ଏହାର ଉପଯୁକ୍ତ ପରିଚାଳନାର ଅଭାବ ବିଶ୍ବ ଲାଗି ସ୍ବାସ୍ଥ୍ୟ ସଂକଟ ଭାବେ ଉଭା ହୋଇଛି। ପରିବେଶ ପ୍ରଦୂଷଣର ସମଗ୍ର ବିଶ୍ବର ଜନସ୍ୱାସ୍ଥ୍ୟ ଉପରେ ପ୍ରତିକୂଳ ପ୍ରଭାବ କ୍ରମଶଃ ସଂକଟଜନକ ସ୍ଥିତିକୁ ଯାଉଛି। ଏହାର ନିରାକରଣ ଲାଗି ବ୍ୟାପକ ଗବେଷଣା କରି ବିଭିନ୍ନ ପ୍ରକାରର ହସ୍ତକ୍ଷେପକୁ ବିଚାରକୁ ନିଆଯିବା ଉଚିତ | ବିଶ୍ବବ୍ୟାପି  ଶିଳ୍ପସଂସ୍ଥାଗୁଡ଼ିକୁ ପ୍ରଦୂଷଣ ନକରିବା ଲାଗି ତାଗିଦ କରାଯିବା ସହିତ ଏହି ପରିପ୍ରେକ୍ଷୀରେ ଜନସଚେତନତା ସୃଷ୍ଟି କରାଯିବା ବିଧେୟ | ସେହିଭଳି, ପ୍ରଦୂଷଣ କାରକଗୁଡ଼ିକର କ୍ଷତିକାରକ ପ୍ରଭାବକୁ ରୋକିବା ଏବଂ ହ୍ରାସ କରିବାରେ ସ୍ୱାସ୍ଥ୍ୟ ବିଶେଷଜ୍ଞମାନଙ୍କର ଏକ ସ୍ୱତନ୍ତ୍ର ଦକ୍ଷତା ଅଛି, ଏହାକୁ ଉପଯୋଗ କରାଯିବା ଏକାନ୍ତ ଆବଶ୍ୟକ।

                    (ଏହି ଆଲେଖ୍ୟଟି ‘ସମ୍ବାଦ ଡିଜିଟାଲ୍’ର ପରିବେଶ ସଚେତନତା ଅଭିଯାନ  ‘ପୁନଶ୍ଚ ପୃଥିବୀ-ୱାନ୍ ଆର୍ଥ, ୟୁନାଇଟ୍ ଫର୍ ଇଟ୍’ର ଅଂଶବିଶେଷ)