ଏଣିକି ଏଚ୍‌ଆଇଭି ପୀଡ଼ିତଙ୍କୁ ଅନାଦାର କଲେ ୨ ବର୍ଷ ଜେଲଦଣ୍ଡ ସହ ୧ଲକ୍ଷ ଟଙ୍କା ଜରିମାନା ଦେବାକୁ ପଡ଼ିବ!

ଏଣିକି ଏଚ୍‌ଆଇଭି ପୀଡ଼ିତଙ୍କୁ ଅନାଦାର କଲେ ଜେଲଦଣ୍ଡ ଭୋଗିବା ସହ ଦେବାକୁ ପଡ଼ିବ ଜରିମାନା। ଏ ସମ୍ବନ୍ଧରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏଚଆଇଭି/ଏଡସ୍‌ ଅଧିନିୟମ ଜାରି କରାଯାଇଛି। ଏହି ଅଧିନିୟମ ଅନୁସାରେ ଏଚ୍‌ଆଇଭି ଏବଂ ଏଡସ୍‌ ରୋଗୀଙ୍କ ସହ ଭେଦଭାବ କରିବା ଏବେ ଅପରାଧିକ ଶ୍ରେଣୀରେ ନିଆଯିବ। ଏମିତି କରୁଥିବା ଲୋକଙ୍କୁ ୨ ବର୍ଷ ପର୍ଯ୍ୟନ୍ତ ଜେଲ୍‌ ଦଣ୍ଡ ଓ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ଲାଗୁ କରାଯାଇପାରେ। ଏହି ସମ୍ବନ୍ଧରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏଚଆଇଭି/ଏଡସ୍‌ ଅଧିନିୟମ, ୨୦୧୭ର ଅଧିସୂଚନା ଜାରି କରାଯାଇଛି। ଅଧିସୂଚନାରେ ଲିଖିତ ଅଛି କି ୧୦ ସେପ୍ଟେମ୍ବରରୁ ସାରା ଦେଶରେ ଏହାକୁ ଲାଗୁ କରାଯାଇଛି।

ଏଚଆଇଭି/ଏଡସ୍‌ ଅଧିନିୟମ, ୨୦୧୭ ମସିହା ଏପ୍ରିଲରେ ପାରିତ କରାଯାଇଥିଲା। ଅଧିନିୟମ ପାରିତ ହେବାପରେ ଏହାକୁ ଲାଗୁ କରାଯାଇନଥିବା କାରଣରୁ ଦିଲ୍ଲୀ ହାଇକୋର୍ଟ ଏହାକୁ ନିଜ ଅଧିନରେ ନେଇ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟକୁ ଦୋଷାରୋପ କରିଥିଲା। ଏହି ଅଧିନିୟମ ଲାଗୁ ହେବାପରେ ଏଚଆଇଭି ବା ଏଡସ୍‌ ପୀଡିତଙ୍କ ସମ୍ପତ୍ତିରେ ପୁରା ଅଧିକାର ଓ ସ୍ୱାସ୍ଥ୍ୟସେବା ସହିତ ଜଡିତ ସମସ୍ତ ଆବଶ୍ୟକୀୟ ସହାୟତା ମିଳିପାରିବ। ଅଧିନିୟମରେ ସ୍ପଷ୍ଟ କରାଯାଇଛି କି ଏପ୍ରକାରର ରୋଗୀଙ୍କ ସହ ଭେଦଭାବକୁ ଅପରାଧିକ ଶ୍ରେଣୀରେ ନିଆଯିବ।

ହ୍ୟୁମନ ଇମ୍ୟୁନୋଡେଫିସିଏନ୍‌ସି ଭାଇରସ୍‌/ଏକ୍ୱାୟାର୍ଡ ଇମ୍ୟୁନ ଡେଫିସିଏନ୍‌ସି ସିଣ୍ଡ୍ରୋମ ବିଲ, ୨୦୧୭ ନାମକ ଏହି ଆକ୍ଟ ଏଚଆଇଭି କମ୍ୟୁନିଟି ପାଇଁ ଆଇନକୁ ମଜବୁତ କରିବା ପାଇଁ ପାସ୍‌ କରାଯାଇଛି। ଏହାଦ୍ୱାରା ଏହି ସମୁଦାୟର ଲୋକଙ୍କୁ ନ୍ୟାୟର ଅଧିକାର ଦିଆଯିବ।

ନୂଆ ନିୟମ କଣ କହୁଛି ?

ଏହି ଆକ୍ଟ ଅଧିନରେ ଏଚଆଇଭି ପୀଡିତ ନାବାଳକକୁ ପରିବାର ସହିତ ରହିବାର ଅଧିକାର ଦିଏ ଓ ତାଙ୍କ ବିରୁଦ୍ଧରେ ଭେଦଭାବ କରିବା ଓ ଘୃଣାଭାବ ପ୍ରଦର୍ଶନ କରିବାକୁ ରୋକେ।

ଏହି ଆକ୍ଟ ଅଧିନରେ ରୋଗୀକୁ ଆଣ୍ଟି-ରେଟ୍ରୋଭାଇରାଲ ଥେରାପିର ନ୍ୟାୟିକ ଅଧିକାର ମିଳିଯାଏ। ଏହା ଅଧିନରେ ପ୍ରତ୍ୟେକ ରୋଗୀଙ୍କୁ ଏଚଆଇଭି ପ୍ରତିରୋଧକ, ଟେଷ୍ଟିଙ୍ଗ, ଚିକିତ୍ସା ଓ କାଉନସିଲିଂ ସେବାର ଅଧିକାର ମିଳିବ। ଏହା ସହିତ ଏହି ଆକ୍ଟ ଅଧିନରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଏହି ଦାୟିତ୍ୱ ଦିଆଯାଇଛି କି ରୋଗୀଙ୍କ ଠାରେ ସଂକ୍ରମଣ ରୋକିବା ଓ ଉଚିତ୍‌ ଉପଚାର ଦେବାରେ ସହାୟତା କରିବା।

ଏହି ବିଲରେ ରୋଗୀଙ୍କ ବିରୁଦ୍ଧରେ ଭେଦଭାବକୁ ପରିଭାଷିତ କରାଯାଇଛି। ଏଥିରେ କୁହାଯାଇଛି କି ରୋଗୀଙ୍କୁ ରୋଜଗାର, ଶିକ୍ଷା, ସ୍ୱାସ୍ଥ୍ୟ ସମ୍ପତ୍ତି, ଭଡାଟିଆ ଘର ଭଳି ସୁବିଧା ଦେବାକୁ ମନା କରିବା ବା କୌଣସି ପ୍ରକାରର ଅନ୍ୟାୟ କରିବା ଭେଦଭାବ ହେବ।

କୌଣସି ରୋଗୀଙ୍କୁ ତାଙ୍କ ସହମତି ବିନା ଏଚଆଇଭି ଟେଷ୍ଟ ବା କୌଣସି ଡାକ୍ତରୀ ଚିକିତ୍ସା ପାଇଁ ବାଧ୍ୟ କରାଯାଇପାରିବନ।

ସମ୍ବନ୍ଧିତ ଖବର