ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ଶ୍ରବଣହୀନତା ଏକ ଗମ୍ଭୀର ସମସ୍ୟାରେ ପରିଣତ ହୋଇଛି। ଅତ୍ୟଧିକ ଶ୍ରବଣ ସମସ୍ୟାରେ ପୀଡ଼ିତ ବ୍ୟକ୍ତି ମାନସିକସ୍ତରରେ ଭାଙ୍ଗି ପଡ଼ନ୍ତି ଏବଂ ସମାଜଠାରୁ ନିଜକୁ ଦୂରେଇ ଦିଅନ୍ତି।

Advertisment

କାରଣ: ଏହା ବିଭିନ୍ନ କାରଣ ପାଇଁ ହୋଇଥାଏ। କିଛି ଲୋକଙ୍କ କ୍ଷେତ୍ରରେ ବୟସଜନିତ ସ୍ନାୟବିକ ଦୁର୍ବଳତା ଯୋଗୁଁ ହୋଇଥାଏ ତ ଆଉକିଛି ଲୋକଙ୍କଠାରେ ଏହା ଆନୁବଂଶିକ। କୌଣସି ଦୁର୍ଘଟଣା ଯୋଗୁଁ ମୁଣ୍ଡ ବା ମସ୍ତିଷ୍କରେ ଆଘାତ ଲାଗିଲେ ଶ୍ରବଣ ସମସ୍ୟା ଦେଖା ଦେଇଥାଏ। ଅନେକଙ୍କଠାରେ ଅତ୍ୟଧିକ ଶବ୍ଦ ପ୍ରଦୂଷଣ ଯୋଗୁଁ ମଧ୍ୟ ଶ୍ରବଣ ସମସ୍ୟା ସୃଷ୍ଟି ହୋଇଥାଏ। କିଛି ଶିଶୁଙ୍କଠାରେ ଜନ୍ମଗତ ତ୍ରୁଟି ଓ ସିଣ୍ଡ୍ରୋମ୍‌ ଯୋଗୁଁ ଏହି ସମସ୍ୟା ଦେଖା ଦେଇଥାଏ।

ଲକ୍ଷଣ: କଥା ହେଲାବେଳେ ବାରମ୍ବାର ପୁନରାବୃତ୍ତି ପାଇଁ ଅନୁରୋଧ କରିବା, ଅଧିକ ଭଲ୍ୟୁମ୍‌ରେ ଟିଭି ଦେଖ‌ିବା, ଟେଲିଫୋନ୍‌ରେ ସ୍ପଷ୍ଟ କଥା ହୋଇ ନପାରିବା, କଥା ସ୍ପଷ୍ଟ ଭାବେ ବୁଝି ନପାରିବା, ଟେଲିଫୋନ୍‌ ରିଙ୍ଗ୍‌ ଓ ଡୋର୍‌ବେଲ୍‌ ରିଙ୍ଗ୍ ଶୁଣି ନ ପାରିବା ଇତ୍ୟାଦି।

ନିରାକରଣ: ଆପଣଙ୍କଠାରେ ଉପରୋକ୍ତ ଲକ୍ଷଣ ଦେଖାଦେଲେ ପ୍ରଥମେ ନିକଟସ୍ଥ ଅଡିଓଲୋଜିଷ୍ଟଙ୍କ ସହ ସାକ୍ଷାତ କରି ଶ୍ରବଣ ପରୀକ୍ଷା କରେଇ ନିଅନ୍ତୁ। ଏହାକୁ ଅଡିଓମେଟ୍ରି ଟେଷ୍ଟ କୁହାଯାଏ। କିଛିଟା ବା‌ହାର ଶ୍ରବଣ ସମସ୍ୟା ଡାକ୍ତରଙ୍କ ଦ୍ବାରା ଔଷଧ ବା ସର୍ଜରି ଦ୍ବାରା ଠିକ୍ ହୋଇଥାଏ। ଏହାବ୍ୟତୀତ ଅଧିକାଂଶ ଶ୍ରବଣ ସମସ୍ୟା ପାଇଁ ଶ୍ରବଣଯନ୍ତ୍ର ବ୍ୟବହାର କରିବାକୁ ପଡ଼ିଥାଏ। ଜଣେ ଦକ୍ଷ ଅଡିଓଲୋଜିଷ୍ଟଙ୍କ ପରାମର୍ଶକ୍ରମେ ଶ୍ରବଣ ଯନ୍ତ୍ର ବ୍ୟବହାର କରିବା ଉଚିତ। ବର୍ତ୍ତମାନ ସମୟରେ ଉଚ୍ଚଗୁଣବତ୍ତାଯୁକ୍ତ ଶ୍ରବଣଯନ୍ତ୍ର ଅଡିଜୋନ୍‌ର ଶାଖା ବ୍ରହ୍ମପୁର, ସମ୍ବଲପୁର, ରାଉରକେଲା, ବାଲେଶ୍ବର, କେନ୍ଦୁଝର, କୋରାପୁଟ, କଟକ ଓ ଭୁବନେଶ୍ବରରେ ଉପଲବ୍ଧ ଅଛି।