ନୂଆଦିଲ୍ଳୀ: ବିପୁଳ ଆସନରେ ବିଜୟୀ ହୋଇ ପୁଣି ଥରେ ଶାସନ କ୍ଷମତାକୁ ଆସିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜିତିବା ପରେ ପ୍ରଶଂସକମାନଙ୍କ ଖୁସି କହିଲେ ନସରେ। ମୋଦୀଙ୍କୁ ଜୟ ଗାନ କରି ତାଙ୍କ ଘର ସାମ୍ନାରେ ଭିଡ଼ ଜମାଇଥିବା ତାଙ୍କ ପ୍ରଶଂସକମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ମୋଦୀଙ୍କ ୯୯ ବର୍ଷୀୟା ମାଆ ହୀରାବେନ।
ମୋଦୀଙ୍କ ପ୍ରଶଂସକମାନେ ଗୁଜୁରାଟର ଗାନ୍ଧୀନଗରରେ ଥିବା ତାଙ୍କ ଘର ଆଗରେ ‘ହର ହର ମୋଦୀ, ଘର ଘର ମୋଦୀ’, ‘ମୋଦୀ ସାହବ ଆପ୍ ଆଗେ ଚଲୋ, ହମ୍ ତୁମ୍ହାରେ ସାଥ୍ ହୈ’, ‘ବନ୍ଦେ ମାତରମ୍’ ଆଦି ସ୍ଲୋଗାନ ଦେବା ସମୟରେ ବାହାରକୁ ଆସିଥିଲେ ମୋଦୀଙ୍କ ମାଆ ହୀରାବେନ। ସେ ପ୍ରଶଂସକମାନଙ୍କୁ ହାତ ଯୋଡ଼ି ସମର୍ଥନ ଜଣାଇବା ସହ ଶଭେଚ୍ଛା ବାର୍ତ୍ତା ଦେଇଥିଲେ।
/sambad/media/post_attachments/wp-content/uploads/2019/05/prime-minister-narendra-greets-media-mother-heeraben_be50c022-7d2d-11e9-98c6-ecfd32845dee-300x197.jpg)
ଉଲ୍ଲେଖଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାରଣାସୀରୁ ୧୬୯,୦୦୦ ଭୋଟ୍ ବ୍ୟବଧାନରେ ବିଜୟ ଲାଭ କରିଛନ୍ତି। ନିର୍ବାଚନ କମିସନଙ୍କ ସୂଚନା ଅନୁସାରେ ବିଜେପି ଓ ତାର ସହଯେଗୀ ଦଳ ଅପନ୍ ଦଳ ମିଶି ଉତ୍ତରପ୍ରଦେଶରେ ୮୦ରୁ ୫୮ ଲୋକସଭା ଆସନ ପୋଛି ନେଇଛନ୍ତି।