ହିରୋ ପକ୍ଷରୁ ଲଞ୍ଚ କରାଯାଇଛି ନୂଆ ଜୁମ୍ ୧୨୫ ସ୍କୁଟର୍। ଏହାର ପ୍ରାରମ୍ଭିକ ମୂଲ୍ୟ ରହିଛି ୮୬,୯୦୦ ଟଙ୍କା (ଏକ୍ସ ସୋ’ରୁମ୍)। ଏଥିରେ ୧୨୫ ସିସିର ଏୟାର୍-କୁଲ୍ଡ, ୪ ଷ୍ଟ୍ରୋକ୍, ସିଙ୍ଗଲ୍ ସିଲିଣ୍ଡର୍ ଇଂଜିନ୍ ରହିଥିବା ବେଳେ ୩୪ ଲିଟର୍ ଷ୍ଟୋରେଜ୍ କ୍ୟାପାସିଟି ରହିଛି। ଏହାର ଓଜନ ୧୨୧ କିଲୋଗ୍ରାମ୍ ଏବଂ ଏହାର ତେଲଟାଙ୍କି ଧାରଣ କ୍ଷମତା ୫ଲିଟର୍ ରହିଛି। ଏଥିରେ ଏଲ୍ଇଡି ପ୍ରୋଜେକ୍ଟର୍ ହେଡ୍ଲ୍ୟାମ୍ପ, ଫ୍ରଣ୍ଟ୍ ଓ ବ୍ୟାକ୍ ଡିସ୍କ୍ ବ୍ରେକ୍, ରିମୋଟ୍ ଫୁଏଲ୍ ଲିଡ୍ ଓପନିଂ, ଡିଜିଟାଲ୍ ସ୍ପିଡୋମିଟର୍ ୱିଥ୍ ଟର୍ନ-ବାଏ-ଟର୍ନ ନେଭିଗେସନ୍ ପରି ବୈଶିଷ୍ଟ୍ୟ ରହିଛି। ଏହା ‘ଜୁମ୍ ୧୨୫ ଭିଏକ୍ସ’ ଓ ‘ଜୁମ୍ ୧୨୫ ଜେଡ୍ଏକ୍ସ’ ପରି ଦୁଇଟି ଭାରିଆଣ୍ଟରେ ଆସିଛି। ଏହା ମିଣ୍ଟ ନିଅନ୍ ଲାଇମ୍, ମେଟାଲିକ୍ ଟର୍ବୋ ବ୍ଲୁ, ଇନ୍ଫେର୍ନୋ ରେଡ୍, ମେଟ୍ ଷ୍ଟର୍ମ ଗ୍ରେ ପରି ଚାରିଟି ରଙ୍ଗରେ ଉପଲବ୍ଧ।
ହିରୋ ଜୁମ୍ ୧୨୫
ହିରୋ ପକ୍ଷରୁ ଲଞ୍ଚ କରାଯାଇଛି ନୂଆ ଜୁମ୍ ୧୨୫ ସ୍କୁଟର୍। ଏହାର ପ୍ରାରମ୍ଭିକ ମୂଲ୍ୟ ରହିଛି ୮୬,୯୦୦ ଟଙ୍କା (ଏକ୍ସ ସୋ’ରୁମ୍)। ଏଥିରେ ୧୨୫ ସିସିର ଏୟାର୍-କୁଲ୍ଡ, ୪ ଷ୍ଟ୍ରୋକ୍, ସିଙ୍ଗଲ୍ ସିଲିଣ୍ଡର୍ ଇଂଜିନ୍ ରହିଥିବା ବେଳେ ୩୪ ଲିଟର୍ ଷ୍ଟୋରେଜ୍ କ୍ୟାପାସିଟି ରହିଛି।
/sambad/media/media_files/2025/03/12/nSv7cMhtx3M3Rgct8caX.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)