କିଛି ଦିନ ପୂର୍ବରୁ ଚେନ୍ନାଇରେ ଏସିରୁ ଲିକ୍ ହୋଇଥିବା ଗ୍ୟାସ୍ କବଳରେ ଆସି ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ୟୁ ହୋଇଯାଇଛି। ଖବର ମୁତାବକ, ପରିବାରର ସଦସ୍ୟ ରାତିରେ ଏସି ଲଗାଇ ଶୋଇଥିଲେ। ବିଳମ୍ବିତ ରାତ୍ରିରେ ଗ୍ୟାସ୍ ଲିକ୍ ହେଲା ଓ ଶୋଇବା ସମୟରେ ହିଁ ପରିବାରର ୩ ଜଣ ସଦସ୍ୟ ନିଜ ଜୀବନ ହାରିଲେ। ପ୍ରଶ୍ନ ଉଠୁଛି ଯେ, ଏସି ମଣିଷ ଶରୀର ପାଇଁ କେତେ କ୍ଷତିକାରକ। ମେଡିକାଲ ରିପୋର୍ଟ ମୁତାବକ, ଗ୍ୟାସ ଲିକ୍ ବ୍ୟତୀତ ଅଧିକ ସମୟ ଏସିରେ ସମୟ ବିତାଇବା ଦ୍ୱାରା ମଧ୍ୟ ଅନେକ ଶାରୀରିକ ସମସ୍ୟା ହୋଇଥାଏ। ଜାଣନ୍ତୁ ଏସି ଚାଲୁଥିବା ସମୟରେ ଆପଣଙ୍କୁ କେଉଁ କେଉଁ ଅସୁବିଧାର ସାମନା କରିବାକୁ ପଡିପାରେ ?
/sambad/media/post_attachments/wp-content/uploads/2018/10/SAC_B2B_Vertical_SOLUTIONS_Officel_Detail_main03-300x146.jpg)
ରୋଗ ଓ ଲଗାତାର ଥକାପଣ :
ଖରା ଦିନରେ ବି ଅଫିସରେ ଅଧିକ ଏସି କାରଣରୁ ଥଣ୍ଡା ଲାଗେ। ଏହା ଆପଣଙ୍କ ଥକାପଣର ବଡ କାରଣ ହୋଇପାରେ। ରିସର୍ଚ୍ଚ ମୁତାବକ, ଯେଉଁ ଲୋକମାନେ ଏସିର ଅଧିକ ଥଣ୍ଡା ପରିବେଶରେ ରହନ୍ତି, ତାଙ୍କୁ ଲଗାତାର ମୁଣ୍ଡବ୍ୟଥା ଓ ଥକାପଣର ସମସ୍ୟା ହୋଇପାରେ। ତାଙ୍କୁ ଜଳାପୋଡା ଓ ଶ୍ୱାସ ନେବାରେ ଅସୁବିଧାର ସାମନା କରିବାକୁ ପଡିପାରେ।
ପୁରୁଣା ରୋଗ ଉପରେ ଭାରୀ ପଡିବ :
ଏସି ବିଷୟରେ କୁହାଯାଏ କି, ଏହାର ଅତ୍ୟଧିକ ବ୍ୟବହାର ଦ୍ୱାରା ନିମ୍ନ ରକ୍ତଚାପ, ଆର୍ଥରାଇଟିସ୍ ଓ ନ୍ୟୁରେଟିସ୍ର ସମସ୍ୟା ବଢ଼ିଯାଏ।ଏହାଦ୍ୱାରା ଶରୀରରେ ଯନ୍ତ୍ରଣାର ସମସ୍ୟା ହୋଇଥାଏ।
ଗରମ ସହ ଲଢ଼ିପାରିବେନି :
ଏସି କାରଣରୁ ଗରମ ସହିପାରିବାର କ୍ଷମତା କମ୍ ହୋଇଯାଇଥାଏ। କାହିଁକିନା ଏସି ପରିବେଶରୁ ବାହାରକୁ ବାହାରିଲେ ଅଧିକ ଗରମ ଲାଗିଥାଏ। ଏହି ଗରମ ନ ସହିପାରିବାର କ୍ଷମତା କାରଣରୁ ଲୋକେ ଅଂଶୁଘାତର ଶିକାର ହୋଇଥାନ୍ତି।
/sambad/media/post_attachments/wp-content/uploads/2018/10/car-300x200.jpg)
ନିଶ୍ୱାସ-ପ୍ରଶ୍ୱାସ ନେବାରେ ଅସୁବିଧା :
ଯଦି ଆପଣ କାରରେ ଏସି ଚଳାଇ ଯାତ୍ରା କରନ୍ତି, ତେବେ ଶ୍ୱାସ ନେବାରେ ସମସ୍ୟା ହୋଇପାରେ। ରିସର୍ଚ୍ଚ ମୁତାବକ, ଏସି ଚଲାଇ ଯାତ୍ରା କରିବା ସମୟରେ ୨୫ଟି କାର ମଧ୍ୟରୁ ୨୨ଟି କାର ଭିତରେ ୮ ପ୍ରକାରର ଜୀବାଣୁ ବାହାରିଥାଏ। ଏହା ଦ୍ୱାରା ନିମୋନିୟା ଭଳି ରୋଗ ହେବାର ଆଶଙ୍କା ହୋଇଥାଏ। ଏହା ଦ୍ୱାରା ମଣିଷର ମୃତ୍ୟୁ ବି ହୋଇପାରେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/10/ac-final.jpg)