ଭାଇରାଲ ଭିଡିଓ ପାଇଁ ବାଳକ ପାଇଲେ ୩୫ଲକ୍ଷ ଟଙ୍କାର ଗାଡ଼ି ଓ ୧୧ଲକ୍ଷ ନଗଦ ଟଙ୍କା!

ନୂଆଦିଲ୍ଲୀ: ଘୂର୍ଣ୍ଣିଝଡ଼ରେ ଜଣେ ବାଳଳଙ୍କ ଟ୍ରକ ଓଲଟି ଯିବାର ଭିଡିଓ ଭାଇରାଲ ହୋଇଥିଲା। ଏହାପରେ ସେବରଲେ କମ୍ପାନି ଏହି ବାଳକଙ୍କୁ ଏକ ନୂଆ ଗାଡ଼ି ଦେବାର ଘୋଷଣା କରିଥିଲା। ଏହି ବାଳକ  ଆମେରିକାର ଟେକସାସରେ ବସବାସ କରନ୍ତି। ଯେଉଁଠାରେ ନିକଟରେ ଟର୍ଣ୍ଣାଡୋ ପ୍ରଳୟ ରଚିଥିଲା।

ଟର୍ଣ୍ଣାଡୋ ଘୂର୍ଣ୍ଣିଝଡ଼ ପ୍ରଭାବରେ  ରେଲେ ଲିୟୋନ ପଡ଼ି ଯାଇଥିଲେ।  ଘୂର୍ଣ୍ଣିଝଡ଼ ତାଙ୍କ୍ ଟ୍ରକ ୩୬୦ଡିଗ୍ରି ଓଲଟି ପଡ଼ିଥିଲା। ଏହାପରେ ପୁଣି ସିଧା ହୋଇଯାଇଥିଲା। ଏହି ଘଟଣାପରେ ଲିୟୋନଙ୍କୁ ଟ୍ରକ ଚଲାଉଥିବା ଭିଡିଓରେ ଦେଖିବାକୁ ମିଳିଥିଲା। ତେବେ ଘୂର୍ଣ୍ଣିଝଡ଼ ପ୍ରଭାବରେ ଟ୍ରକଟି ଓଲଟି ପଡ଼ିବା ହେତୁ ଅନେକ ସ୍ଥାନ ଭାଙ୍ଗି ଯାଇଥିବା ଜଣାପଡ଼ିଥିଲା।

ଲିୟାନ କହିଛନ୍ତି, ଘୂର୍ଣ୍ଣିଝଡ଼ ପ୍ରଭାବରେ ଆସିବା ପରେ ଟ୍ରକ ଏବେ ଷ୍ଟାର୍ଟ ତ ହୋଇଯାଉଛି, କିନ୍ତୁ ଠିକ ଭାବେ ଚାଲୁନାହିଁ।

ତେବେ ଏହି ଘଟଣାକୁ ନେଇ ବ୍ରୁସ ଲୋରି ସେବରଲେ କାର ଡିଲରସିପ ଫେସବୁକରେ ପେଜ ଜରିଆରେ ସୂଚନା ଦେଇ କହିଥିଲେ, କମ୍ପାନି ଲିୟୋନଙ୍କୁ ଏକ ରେଡ 2022 Silverado 1500 LT All Star Edition କାର ଉପହାର ଦେଉଛି। ଆମେରିକାରେ ଯାହାର ମୂଲ୍ୟ ପାଖାପାଖି ୩୫ଲକ୍ଷ ଟଙ୍କା ରହିଛି। ଆମେ ଆଶ୍ବସ୍ତି ଯେ ଲିୟୋନ ସୁରକ୍ଷିତ ଅଛନ୍ତି। ଏମିତି ଏକ ବିପଦପୂର୍ଣ୍ଣ ପରିସ୍ଥିତିରେ ସେ ଗାଡ଼ି ଚଲାଇଥିବା, ଦେଖି ଆଶ୍ଚର୍ଯ୍ୟ ଲାଗିଥିଲା। ତେବେ ଲିୟୋେନଙ୍କୁ କ୍ଷତି ପୂରଣ ପାଇଁ ୧୧ଲକ୍ଷ ୪୫ହଜାର ଟଙ୍କାର ଚେକ ପ୍ରଦାନ କରାଯାଇଛି।

ସମ୍ବନ୍ଧିତ ଖବର