ବାହାଘର ପାଇଁ ବରଫ ଉପରେ ୧୦ କମି ଚାଲିଚାଲି ଗଲା ବର!

ବାହାଘର ପାଇଁ ବରଫ ଉପରେ ୧୦ କିମି ଚାଲିଚାଲି ଆସିଲା ବର। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଉତ୍ତରାଖଣ୍ଡରେ। ବର୍ତମାନ ଏଠାରେ ପ୍ରବଳ ମାତ୍ରାରେ ବରଫ ବର୍ଷିବାରେ ଲାଗିଛି । ଗଛପତ୍ର, ଘରଦ୍ୱାର ଆଦି ସମସ୍ତ ସ୍ଥାନ ବରଫରେ ଘୋଡାଇ ହୋଇ ରହିଛି । ଏଠାରେ ରହୁଥିବା ଲୋକମାନେ ଏହି କାରଣ ପାଇଁ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବରଫ ଯୋଗୁଁ ଅନେକ ରାସ୍ତା ଏବେବି ବନ୍ଦ ରହିଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ, ବରଫ ଆସ୍ତରଣ ଯୋଗୁଁ ଏକ ବିବାହ ଉତ୍ସବରେ ବର ଓ ବରଯାତ୍ରୀମାନେ ପାଖାପାଖି ୧୦ କିଲୋମିଟର ପର୍ଯ୍ୟନ୍ତ ଚାଲିଚାଲି ଯାଇଛନ୍ତି । ଯାହା ବର୍ତମାନ ସମୟରେ ସେଠାରେ ଚର୍ଚ୍ଚାର ବିଷୟ ହୋଇଛି ।

ବାହାଘର ଏକ ଏପରି କାମ ଯାହାକି ୨ ଜଣଙ୍କୁ ଏକତ୍ରୀତ କରିଥାଏ । ତେବେ ଏପରି ବନ୍ଧନରେ ବାନ୍ଧିହେବା ପାଇଁ ବରପାତ୍ରଙ୍କୁ ୧୦ କିମି ଚାଲିବା ପାଇଁ ପଡିଲା । କାରଣ ଏହାବିନା କୌଣସି ଗତି ନଥିଲା କନ୍ୟାଘରକୁ ଯିବା ପାଇଁ ହେଲେ ବରଫ ରାସ୍ତା ଅତିକ୍ରମ କରିବା ପାଇଁ ପଡିବ । ପରମ୍ପରା ଅନୁସାରେ ବାହାଘର ସରିବା ପରେ ବର ସହ କନ୍ୟା ବିଦା ହୋଇଥାଏ । ତେବେ ସେଠାରେ ମଧ୍ୟ ସେଇଆ ହିଁ ହୋଇଥିଲା । ବାହାଘର ସରିବା ପରେ ବର ଓ କନ୍ୟା ଉଭୟଙ୍କୁ ବିଦା କରିଥିଲେ କନ୍ୟାଘର ପକ୍ଷ । ରାସ୍ତାରେ ବରଫ ଥିବାରୁ ସେମାନେ ପ୍ରଥମେ ବରଫକୁ ଚିରି ଏର କୃତ୍ରିମ ରାସ୍ତା ନିର୍ମାଣ କରିଥିଲେ । ଆଉ ଏହାପରେ ହିଁ ଆରମ୍ଭ ହୋଇଥିବା ବିଦାୟୀ ପର୍ବ । ଏପରି ଘଟଣା ଜଣାପଡିବା ପରେ ସାରା ଜିଲ୍ଲାରେ ଚର୍ଚ୍ଚା ଜୋର ଧରିଥିଲା । ଏହି ବାହାଘରକୁ ସମସ୍ତେ ମନେରଖିବେ କାରଣ ବର ପ୍ରଥମଥର ପାଇଁ ୧୦ କିମି ଚାଲିଚାଲି ଯାଇଥିଲେ ।

ସମ୍ବନ୍ଧିତ ଖବର