ଭାଷଣରେ ବାଜପେୟୀ ଓ ମନମୋହନଙ୍କୁ ଟପିଲେ ମୋଦୀ

ସ୍ୱାଧୀନତା ଦିବସରେ ଲାଲକିଲ୍ଲାରୁ ତିନି ପ୍ରଧାନମନ୍ତ୍ରୀଙ୍କ ଭାଷଣ ସମୟ

ନୂଆଦିଲ୍ଲୀ: ୨୦୦୨ରୁ ୨୦୨୦ ମଧ୍ୟରେ ଦେଶରେ ଥିବା ୩ ଜଣ ପ୍ରଧାନମନ୍ତ୍ରୀଙ୍କ ମଧ୍ୟରୁ ସର୍ବାଧିକ ସମୟ ସ୍ବାଧୀନତା ଦିବସ ଅଭିଭାଷଣ ପ୍ରଦାନ କରିଛନ୍ତି ନରେନ୍ଦ୍ର ମୋଦୀ | ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ମୁତାବକ ସ୍ୱାଧୀନତା ଦିବସରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀମାନଙ୍କ ମଧ୍ୟରେ ନରେନ୍ଦ୍ର ମୋଦୀ ସବୁଠାରୁ ଅଧିକ ସମୟ ଭାଷଣ ଦେଇଛନ୍ତି |୨୦୧୪ରେ ସେ ୬୫ ମିନିଟ, ୨୦୧୫ ରେ ୮୮ ମିନିଟ, ୨୦୧୬ରେ ୯୪ ମିନିଟ, ୨୦୧୭ ରେ ୫୬ ମିନିଟ, ୨୦୧୮ରେ ୮୩ ମିନିଟ, ୨୦୧୯ରେ ୯୨ ମିନିଟ, ୨୦୨୦ରେ ୯୦ ମିନିଟ ଭାଷଣ ଦେଇଛନ୍ତି | ସେହିପରି ମନମୋହନ ସିଂ ଓ ବାଜପେୟୀଙ୍କର ଭାଷଣ କେତେ ସମୟ ରହିଛି ତାହା ନିମ୍ନରେ ଦିଆଗଲା |
ମନମୋହନ ସିଂଙ୍କର ଭାଷଣ  ବର୍ଷ ଓ ସମୟ  
୨୦୧୩: ୩୫ ମିନିଟ
୨୦୧୨: ୩୨ ମିନିଟ
୨୦୧୧: ୪୦ ମିନିଟ
୨୦୧୦: ୩୫ ମିନିଟ
୨୦୦୯: ୪୫ ମିନିଟ
୨୦୦୮: ୪୫ ମିନିଟ
୨୦୦୭: ୪୦ ମିନିଟ
୨୦୦୬: ୫୦ ମିନିଟ
୨୦୦୫: ୫୦ ମିନିଟ
୨୦୦୪: ୪୫ ମିନିଟ
ବାଜପେୟୀଙ୍କର ଭାଷଣ ବର୍ଷ ଓ ସମୟ 
୨୦୦୩: ୩୦ ମିନିଟ
୨୦୦୨: ୨୫ ମିନିଟ

ନରେନ୍ଦ୍ର ମୋଦୀ ସର୍ବାଧିକ ୨୦୧୬ ମସିହାରେ ୯୪ ମିନିଟ ଭାଷଣ ଦେଇଥିବାବେଳେ ସର୍ବନିମ୍ନ ୨୦୧୭ରେ ୫୬ ମିନିଟ ଭାଷଣ ଦେଇଥିଲେ | ସେହିପରି ମନମୋହନ ସିଂହ ୨୦୦୫ ଓ ୨୦୦୬ରେ ସର୍ବାଧିକ ୫୦ ମିନିଟର ଭାଷଣ ଦେଇଥିବାବେଳେ ୨୦୧୨ରେ ୩୨ ମିନିଟ ଭାଷଣ ଦେଇଥିଲେ |

ସମ୍ବନ୍ଧିତ ଖବର