ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରକାଶିତ ପରିଅଡିକ୍ ଲେବର ଫୋର୍ସ ସର୍ଭେ(ପିଏଲ୍ଏଫ୍ଏସ୍) ରିପୋର୍ଟ ଅନୁଯାୟୀ ବେରୋଜଗାର ସଂଖ୍ୟା ହ୍ରାସ ପାଇଛି। ୨୦୧୮-୧୯ବର୍ଷରେ ଏହା ୫.୮ ପ୍ରତିଶତ ଥିବା ବେଳେ ୨୦୨୧-୨୨ରେ ଏହା ୪.୧ ପ୍ରତିଶତକୁ ଖସି ଆସିଛି। ତଥାପି ଅନେକ କ୍ଷେତ୍ରରେ ସ୍ଥିତି ଏବେ ବି ଉଦ୍ବେଗଜନକ ରହିଛି। କୋଭିଡ କ୍ଷତରୁ ଶ୍ରମ କ୍ଷେତ୍ର ଏ ଯାଏ ବାହାରି ପାରିନାହିଁ। ବିଶେଷକରି ମାନୁଫାକ୍ଚିରିଂ ବା ବିନିର୍ମାଣ କ୍ଷେତ୍ରରେ ବେରୋଜଗାର ବୃଦ୍ଧି ପାଇଛି। ଅନ୍ୟ କିଛି ରୋଜଗାର ପନ୍ଥା ନ ଥିବାରୁ ଲୋକମାନେ ବାଧ୍ୟବାଧକତାରେ ଚାଷ କ୍ଷେତ୍ରକୁ ଓହ୍ଲାଇଛନ୍ତି। ଯାହାଫଳରେ କୃଷି କ୍ଷେତ୍ରରେ ଏହାର ହାର ବୃଦ୍ଧି ପାଇଛି। ୨୦୧୮-୧୯ରେ ଏହା ୪୨.୫ ପ୍ରତିଶତ ଥିବା ବେଳେ ୨୦୨୧-୨୨ରେ ଏହା ୪୫.୫ ପ୍ରତିଶତକୁ ବୃଦ୍ଧି ପାଇଛି।
/sambad/media/post_attachments/wp-content/uploads/2023/03/p1-2-300x181.jpg)
ଅପରପକ୍ଷରେ ଅନେକ ଲୋକ ଆତ୍ମନିଭର୍ରଶୀଳ ହୋଇଥିବା ରିପୋର୍ଟରୁ ଜଣାପଡ଼ିଛି। ୨୦୧୮-୧୯ବର୍ଷରେ ଏହାର ହାର ୫୨.୧ ପ୍ରତିଶତ ଥିବା ବେଳେ ୨୦୨୧-୨୨ରେ ଏହା ୫୫.୮ ପ୍ରତିଶତକୁ ବଢ଼ିଛି। ମାତ୍ର ଦରମା ପାଉଥିବା ଲୋକଙ୍କ ସଂଖ୍ୟାରେ ହ୍ରାସ ହୋଇଛି। ପୂର୍ବରୁ ଏହା ୨୩.୮ ପ୍ରତିଶତ ଥିବା ବେଳେ ୨୦୨୧-୨୨ବର୍ଷରେ ଏହା ୨୧.୫କୁ ଖସି ଆସିଛି। ମାତ୍ର ଉଦ୍ବେଗଜନକ ବିଷୟ ହେଉଛି ଯେ ଯେଉଁମାନେ ନିୟମିତ ଦରମା ପାଉଛନ୍ତି ସେମାନେ ନିଜର ନିଯୁକ୍ତିଦାତାଙ୍କଠାରୁ ଅନ୍ୟ ସୁବିଧାସୁଯୋଗ ପାଇବାରୁ ବଞ୍ଚିତ। ବିଶେଷକରି ସାମାଜିକ ସୁରକ୍ଷା କ୍ଷେତ୍ରରେ ଏହା ଅଧିକ ରହିଛି।
/sambad/media/post_attachments/wp-content/uploads/2023/03/p3-2-300x227.jpg)
ଶ୍ରମ କ୍ଷେତ୍ରରେ ମହିଳାଙ୍କ ହାର ହ୍ରାସ ପାଇଛି। ପୁରୁଷଙ୍କ ତୁଳନାରେ ମହିଳାମାନେ କାମ ପାଇବା କଷ୍ଟକର ହୋଇଥିବା ହେଁ ସହରାଞ୍ଚଳ ତୁଳନାରେ ଗ୍ରାମାଞ୍ଚଳରେ ଅଧିକା ସଂଖ୍ୟାରେ ମହିଳା କାର୍ଯ୍ୟ କରୁଛନ୍ତି। କୋଭିଡ ମହାମାରୀ ପୂର୍ବରୁ ମହିଳାଙ୍କ କ୍ଷେତ୍ରରେ ବେରୋଜଗାର ହାର ଯେପରି ଅଧିକ ରହିଥିଲା, ମହାମାରୀ ପରେ ବି ଏଥିରେ କୌଣସି ପରିବର୍ତ୍ତନ ହୋଇନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/03/workers-tt.jpg)