ନୂଆଦିଲ୍ଲୀ: ଆକାଶରୁ ବର୍ଷୁଛି ନିଆଁ ହୁଳା । ଦିନ ୧୧ଟା ବେଳୁ ଏତେ ଖରା ହେଉଛି ଯେ ମଣିଷ ସହିପାରୁନି । ଅସହ୍ୟ ତାତି ଆଉ ଟାଇଁ ଟାଇଁ ଖରା ଭିତରେ ସୂର୍ୟ୍ୟ ଟିକେ ମୁଣ୍ଡ ଉପରକୁ ଗଲାବେଳକୁ ମାନେ ଦିନ ୧୨ଟା କିମ୍ବା ଗୋଟାଏ ବେଳକୁ ଅବସ୍ଥା ପୂରା ସାଙ୍ଘାତିକ । ତତଲା ତାୱାରେ ଫୁଟୁଛି ଗାଁ ଓ ସହର । କୁହାଯାଉଛି ଗ୍ରୀଷ୍ମ ଋତୁରେ ଏଥର ରେକର୍ଡ ଭାଙ୍ଗିବ ତାତି । କାରଣ ଏପ୍ରିଲ ପହିଲାରୁ ଯଦି ମେ’ ମାସ ଭଳି ଖରା ହେଲାଣି ତାହାଲେ ମେ’ ମାସ ବେଳକୁ ଖରା କେମିତି ହେଉଥିବ ତାହାର ଅନୁମାନ କରନ୍ତୁ ।
ଉତ୍ତର ଏବଂ ପଶ୍ଚିମ ଭାରତରେ ତାତି ପାଇଁ ତ୍ରାହି ତ୍ରାହି ଡାକୁଛନ୍ତି ଲୋକେ । ଏବେଠୁ ଏତିକି ହେଲାଣି ଆଗକୁ କେତେ ହେବ ସେନେଇ ପାଣିପାଗ ବିଜ୍ଞାନୀମାନେ ଆକଳନ କରୁଥିବା ବେଳେ ୧୯୦୧ ମସିହା ପରେ ୨୦୨୪ ଥିଲା ସବୁଠୁ ଉତ୍ତପ୍ତ ମସିହା । ମାତ୍ର ୨୦୨୪ ଅପେକ୍ଷା ୨୦୨୫ ତାତିର ସବୁ ରେକର୍ଡ କାଟି ତତଲା ବର୍ଷ ବା ଉତ୍ତପ୍ତ ମସିହା ହେବ ବୋଲି ଆକଳନ କରାଯାଉଥିବା ନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି ।
ଗରମ ଗୁଳୁଗୁଳି ଏବଂ ଗ୍ରୀଷ୍ମ ପ୍ରବାହ ପାଇଁ ବାହାରକୁ ଯିବା ମୁସ୍କିଲ ହୋଇପଡୁଥିବା ବେଳେ ସତର୍କ ସୂଚନା ଜାରି କରୁଛନ୍ତି ପାଣିପାଗୀ ବିଜ୍ଞାନୀମାନେ । ଏପ୍ରିଲର ମୁଣ୍ଡଫଟା ଖରା ଦେଖି ଆଗାମୀ ମାସର ଖରା ଏବଂ ଗ୍ରୀଷ୍ମ ପ୍ରବାହକୁ ଏବେଠୁ ଆକଳନ କରାଗଲାଣି । ଯଦି ୨୦୨୫ ସବୁଠୁ ଉତ୍ତପ୍ତ ବର୍ଷ ହୁଏ ତେବେ ନିତିଦିନିଆ ଜୀବନରେ ମଣିଷ ପାଇଁ ବଞ୍ଚିବା ମୁକ୍ସିଲ ହୋଇପଡିବ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/18/2025-07-18t125305434z-495579873_4103788763196742_5280183960216432299_n-2025-07-18-18-23-05.jpg)
/sambad/media/media_files/2025/04/09/UF6TzCkHs7KkM6Rq9o8y.jpg)