ନୂଆଦିଲ୍ଲୀ: ଚୀନରେ ଥିବା ହେନାନ୍ ମାଇନିଂ କ୍ରେନ୍ କମ୍ପାନି ଲିମିଟେଡ କର୍ମଚାରୀମାନଙ୍କୁ ଦେଇଥିବା ବୋନସକୁ ନେଇ ଚର୍ଚ୍ଚା ଜୋର ଧଣିଛି। କମ୍ପାନି କମ୍ପାଚାରୀଙ୍କ ସାମ୍ନାରେ ୭୦କୋଟି ଟଙ୍କା ବିଛାଇ ୧୫ମିନିଟର ସମୟ ଦେଇ କହିଥିଲା, ‘ଯିଏ ଯେତେ ଟଙ୍କା ପାରୁଛ ଗଣିକି ବୋନସ ବାବଦକୁ ଦେଇ ଯାଆ’। ଏହି ଘଟଣାର ଏକ ଭିଡିଓ ବି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯାହାକୁ କମ୍ପାନି ନିଜେ ସେୟାର କରିଛି।

Advertisment

ଅଧିକପଢ଼ନ୍ତୁ:କାହିଁକି ବିଗ୍ ବିଙ୍କୁ ସମ୍ପତ୍ତିରୁ ଭାଗ ମାଗିଲେ ସମୟ ରାଇନା !

କମ୍ପାନି ସେୟାର କରିଥିବା ଭିଡିଓରେ ଦେଖିବାକୁ ମିଳୁଛି ‘ ଏକ ବିରାଟ ବଡ଼ ଟେବୁଲ ଉପରେ କର୍ମଚାରୀଙ୍କ ସାମ୍ନାରେ ୭୦ କୋଟି ଟଙ୍କା ରଖାଯାଇଛି। କର୍ମଚାରୀମାନଙ୍କୁ ଯଥାସମ୍ଭବ ଟଙ୍କା ଉଠାଇ ନେବାକୁ ଅନୁମତି ଦିଆଯାଇଛି।

 

ଜଣେ କର୍ମଚାରୀ କମ୍ପାନିର ନିର୍ଦ୍ଧାରିତ ସମୟ ମଧ୍ୟରେ ୧୦୦,୦୦୦ ୟୁଆନ ଅର୍ଥାତ ପ୍ରାୟ ୧୨.୦୭ ଲକ୍ଷ ଟଙ୍କା ଟେବୁଲ ଉପରୁ ସଂଗ୍ରହ କରିଥିବା ଜଣାପଡ଼ିଛି।

ଅଧିକପଢ଼ନ୍ତୁ:ଆକାଶ ସଫା ଥିଲା, ଦୁର୍ଘଟଣା କିପରି ହେଲା ? : ଟ୍ରମ୍ପ

ହେନାନ୍ ମାଇନିଂ କ୍ରେନ୍ କମ୍ପାନି ଲିମିଟେଡ ପକ୍ଷରୁ ସେୟାର କରାଯାଇଥିବା ଭିଡିଓ କ୍ୟାପସନରେ କୁହାଯାଇଛି, "ହେନାନ କମ୍ପାନି ବର୍ଷ ଶେଷରେ ଲକ୍ଷ ଲକ୍ଷ ଡଲାରର ବୋନସ ପ୍ରଦାନ କରୁଛି। କର୍ମଚାରୀମାନେ ଯେତେ ଟଙ୍କା ଗଣିପାରିବେ ସେତେ ଟଙ୍କା ଘରକୁ ନେଇପାରିବେ।"

ସୋସିଆଲ ମିଡିଆରେ ଏହି ଭିଡିଓ ଉପରେ ଅନେକ ପ୍ରକାରର ମନ୍ତବ୍ୟ ଆସୁଛି। କିଛି ଲୋକ କମ୍ପାନିର ପ୍ରଶଂସା କରୁଥିବା ବେଳେ ଆଉ କିଛି କମ୍ପାନିର ଏହି ପଦକ୍ଷେପ ଉପରେ ପ୍ରଶ୍ନ ଉଠାଇ କହିଛନ୍ତି, ‘କର୍ମଚାରୀଙ୍କୁ କମ୍ପାନି  ଯେତିକି ବୋନସ ଦେବା କଥା ସେତିକି ଟଙ୍କା ସେମାନଙ୍କ ଆକାଉଣ୍ଟରରେ ଜମା କରି ପାରିଥାଆନ୍ତା। କର୍ମଚାରୀଙ୍କୁ ବୋନସ ଦେବାର ଏଭଳି ଉଦ୍ୟମ ଆଦୌ ଗ୍ରହଣୀୟ ନୁହେଁ।