ମହିଳାଙ୍କ ଅଭିଯୋଗ ଆଧାରରେ ଶ୍ୱଶୁର ଘରଲୋକଙ୍କୁ କରାଯାଇ ପାରିବ ନାହିଁ ଅପରାଧି କି ଘରର ସମସ୍ତ ସଦସ୍ୟଙ୍କୁ ଥାନାକୁ ଟାଣି ପାରିବନି ପୁଲିସ। ଏଭଳି ଏକ ରାୟ ଦେଇଛନ୍ତି ପଞ୍ଜାବ ହାଇକୋର୍ଟ। ଜଣେ ମହିଳାଙ୍କ ପକ୍ଷରୁ ପରିବାରର ସଦସ୍ୟଙ୍କ ବିରୋଧରେ ମାନସିକ ପ୍ରତାଡନା ବା ନିର୍ଯାତନା ନେଇ ଦାଖଲ ହୋଇଥିବା ଏଫଆଇଆରକୁ ପଂଜାବ ହାଇକୋର୍ଟ ଖାରଜ କରିଛି। ହାଇକୋର୍ଟ କହିଛି କି, ପତ୍ନୀଙ୍କ ଦ୍ୱାରା ପ୍ରତାଡିତ ମାମଲାରେ ହୋଇଥିବା ଏଫଆଇଆରରେ ଶ୍ୱଶୁରଘରର ଅଧିକରୁ ଅଧିକ ଲୋକଙ୍କୁ ଥାନା ବା କୋର୍ଟକଚେରୀକୁ ଟାଣିବା ଭଳି ପ୍ରବୃତି ବନ୍ଦ ହେବା ଦରକାର। ଏଥିପାଇଁ ପୁଲିସ୍ ବି ସଚେତନ ହେବା ବହୁତ ଜରୁରୀ।
ସୂଚନା ମୁତାବକ, ଜଣେ ମହିଳା ଅଭିଯୋଗ କରିଥିଲେ କି, ତାଙ୍କ ଶାଶୁ, ଶ୍ୱଶୁର , ସ୍ୱାମୀ ଏବଂ ନଣନ୍ଦ ମିଶି ତାଙ୍କୁ ଅକଥନୀୟ ନିର୍ଯାତନା ଦେଉଛନ୍ତି। ମହିଳା ଜଣକଙ୍କର ଅଭିଯୋଗ ଥିଲା କି, ତାଙ୍କ ନଣନ୍ଦ ଏବଂ ସ୍ୱାମୀ ମିଶି ତାଙ୍କୁ ପ୍ରତାଡିତ କରୁଥିଲେ। ଏପରିକି ତାଙ୍କର ବନ୍ଧୁମାନଙ୍କୁ ଘରକୁ ଡାକିବାକୁ ମନା କରୁଥିଲେ। ଘରର ଲ୍ୟାଣ୍ଡ ଲାଇନ ନମ୍ବର କାହାକୁ ଦେବାକୁ ମନା କରୁଥିଲେ। ଖାଲି ଏତିକି ନୁହେଁ ତାଙ୍କୁ ଆହୁରି ମଧ୍ୟ ଅଭିଯୋଗ ଥିଲା କି, ତାଙ୍କୁ ଟିଭି ଦେଖିବାକୁ ବାରଣ କରାଯାଉଥିଲା, ମଙ୍ଗଳବାର ଆମିଷ ରାନ୍ଧିବାକୁ ବାଧ୍ୟ କରାଯାଉଥିଲା ଏବଂ ଓଷା ବ୍ରତ କରିବାକୁ ମଧ୍ୟ ବାଧ୍ୟ କରାଯାଉଥିଲା।
ତେବେ ମହିଳାଙ୍କ ଏଭଳି ଅଭିଯୋଗକୁ ଭିତ୍ତି କରି ଶ୍ୱଶୁରଘର ଲୋକଙ୍କର ସବୁ ସଦସ୍ୟଙ୍କୁ ଏଭଳି କୋର୍ଟ କଚେରୀକୁ ଘୋଷାଡିବାକୁ କୋର୍ଟ ମନାକରିଦେଇଥିଲେ। କୋର୍ଟ କହିଛି କି, ମହିଳା ନିଜ ଶ୍ୱଶୂରଘର ଲୋକଙ୍କ ବିରୋଧରେ ଯେଉଁସବୁ ଅଭିଯୋଗ ଲଗାଯାଇଛନ୍ତି, ତାକୁ କ୍ରୁରତା ବା ର୍ନିଯାତନା ବୋଲି କୁହାଯାଇପାରିବ ନାହିଁ। ପୁଲିସ ବି ଏଭଳି ଅଭିଯୋଗକୁ ଆଧାର କରି କାର୍ଯ୍ୟାନୁଷ୍ଠାନ କରିପାରିବ ନାହିଁ।
ପଂଜାବ ହାଇକୋର୍ଟ ଏହି ମାମଲାରେ ନିଜର ଏକ ଟିପ୍ପଣୀ ଦେଇ କହିଛି କି, ଘରୋଇ ହିଂସା ମାମଲାରେ ଘରର ସବୁ ସଦସ୍ୟଙ୍କୁ କୋର୍ଟକଚେରୀକୁ ଟାଣିବା ଭଳି ପ୍ରବୃତିକୁ ବନ୍ଦ କରାଯାଉ। ଏଭଳି ଅଭିଯୋଗରୁ ସ୍ପଷ୍ଟ ପ୍ରମାଣିତ ହେଉଛି କି, ଏଭଳି ଅଭିଯୋଗ କେବଳ ଅଧିକରୁ ଅଧିକ ଲୋକଙ୍କ ନାଁ ଏଫଆଇଆରରେ ସାମିଲ କରିବା ପାଇଁ ଲଗାଯାଉଛି । ପୁଲିସ୍ ବି ବିନା କୌଣସି ତଦନ୍ତରେ ଏଭଳି ଧରଣର ମାମଲାକୁ ଆଗକୁ ବଢାଇବାକୁ ପ୍ରସୟ ଦେଉଛି, ଯାହାକି ସଂପୂର୍ଣ୍ଣ ରୂପେ ଭୁଲ୍।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/10/ccff.jpg)
