ଏହି କାରଣ ପାଇଁ ନିଜ ଝିଅ ନାଁ ବାଂସୁରୀ ରଖିଥିଲେ ସୁଷମା ସ୍ୱରାଜ

ନୂଆଦିଲ୍ଲୀ : ପୂର୍ବତନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ଅଗଷ୍ଟ ୬ ତାରିଖ ମଙ୍ଗଳବାର ନିଜର ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ଦିଲ୍ଲୀର ଏମ୍ସରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା । ମୃତ୍ୟୁ ପରେ ତାଙ୍କୁ ରାଷ୍ଟ୍ରୀୟ ମର୍ଯ୍ୟାଦା ଦିଆଯାଇ ଅଗଷ୍ଟ ୭ତାରିଖରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା । ତାଙ୍କର ଏକମାତ୍ର ଝିଅ ବାଂସୁରୀ ତାଙ୍କର ଅନ୍ତିମ ସଂସ୍କାର କରିଥିବା ଦେଖାଯାଇଥିଲା । ତେବେ ସୁଷମା ସ୍ୱରାଜ କ’ଣ ପାଇଁ ନିଜର ଏକାମତ୍ର ଝିଅର ନାଁ ବାଂସୁରୀ ଦେଇଥିଲେ, ତାହା ସାମ୍ନାକୁ ଆସିଛି ।

क्‍या करती हैं बांसुरी
oneindia.com

ସୂଚନା ମୁତାବକ, ଭଗବାନ ଶ୍ରୀକୃଷ୍ଣଙ୍କ ବଡ଼ ଭକ୍ତ ଥିଲେ ସୁଷମା ସ୍ୱରାଜ । ଭଗବାନ ଶ୍ରୀକୃଷ୍ଣଙ୍କ ଭଳି ସେ ନିଜ ଜୀବନରେ ଭିନ୍ନ ଭିନ୍ନ ଭୂମିକା ନିଭାଇଥିଲେ । ଏକ ମା’, ଏକ ଝିଅ ଓ ଏକ ପତ୍ନୀ ହିସାବରେ ସେ ସୁଚାରଋପେ ନିଜର ଦାୟିତ୍ୱ ବହନ କରିଥିବା ବେଳେ ରାଜନୀତିରେ ମଧ୍ୟ ସେ ନିଜକୁ ପ୍ରମାଣ କରିଥିଲେ । ଝିଅ ବାଂସୁରୀ ଜନ୍ମ ହେବା ପରେ ତାଙ୍କ ଜୀବନରେ ଏକ ସ୍ୱତନ୍ତ୍ର ସ୍ଥାନ ତିଆରି କରିଥିଲେ । ଯେଉଁଭଳି ଭାବରେ ଭଗବାନ ଶ୍ରୀକୃଷ୍ଣଙ୍କୁ ତାଙ୍କ ବାଂସୁରୀ ସବୁଠାରୁ ପ୍ରିୟ ଥିଲା, ସେଭଳି ଭାବେ ସୁଷମା ସ୍ୱରାଜଙ୍କ ଅତି ପ୍ରିୟ ଥିଲେ ତାଙ୍କ ଝିଅ । ଏଥିପାଇଁ ସେ ନିଜ ଝିଅର ନାଁ ବାଂସୁରୀ ରଖିବାକୁ ଚିନ୍ତା କରିଥିଲେ ।

ସମ୍ବନ୍ଧିତ ଖବର