ନୂଆଦିଲ୍ଲୀ: ଆମେ ସାଧାରଣତଃ ଭବିଥାଉ ଜୀବନରେ କିଛି ବଡ଼ କରିବାକୁ ହେଲେ ବଡ଼ ଜିନିଷ ପ୍ରତି ଦୃଷ୍ଟି ଦେବାକୁ ହେବ। ଦେଖିବାକୁ ଗଲେ ଏହା ବାସ୍ତବ କଥା ନୁହେଁ। କୌଣସି ବଡ଼ ଜିନିଷକୁ ପାଇବାକୁ ହେଲେ ପ୍ରଥମେ ଛୋଟଛୋଟ ଜିନିଷକୁ ଦୃଷ୍ଟିରେ ରଖିବାକୁ ପଡ଼ିବ।
ପ୍ରଥମ କଥା ହେଉଛି ଆପଣ ଜୀବନରେ କ’ଣ ଭୁଲ କରୁଛନ୍ତି ତାହାକୁ ପ୍ରଥମେ ଧ୍ୟାନରେ ରଖନ୍ତୁ ବୋଲି ମୋଟିଭେସନାଲ ସ୍ପିକର ଜୟାକିଶୋରୀ କହିଥାଆନ୍ତି।

Advertisment

ଏଥିସହିତ ଜୀବନରେ ଶାନ୍ତି ପାଇବାକୁ ହେଲେ ଜୟାକିଶୋରୀ ତିନିଟି କଥ‌ା କହିଛନ୍ତି।

ଜୟାକିଶୋରୀଙ୍କ କହିବାନୁସାରେ, ପ୍ରଥମତଃ ଆମେ ରାଗରେ ଥିବା ବେଳେ ମନକୁ ଯାହା ଆସେ କହି ଯାଇଥାଉ। କିନ୍ତୁ ପରେ ରାଗ ଶାନ୍ତ ହେଲା ପରେ ଏମିତି କାହିଁକି କହିଲୁ ବୋଲି ଅନୁତାପ କରୁ।

ତେଣୁ ଯେତେବେଳେ ବି ମନକୁ ରାଗ ଆସୁଛି ନିଜକୁ ଶାନ୍ତ କରିବାକୁ ଚେଷ୍ଟା କରନ୍ତୁ । ଏତଦ ଦ୍ବାରା ସମ୍ପର୍କ ଅତୁଟ ରହିବ। ରାଗରେ ଅନେକ ସମ୍ପର୍କ ଭାଙ୍ଗି ଯାଇଥାଏ।

ସେହିପରି ଖୁସି ଥିବା ସମୟରେ କାହାକୁ କିଛି ପ୍ରତିଶ୍ରୃତି ଦିଅନ୍ତୁ ନାହିଁ କି କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ। କାରଣ ଅନେକ ସମୟରେ ଏମିତି ଘଟଣା ସାମ୍ନାକୁ ଆସିଛି କି ଆପଣ ଖୁସି ହୋଇ ସାମ୍ନା ଲୋକଙ୍କୁ ଦେଇ ଥିବା ପ୍ରତିଶ୍ରୃତି ପରବର୍ତ୍ତୀ ସମୟରେ ପୂରା କରି ପାରନ୍ତି ନାହିଁ। ତେଣୁ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥାଏ।

ସେହିପରି ଦୁଃଖରେ ଥିବା ବେଳେ ବି କୌଣସି ନିଷ୍ପତ୍ତି ନିଅନ୍ତୁ। ଦୁଃଖରେ ଥାଇ ନେଇଥିବା ନିଷ୍ପତ୍ତି ପରବର୍ତ୍ତୀ ସମୟରେ ଆପଣଙ୍କୁ ଆହୁରି ଅଧିକ ଦୁଃଖ ଦେଇପାରେ।

ତେଣୁ ଯେକୌଣସି ନିଷ୍ପତ୍ତି ନେବା ସମୟରେ ବୁଝିବିଚାରି ଧୌର୍ଯ୍ୟର ସହ ନେବା ଆବଶ୍ୟକ। ‌ତେବେ ଯାଇ ଆପଣ ଜୀବନକୁ ସୁନ୍ଦର ଓ ଶାନ୍ତିରେ ଉପଭୋଗ କରି ପାରିବେ।