ଖରାଦିନରେ ସବୁଠାରୁ ମନପସନ୍ଦ ଫଳ ତରଭୁଜ ହୋଇଥାଏ। ଖାଇବାକୁ ସ୍ୱାଦିଷ୍ଟ ଲାଗୁଥିବା ତରଭୁଜ ଶସ୍ତା ମଧ୍ୟ ହୋଇଥାଏ। କିନ୍ତୁ ଦୁନିଆରେ ଏପରି ଏକ ସ୍ଥାନ ରହିଛି ଯେଉଁଠାରେ ଗୋଟିଏ ତରଭୁଜକୁ ବିକ୍ରିକରି ଆପଣ ମହଙ୍ଗା ଗାଡ଼ି କିଣିବା ସହ ଘର ମଧ୍ୟ କଣିପାରିବେ । ବର୍ତ୍ତମାନ କିଛି ଦିନ ପୂର୍ବେ ଜାପାନରେ ଏପରି ଏକ ଘଟଣା ସମ୍ନାକୁ ଆସିଛି।
rochakpost.comଜାପାନରେ ଏକ ସ୍ଥାନରେ ଦୁଇଟି ତରଭୁଜକୁ ୨୯,୩୦୦ ଡ଼ଲାର ଅର୍ଥାତ୍ ଭାରତୀୟ ମୁଦ୍ରାରେ ୧୯. ୮୪ଲକ୍ଷ ଟଙ୍କାରେ ବିକ୍ରି କରାଯାଇଛି। ଭାରତରେ ଗୋଟିଏ ତରଭୁଜକୁ ଅଧିକରୁ ଅଧିକ ୧୦୦ ଟଙ୍କା କିଲୋରେ ବିକ୍ରି କରାଯାଉଥିବା ବେଳେ ଜାପାନରେ ଏହାଠାରୁ ୨୦ ଗୁଣରୁ ଅଧିକ ଟଙ୍କାରେ ବିକ୍ରି କରାଯାଇଥାଏ। ଏତେ ମହଙ୍ଗା ତରଭୁଜ ବିକ୍ରି ହେବାର କାରଣ ଏଠାରେ ଚାଷୀମାନେ ଭିନ୍ନଭିନ୍ନ ଆକୃତିର ତରଭୁଜ ଚାଷ କରିଥାନ୍ତି । ସାଧାରଣତଃ ତରଭୁଜର ଆକୃତି ଗୋଲାକାର ହୋଇଥିବା ବେଳେ ଜାପାନରେ ତ୍ରିଭୁଜାକାର , ଚର୍ତୁଭୂଜାକାର ଏବଂ ହୃଦୟ ଆକୃତି ସଦୃଶ ତରଭୁଜ ଚାଷ କରାଯାଇଥାଏ। ଯାହାକୁ ଚାଷୀମାନେ ଗୋଟା ପ୍ରତି ୫୦ରୁ ୬୦ ହଜାର ଦରରେ ବିକ୍ରି କରିଥାଆନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/06/170306170627-japan-designer-fruit-5-exlarge-169.jpg)