ଏହି ବ୍ଲଡ୍‍ ଗ୍ରୁପ୍‌ର ଲୋକମାନଙ୍କ ପାଖରେ ହୃଦ୍‌ଘାତ ହେବାର ଆଶଙ୍କା ଅଧିକ ରହିଥାଏ

ପ୍ରତିଦିନ ବଦଳୁଥିବା ଜୀବନଶୈଳୀ ପାଇଁ ଲୋକମାନଙ୍କ ମଧ୍ୟରେ ଅନେକ ନୂଆ ନୂଆ ରୋଗ ସୃଷ୍ଟି ହେଉଛି । ପରିବେଶ ପ୍ରଦୂଷଣ, କାମର ଚିନ୍ତା ଏବଂ ଖାଇବାରେ ଠିକଣା ରହୁ ନ ଥିବାରୁ ଲୋକମାନେ ଅନେକ ରୋଗର ଶିକାର ହେଉଛନ୍ତି । ଖାସ୍‌ କରି ହୃଦ୍‌ଘାତର ଶିକାର ହୋଇ ପ୍ରତିବର୍ଷ ଅନେକ ଲୋକ ମୃତ୍ୟୁବରଣ କରୁଛନ୍ତି। ଖରାଦିନ ଅପେକ୍ଷା ଶୀତ ଦିନେ ହୃଦ୍‌ଘାତର ଆଶଙ୍କା ଅଧିକ ରହିବା ସହ ହୃଦ୍‌ଘାତ ହେବା ବ୍ଲଡ଼୍‍ ଗ୍ରୁପ୍‌ ଉପରେ ମଧ୍ୟ ନିର୍ଭର କରେ ବୋଲି ଏକ ଗବେଷଣାରୁ ଜଣାପଡ଼ିଛି।

Image result for heart attack
Go Red for Women

ଗବେଷଣା ଅନୁଯାୟୀ, ‘ଓ’ ବ୍ଲଡ଼୍‍ ଗ୍ରୁପ୍‌କୁ ଛାଡ଼ି ଦେଲେ ଅନ୍ୟ ସବୁ ବ୍ଲଡ଼୍‍ ଗ୍ରୁପ୍‌ର ଲୋକମାନଙ୍କ ପାଖରେ ହୃଦ୍‌ଘାତର ଆଶଙ୍କା ଅଧିକ ଦେଖାଯାଇଥାଏ। ନେଦରଲ୍ୟାଣ୍ଡରେ ଥିବା ଗ୍ରୋନିଗନ ବିଶ୍ୱବିଦ୍ୟାଳୟର ପ୍ରମୁଖ ଗବେଷକ ତୀସା କୋଲେଙ୍କ କହିବା ଅନୁଯାୟୀ, ‘ଓ’ ବ୍ଲଡ଼୍‍ ଗ୍ରୁପ୍‌ ତୁଳନାରେ ଅନ୍ୟ ସବୁ ବ୍ଲଡ଼୍‍ ଗ୍ରୁପ୍‌ର ଲୋକମାନଙ୍କ ପାଖରେ ୯ପ୍ରତିଶତ ଅଧିକ ହୃଦ୍‌ଘାତ ହେବାର ଆଶଙ୍କା ରହିଥାଏ । ‘ଓ’ ବ୍ଲଡ଼୍‍ ଗ୍ରୁପ୍‌କୁ ଛାଡ଼ିଦେଲେ ଅନ୍ୟ ସବୁ ବ୍ଲଡ଼୍‍ ଗ୍ରୁପ୍‌ରେ ରକ୍ତ ଜମାଟକାରୀ ପ୍ରୋଟିନ୍‌ ଅଧିକ ମାତ୍ରାରେ ରହିଥାଏ, ଯାହା ହୃଦ୍‌ଘାତ ଆଶଙ୍କାକୁ ବଢ଼ାଇଥାଏ ।

ସମ୍ବନ୍ଧିତ ଖବର