କୁମ୍ଭମେଳାରେ ଭାସି ଯାଉଥିବା ଯୁବକଙ୍କୁ ରକ୍ଷା କରିବାକୁ ଯାଇ ଆହତ ହୋଇଥିଲେ, ଶେଷରେ ଜୀବନ ହାରିଲେ ଏନ୍‌ଡିଆର୍‌ଏଫ୍‌ କନଷ୍ଟେବଳ

ନୂଆଦିଲ୍ଲୀ : ନିଜର କର୍ତ୍ତବ୍ୟ କରିବାକୁ ଯାଇ ଆର ପାରିକୁ ଚାଲି ଯାଇଛନ୍ତି ଏନ୍‌ଡିଆର୍‌ଏଫ୍‌ କନେଷ୍ଟବଳ ରଜେନ୍ଦର ଗୌତମ । ଶୁକ୍ରବାର ସକାଳ ୫.୩୦ ସମୟରେ ଦିଲ୍ଲୀର ଏକ ଡ଼ାକ୍ତରଖାନାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୃତ ରଜେନ୍ଦର ହିମାଚଳ ପ୍ରଦେଶରେ ଥିବା ବିଲାସପୁରର ବାସିନ୍ଦା ବୋଲି ଜଣାପଡ଼ିଛି ।

DNA India

ସୂଚନା ମୁତାବକ, ଫେବୃଆରି ୧୯ରେ କୁମ୍ଭ ମେଳାକୁ ବୁଡ଼ ପକାଇବା ପାଇଁ ଆସିଥିବା ଜଣେ ଯୁବକ ଭାସି ଯାଉଥିବା ଦେଖି ରଜେନ୍ଦର ତାଙ୍କୁ ବଞ୍ଚାଇବା ପାଇଁ ପାଣିକୁ ଡେଇଁଥିଲେ । କିନ୍ତୁ ଏହି ସମୟରେ ତାଙ୍କ ଶରୀରର ପଞ୍ଜରା ହାଡ଼ରେ ଗଭୀର ଆଘାତ ଲାଗିଥିଲା । ଯୁବକଙ୍କୁ କୂଳକୁ ଆଣିବା ପରେ ରଜେନ୍ଦରଙ୍କୁ ତୁରନ୍ତ ବିମାନ ଯୋଗେ ଦିଲ୍ଲୀର ଏକ ଡ଼ାକ୍ତରଖାନାକୁ ଅଣାଯାଇଥିଲା । କିଛି ଦିନ ଚିକିତ୍ସା ଚାଲିବା ପରେ ଶୁକ୍ରବାର ସେ ଜୀବନ ଯୁଦ୍ଧ ହାରି ଯାଇଥିଲେ । ସକାଳ ୫.୩୦ ମିନିଟ୍‌ ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା । ମୃତ୍ୟୁ ପରେ ଏନ୍‌ଡିଆର୍‌ଏଫ୍‌ର ଇନ୍‌ସ୍ପେକ୍ଟର ଜେନେରାଲ ଏଲ୍‌. ରବି ଜୋସେଫ୍‌ ଏ ନେଇ ସୂଚନା ଦେଇଥିଲେ ।

ସମ୍ବନ୍ଧିତ ଖବର