ନୂଆଦିଲ୍ଳୀ: ପଶୁମାନଙ୍କର ମଧ୍ୟ ମଣିଷ ପରି ଭାବନା ଥାଏ। ସେମାନେ ମଧ୍ୟ ଖୁସି ଏବଂ ଦୁଃଖୀ ହୋଇଥାନ୍ତି। ଆବଶ୍ୟକ ପଡ଼ିଲେ ତାଙ୍କୁ ସାହାଯ୍ୟ କରିଥିବା ବ୍ୟକ୍ତିଙ୍କୁ କୃତଜ୍ଞତା ବି ଜଣାଇ ପାରନ୍ତି।
ନିକଟରେ ଏକ ହାତୀର ଭିଡିଓ ଆମେ ସୋସିଆଲ୍ ମିଡିଆରେ ଦେଖିଥିଲୁ, ଯିଏକି ନିଜ ଛୁଆର ଜୀବନ ବଞ୍ଚାଇବା ଲାଗି ଲଗାତାର ପାଣି ଢ଼ାଳି ଚାଲିଥିବାର ଦେଖାଯାଇଥିଲା। ଏହି ଦୁଃଖଦ ଭିଡିଓ ଲୋକଙ୍କୁ ଭାବପ୍ରବଣ କରିଥିବା ବେଳେ ବର୍ତ୍ତମାନ ପୁଣି ଥରେ ଏକ ଭାବପ୍ରବଣ ଭିଡିଓ ଭାଇରାଲ୍ ହୋଇଛି। ଭିଡିଓଟିରେ ଦେଖିବାକୁ ମିଳିଛି ଯେ ଜଣେ ବ୍ୟକ୍ତି ନିଜ ସନ୍ତାନକୁ ଜନ୍ମ ଦେବା ପାଇଁ ଗୋମାତାଙ୍କୁ ସହାଯ୍ୟ କରିଥିବାରୁ ଗୋମାତା ଖୁସିରେ କୃତଜ୍ଞତା ଜଣାଇ ବ୍ୟକ୍ତିଙ୍କ ହାତକୁ ଚାଟି ଚାଲିଛନ୍ତି।
Mama cow shows gratitude to the kind man who saved her and helped deliver her calf
by u/westcoastcdn19 in AnimalsBeingBros
ଭିଡିଓରେ ଉଭୟ ଗାଈ ଓ ବାଛୁରୀଙ୍କୁ ଦେଖିବାକୁ ମିଳିଛି। ଏଠାରେ ଅନ୍ୟ ଜଣେ ବ୍ୟକ୍ତି ମଧ୍ୟ ଉପସ୍ଥିତ ଅଛନ୍ତି, ଯିଏକି ପ୍ରସବ କରିବା ସମୟରେ ଗାଈଟିକୁ ସାହାଯ୍ୟ କରିଥିଲେ। ଏହି ବ୍ୟକ୍ତିଙ୍କୁ କୃତଜ୍ଞତା ଜଣାଇ ଗୋମାତା ବାରମ୍ବାର ତାଙ୍କ ହାତକୁ ଚାଟିବା ସହ ବେଳେ ବେଳେ ଜିଭରେ ମୁଣ୍ଡକୁ ବି ଚାଟୁଥିବାର ଦେଖିବାକୁ ମିଳିଛି।
ଏହି ଭିଡିଓଟି ପ୍ରକୃତରେ ହୃଦୟସ୍ପର୍ଶୀ। ବ୍ୟକ୍ତି ଜଣକ ନବଜାତ ବାଛୁରୀର ଯତ୍ନ ନେଉଥିବାର ମଧ୍ୟ ଭିଡିଓରେ ଦେଖିବାକୁ ମିଳିଛି। ରେଡ୍ଡିଟ୍ରେ ଭିଡିଓ ସେୟାର୍ ହେବା ପରଠାରୁ, ଅନେକ କମେଣ୍ଟ୍ ଦେଖିବାକୁ ମିଳିଛି। ଜଣେ ବ୍ୟବହାରକାରୀ ମନ୍ତବ୍ୟ ଦେଇଛନ୍ତି, 'ମୋର ଆଶା ଯେ ତାଙ୍କ ପରି ଦୁନିଆରେ ଅଧିକ ଲୋକ ଅଛନ୍ତି।' ଅନ୍ୟ ଜଣେ ଲେଖିଛନ୍ତି, 'ଏହି ପ୍ରାଣୀମାନେ କୃତଜ୍ଞତା ଜଣାଇବା ମଧ୍ୟ ଜାଣନ୍ତି।' ଅନ୍ୟ ଜଣେ ଲେଖିଛନ୍ତି, 'ଆମେ ଏପରି ପଶୁମାନଙ୍କୁ କ୍ଷତି ପହଞ୍ଚାଇବା କେତେ ଖରାପ’।