ନିରୋଗ ରହିବା ଲାଗି କରନ୍ତୁ ଏହି ମନ୍ତ୍ରର ଜପ

ଜୀବନରେ କିଏ ବା ଖୁସି ନ ଚାହେଁ! ସମସ୍ତେ ନୀରୋଗ ବି ରହିବାକୁ ଚାହାଁନ୍ତି। ହେଲେ ଏହା ସମ୍ଭବ କେବଳ ଗୋଟିଏ ମନ୍ତ୍ରଣ ଉଚ୍ଚାରଣଦ୍ୱାରା ହିଁ ସମ୍ଭବ । ଆସନ୍ତୁ ଜାଣିବା ସେହି ମନ୍ତ୍ର ସଂପର୍କରେ।

photo-teluguone.com

ନିରୋଗ ରହିବା ଲାଗି ମନ୍ତ୍ର: ନିରୋଗ ରହିବା ଲାଗି ଏହି ମନ୍ତ୍ର ଜପ କରନ୍ତୁ -ଗଙ୍ଗେ ଚ ଯମୁନେ ଚୈବ ଗୋଦାବରୀ ସରସ୍ୱତୀ ନର୍ମଦେ ସିନ୍ଧୁ କାବେରୀ ଜଳେ ଅସ୍ମିନ୍‌ ସନ୍ନିଧିଂ କୁରୁ । ଏହାକୁ ଗଙ୍ଗା ମନ୍ତ୍ର ବୋଲି ମଧ୍ୟ କୁହାଯାଏ । ପ୍ରାତଃ କାଳରେ ପୂର୍ବ ଦିଗକୁ ମୁହଁ କରି ଲଗାତର ୭ ଦିନ ଯାଏଁ ୩ ଥର ଏହି ମନ୍ତ୍ର ଜପ କରନ୍ତୁ । ଏହା ଫଳରେ ଆପଣ ସର୍ବଦା ନିରୋଗ ରହିବେ ।

ଖୁସି ରହିବା ମନ୍ତ୍ର: ସର୍ବଦା ଖୁସି ରହିବା ପାଇଁ ମଣିଷ କେତେ କ’ଣ ନ କରେ । ହେଲେ ଆପଣ ଜାଣନ୍ତି କି କେବଳ ଗୋଟିଏ ମନ୍ତ୍ର ଜପ କରିଲେ, ତାହା ଘଟି ପାରିବ । ଏହା ହେଲା- ପ୍ରସନ୍ନ ଚେତସା ହ୍ୟାଶୁ ବୁଦ୍ଧିଃ ପର୍ଯ୍ୟବତିଷ୍ଠତେ । ଏହି ମନ୍ତ୍ରକୁ କେବଳ ସନ୍ଧ୍ୟାବେଳେ ଜପ କରିବା ଉଚିତ । ଏହି ମନ୍ତ୍ର ଜପ କରିବା ବେଳେ ଉତ୍ତର ଦିଗକୁ ମୁଖ କରି ବସନ୍ତୁ। କ୍ରମାଗତ ୨୧ ଦିନ ଯାଏଁ ପ୍ରତ୍ୟେକ ଦିନ ୭ ଥର ଏହି ମନ୍ତ୍ର ଉଚ୍ଚାରଣ କରନ୍ତୁ । ମନରେ ପ୍ରସନ୍ନତା ଆସିବ ।

କୁଦୃଷ୍ଟରୁ ରକ୍ଷା ପାଇବା ପାଇଁ ମନ୍ତ୍ର: ‘ନମସ୍ତେ ରୁଦ୍ରରୂପାୟ କରିରୂପାୟତେ ନମଃ ।’ ପ୍ରତ୍ୟେକ ଗୁରୁବାର ସନ୍ଧ୍ୟା ସମୟରେ ଏହି ମନ୍ତ୍ରର ଜପ କରିବା ଉଚିତ୍‌ ।

ସମ୍ବନ୍ଧିତ ଖବର