ନୂଆଦିଲ୍ଲୀ: କିଛିଦିନ ହେବ ସୋସିଆଲ ମିଡିଆରେ ଲକ୍ଡାଉନ୍ ସମୟର ବିଭିନ୍ନ ପ୍ରକାର ଫଟୋ ଓ ଭିଡିଓ ଭାଇରାଲ୍ ହେଉଛି। ଏହି ଭାଇରାଲ୍ ହୋଇଥିବା ଫଟୋ ମଧ୍ୟରୁ ଏମିତି ଏକ ଫଟୋ ରହିଛି ଯାହାକୁ ଦେଖି ସୋସିଆଲ ମିଡିଆ ବ୍ୟବହାରକାରୀ ଭାବୁକ ହେବା ସହିତ ଏହା ହିଁ ହେଉଛି ପ୍ରକୃତ ଭଲ ପାଇବା ବୋଲି ମତ ଦେଇଛନ୍ତି।
ଉପରୋକ୍ତ ଫଟୋରେ ଆପଣ ସବୁଜ ରଙ୍ଗର ଶାଢ଼ି ପିନ୍ଧିଥିବା ଜଣେ ବୃଦ୍ଧ ମହିଳାଙ୍କୁ ଦେଖୁଥିବେ। ସେ ହାତରେ ଏକ ଝୁଲା ଓ ପିଠିରେ ଏକ ଝୁଲା ଝୁଲେଇ ଥିବା ଦେଖିବାକୁ ମିଳୁଛି। କେବଳ ଏତିକି ନୁହେଁ, ତାଙ୍କ ପିଠି ଉପରେ ଏକ କୁକୁର ବି ବସିଥିବା ନଜରକୁ ଆସିଛି। ଏହି ଦୃଶ୍ୟକୁ ଲୋକମାନେ ଦେଖିବାପରେ ସେମାନଙ୍କ ହୃଦୟକୁ ଛୁଇଁ ଯାଇଛି।
Labour walking home.
Says, " This one gets tired very soon. He lives with me....couldn't have left him." Had been walking for 2 days pic.twitter.com/QgvFPTZkPd— Fragrantwhirlwind (@WickedWitch74) May 18, 2020
Fragrantwhirlwind ନାମକ ଜଣେ ଟୁଇଟର ବ୍ୟବହାରକାରୀ ଏହି ଫଟୋ ସେୟାର କରି ଲେଖିଛନ୍ତି, ‘ଘରକୁ ଫେରୁଛି ପ୍ରବାସୀ ଶ୍ରମିକ। ଇଏ ବହୁତ ଶୀଘ୍ର ଥିକି ଯାଇଥାଏ। ମୋ ସହିତ ହିଁ ରହିଥାଏ... ୟାକୁ ଛାଡ଼ି ପାରିବି ନାହିଁ। ମୋ ସହିତ ଇଏ ଗତ ଦୁଇଦିନ ହେବ ଚାଲୁଛି।’
so much kindness at times of distress to self.
lot to learn!#TogetherWeRise#TogetherWeWinpic.twitter.com/wFVx6hUJ8p— Vijayakumar IPS (@vijaypnpa_ips) May 18, 2020
ସେହିପରି ଆଇପିଏସ୍ ଅଫିସର ବିଜୟ କୁମାର ବି ଏହି ଫଟୋକୁ ଟୁଇଟ କରି ଲେଖିଛନ୍ତି, ‘ନିଜେ ଅସୁବିଧାରେ ଥାଇ ଅନ୍ୟକୁ ସାହାଯ୍ୟ କରିବ। ବହୁତ କିଛି ଶିଖାଇ ଥାଏ।’
ଏହି ଫଟୋଟି ପୋଷ୍ଟ ହେବା ପରେ ୨.୮ ହଜାର ଲାଇକ୍ସ ଓ ୧.୧ ହଜାର ରି-ଟୁଇଟ ମିଳି ସାରିଛି। ତେବେ ବୃଦ୍ଧା ପିଠିରେ କୁକୁର ଧରି ଯାଉଥିବା ପୂର୍ବରୁ ବି ଆଉ ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଯେଉଁଥିରେ ଜଣେ ପ୍ରବାସୀ ଶ୍ରମିକ ନିଜର ସାମଗ୍ରୀ ସହିତ ପୋଷା କୁକୁର ଓ ବତକକୁ ଧରି ମହାରାଷ୍ଟ୍ରର ଜାତୀୟ ରାଜପଥରେ ଚାଲିଚାଲି ନିଜ ଘରକୁ ଫେରୁଥିଲେ। ଏହି ଫଟୋ ଟି ମଇ ୩ ତାରିଖରେ ଉଠା ଯାଇଥିଲା ବୋଲି କୁହାଯାଉଛି।