ଅଧିକାଂଶ ସମୟରେ ପର୍ଯ୍ୟଟକ ମାନେ ଭ୍ରମଣ କରିବାକୁ ଯାଉଥିବା ସ୍ଥଳ ସଂପର୍କ ବିଶେଷ ତଥ୍ୟ ହାସଲ କରିଥାଆନ୍ତି, କିନ୍ତୁ ରାସ୍ତା ସଂପର୍କରେ ବିଶେଷ ଧ୍ୟାନ ଦେଇନଥାଆନ୍ତି । ଏମିତି କିଛି ହାଇେଓ୍ଵ ଅଛି, ଯାହା ପର୍ଯ୍ୟଟନଠୁ କିଛି କମ୍ ଆନନ୍ଦ ଦେଇନଥାଏ । ଆସନ୍ତୁ ଏଭଳି କେତେକ ‘ ହାଇେଓ୍ଵ’ ସଂପର୍କରେ ଜାଣିବା...
ମନାଲି-ଲେହ୍ ହାଇେଓ୍ଵ: ମନାଲିଠାରୁ ଲେହ୍ ପର୍ଯ୍ୟନ୍ତ ବ୍ୟାପ୍ତ ଏହି ହାଇେଓ୍ଵ ର ଲମ୍ବା ହେଲା ୪୯୦ କିଲୋମିଟର । ଏହାର ପ୍ରତିଟି ପାହାଚରେ ରହିଛି ରୋମାଞ୍ଚକର ଅନୁଭୂତି । ଏଠାରୁ ବରଫ ଘେରା ହିମାଳୟ, ସୁନ୍ଦର ଝରଣା ଓ ଉଚ୍ଚ ସମତଳ ଭୂମିର ସୌନ୍ଦର୍ଯ୍ୟ ଉପଭୋଗ କର ିହେବ । କେବଳ ଗ୍ରୀଷ୍ମକାଳରେ ଅର୍ଥାତ୍ ଜୁନ୍ରୁ ଅକ୍ଟୋବର ମାସ ଯାଏଁ ଏହି ରାଜପଥ ଖୋଲା ଯାଇଥାଏ । ଏହି ହାଇେଓ୍ଵରେ ଯାତ୍ରା କରୁଥିବାବେଳେ ସର୍ବଦା ନିଜର କ୍ୟାମେରା ପ୍ରସ୍ତୁତ କରି ରଖନ୍ତୁ । ବାଟରେ ଅନେକ ମନୋରମ ଦୃଶ୍ୟ ଦେଖିବାକୁ ମିଳିବ , ଯାହାର ଚିତ୍ରୋତ୍ତଳନ କରିବାକୁ ଇଚ୍ଛା ହେବ । ଏହି ‘ହାଇେଓ୍ଵ’ ରେ ଯିବାବେଳେ ଅନେକ ଗୁଡ଼ିଏ ବୁଲାଣି ପଡ଼େ । ସେତେବେଳେ ଖୁବ୍ ସତର୍କ ରହିବାକୁ ପଡିବ । ଦୁଇଦିନର ଡ୍ରାଇଭ୍ରେ ଗଲେ ଆପଣ ପାଞ୍ଚଟି ପର୍ବତ ଦେଇ ରହିପାରିବେ । ଏଥି ମଧ୍ୟରେ ରୋହତଙ୍ଗଲା ଏବଂ ଟାଗ୍ଲାଙ୍ଗଲା ଭଳି ମନୋରମ ସ୍ଥାନ ବି ପଡିବ ।
