ସାମୁଦ୍ରିକ ଆହାରରେ ବଢୁଛି ଆର୍ସେନିକର ସ୍ତର : ମାଛ, ଚିଙ୍ଗୁଡି, କଙ୍କଡା ଭଳି ଖାଦ୍ୟ ମଣିଷ ଶରୀର ପାଇଁ ହୋଇପାରେ ଘାତକ!

ସାମୁଦ୍ରିକ ଆହାରରେ ଆର୍ସେନିକର ସ୍ତର ବଢ଼ିବାରେ ଲାଗିଛି। ଯାହାକି ମଣିଷ ଜୀବନ ପ୍ରତି ଗଭୀର ପ୍ରଭାବ ପକାଇବାରେ। ତେଣୁ ସମୁଦ୍ରିକ ଆହାର ଖାଇବାକୁ ପସନ୍ଦ କରୁଥିବା ଲୋକମାନେ ଏଥିପ୍ରତି ସତର୍କ ରହିବା ଉଚିତ୍‌। ଏକ ତଥ୍ୟରୁ ଜଣାପଡିଛି ଯେ, ମାଛ, ଚିଙ୍ଗୁଡି, କଙ୍କଡା ଭଳି ଖାଦ୍ୟ ପଦାର୍ଥରେ ଆର୍ସେନିକ ନାମକ ଏକ ବିଷାକ୍ତ ପଦାର୍ଥ ଦେଖିବାକୁ ମିଳୁଛି । ସ୍ୱାଦହୀନ,ଗନ୍ଧହୀନ ଏହି ତତ୍ତ୍ୱ କାଠକୁ ଅଧିକ ଦିନ ସତେଜ ରଖିବା ଏବଂ ପଶୁ ଆହାରରେ ବ୍ୟବହାର ହୋଇଥାଏ । ଏହାକୁ କୃଷି କ୍ଷେତରେ ମଧ୍ୟ ବ୍ୟବହାର କରାଯାଏ ।

କିନ୍ତୁ ସି ଫୁଡ୍ ତଥା ଏଭଳି ପ୍ରଡକ୍ଟରେ ଆର୍ସେନିକର ମାତ୍ରା ଅଧିକ ଥାଏ । ସମୁଦ୍ର ମାଛ,କଙ୍କଡା ଏବଂ ଚିଙ୍ଗୁଡି ଭଳି ଓଧ ଏବଂ ଅକ୍ଟୋପସ୍ ମଧ୍ୟରେ ବି ଏହି ତତ୍ତ୍ୱ ଦେଖିବାକୁ ମିଳେ । ଯଦି କୌଣସି ସୁସ୍ଥ ବ୍ୟକ୍ତି ପ୍ରତି ଦୁଇଦିନ ଥରେ ଏଭଳି ଖାଦ୍ୟର ସେବନ କରୁଛନ୍ତି ତେବେ ସେମାନଙ୍କ ଜୀବନ ପ୍ରତି ଏହା ଗମ୍ଭୀର ପ୍ରଭାବ ପକାଇପାରେ । ତେବେ ଭାରତରେ ଏହାର ନିର୍ଦ୍ଧାରିତ ମାତ୍ରାର ଆକଳନ ଜଣାପଡିନଥିବା ବେଳେ ଏତିକି ହିଁ କୁହାଯାଇପାରିବ ସମୟ ଥାଉ ଥାଉ ସତର୍କ ନହେଲେ ଏହାର ପରିଣାମ ଗମ୍ଭୀରର ରୂପ ନେବ ।

୨୦୧୩ ମସିହାରେ ଅଷ୍ଟ୍ରିଆରେ ହୋଇଥିବା ଏକ ଅଧ୍ୟୟନରୁ ଜଣାପଡିଥିଲା ଯେ ସାମୁଦ୍ରିକ ଆହାରରୁ ମିଳୁଥିବା ଆର୍ସେନିକ କିଛି ରୂପରେ ସ୍ୱାସ୍ଥ୍ୟ ପାଇଁ ହାନିକାରକ ହେଉନଥିବା ବେଳେ ବାସ୍ତବରେ ଏହା ଶରୀର ପ୍ରତି ଘାତକ ହୋଇଥାଏ । ଗବେଷକମାନଙ୍କ ମତରେ ଏକ ତଥ୍ୟ ଅନୁସାରେ କିଛି ଲୋକଙ୍କ ଠାରେ ମଳମୂତ୍ର ମାଧ୍ୟମରେ ଆର୍ସେନିକ ବାହାରକୁ ବାହାରି ଯାଉଥିବା ବେଳେ ଆଉ କିଛି ଲୋକଙ୍କ ମଧ୍ୟରେ ଆର୍ସେନିକ ଅଟକି ରହିଯାଏ । ଯାହା ଶରୀର ପାଇଁ ଘାତକ ସାବ୍ୟସ୍ତ ହୋଇଥାଏ ।

ସମ୍ବନ୍ଧିତ ଖବର