ଯମୁନା ଏକ୍ସପ୍ରେସ୍ ଓ୍ଵ: ଯଦି ଆପଣ ହାଇସ୍ପିଡ୍ରେ ଯାତ୍ରା କରିବାକୁ ଚାହୁଁଥାଆନ୍ତି ତେବେ ‘ ଯମୁନା ଏକ୍ସପ୍ରେସ ଓ୍ଵ’ ଠୁଁ ଆଉ ଭଲ ରାସ୍ତା ନାହିଁ । ଏହା ଛଅ ଲାଇନ୍ ବିଶିଷ୍ଟ । ଏହାର ଯାତ୍ରା ନୂଆଦିଲ୍ଲୀର ଗ୍ରେଟର ନୋଏଡା ଠାରୁ ଆରମ୍ଭ ହୋଇଥାଏ । ଏଠାରୁ ଆଗ୍ରା ମାତ୍ର ଦୁଇ ଘଣ୍ଟାରେ ପହଞ୍ଚି ପାରିବେ । ଏହି ଯାତ୍ରାରେ ସବୁଜ ଖେତ, ସୁନ୍ଦର ଗ୍ରାମ ଓ ଖୋଲା ସ୍ଥାନ ଦେଖିବାକୁ ପାଇବେ । ଏହି ଯମୁନା ଏକ୍ସପ୍ରେସ୍ ଓ୍ଵରେ ଆପଣ ସର୍ବାଧିକ ପ୍ରତିଘଣ୍ଟା ଶହେ କିଲୋମିଟର ବେଗରେ ଯାତ୍ରା କରି ପାରିବେ । ଏହି ଏକ୍ସପ୍ରେସ ଓ୍ଵରେ ପାଞ୍ଚଟି ଟୋଲ୍ ପ୍ଲାଜା ରହିଛି, ଯାହା ବେଗର ପ୍ରତିବନ୍ଧକ ।
ଇଷ୍ଟକୋଷ୍ଟ୍ ରୋଡ୍: ବଙ୍ଗୋପସାଗର କୂଳେ କୂଳେ ତାମିଲନାଡୁରେ ଏହି ହାଇେଓ୍ଵ ରହିଛି । ଏହାର ଉଭୟ ପାର୍ଶ୍ୱ ରେ କେତେବେଳେ ସମୁଦ୍ରତଟ ପଡ଼େ ତ ପୁଣି କେତେବେଳେ ନଡିଆ ଗଛମାନଙ୍କର ବଗିଚା, ତ ପୁଣି କେତେବେଳେ ମାଛଧରା ଗାଆଁ ଦେଖିବାକୁ ମିଳେ । ଏହି ରୋଡ୍ ଚେନ୍ନାଇକୁ ଡଡାଲୋର୍ ସହିତ ସଂଯୋଗ କରିଛି । ଏହା ଉଭୟ ପ୍ରକୃତିପ୍ରେମୀ ଓ କଳା ସଂସ୍କୃତି ପ୍ରେମୀଙ୍କୁ ଆକର୍ଷିତ କରିଥାଏ । ଏଠାରେ ଚୋଳମଣ୍ଡଳ ଆର୍ଟିଷ୍ଟସ୍ ଭିଲେଜ୍ ରହିଛି । ଦକ୍ଷିଣ ଚିତ୍ର କ୍ରାଫ୍ଟଟ୍ସ ସେଣ୍ଟର୍ ଏବଂ କଳାକ୍ଷେତ୍ର ମ୍ୟୁଜିକ୍ ଆଣ୍ଡ୍ ଡ୍ୟାନ୍ସ ସ୍କୁଲ୍ ଦେଖିବାକୁ ମିଳେ ଏହି ଇଷ୍ଟକୋଷ୍ଟ୍ ରୋଡରେ୍। ଏହି ରାସ୍ତାରେ ମାମାଲିଆପୁରମ୍ ଠାରେ ୟୁନେସ୍କୋ ଓ୍ଵାର୍ଲଡ୍ ହାରିଟେଜ୍ ସାଇଟ୍, ଥାରଙ୍ଗମାଡିର ପ୍ରିଷ୍ଟାଇନ୍ ବିଚ୍ର ଆନନ୍ଦ ନେଇପାରିବେ । ଏତଦ୍ବ୍ୟତୀତ ଆପଣ ବୋଟିଂ ଆନନ୍ଦ ନେଇ ପିଚାଭରମ୍ର ଆମ୍ବ ଜଙ୍ଗଲ କୁ ଯାଇପାରିବେ ।