ହିଜାବ ପିନ୍ଧି ବଡିବିଲ୍‌ଡିଂ କରୁଛନ୍ତି ଏହି ଭାରତୀୟ ମହିଳା : ପାଓ୍ଵାର ଲିଫଟିଂରେ ଜିତିଛନ୍ତି ଅନେକ ପୁରସ୍କାର

ନୂଆଦିଲ୍ଲୀ : ବର୍ତ୍ତମାନ ଯୁଗରେ ସୋସିଆଲ ମିଡ଼ିଆ ପାଇଁ କାହାକୁ କିଛି କଥା ଅଛପା ହୋଇ ରହୁନାହିଁ । କେରଳର ଜଣେ ୨୩ ବର୍ଷିୟ ମହିଳା ପରମ୍ପରାକୁ ବଜାୟ ରଖିବା ସହ ପୂରା କରିଛନ୍ତି ନିଜ ସ୍ୱପ୍ନ । ମଜ୍ଜିଆ ବାନୁ ଲୋକଙ୍କ ମଧ୍ୟରେ ଥିବା ପୁରଣା ଚିନ୍ତାଧାରାକୁ ପରିବର୍ତ୍ତନ କରିବା ପାଇଁ ଚେଷ୍ଟା କରିଛନ୍ତି । ସେ ହିଜାବ (ମୁସଲମାନ୍‌ ମହିଳାଙ୍କ ପାରମ୍ପରିକ ପୋଷାକ) ପିନ୍ଧି କରିଛନ୍ତି ବଡ଼ିବିଲଡ଼ିଂ କରିଛନ୍ତି। ସୋସିଆଲ ମିଡ଼ିଆରେ ତାଙ୍କର ଫଟୋ ଏବଂ ଭିଡ଼ିଓ ଭାଇରାଲ ହେଉଥିବା ବେଳେ ସବୁଆଡ଼େ ତାଙ୍କର ହିଁ ଚର୍ଚ୍ଚା ହେଉଛି ।

khabar.ndtv.com

କେରଳର ୨୫ ବର୍ଷିୟ ମଜ୍ଜିଆ ଦନ୍ତ ଚିକିତ୍ସା ପାଠ୍ୟକ୍ରମ କରୁଥିବା ବେଳେ ପାଓ୍ଵାର ଲିଫଟିଙ୍ଗରେ ଅନେକ ପୁରସ୍କାର ଏବଂ ମେଡ଼ାଲ ଜିତି ସାରିଲେଣି । ମଜ୍ଜିୟା ତାଙ୍କ ଭାବିସ୍ୱାମୀଙ୍କ ଦ୍ୱାରା ପ୍ରୋତ୍ସାହିତ ହୋଇ ୨୦୧୬ ମସିହାରେ ବଡିିବିଲଡ଼ିଂ ଆରମ୍ଭ କରିଥିଲେ । ପ୍ରଥମେ ସେ ମନା କରୁଥିଲେ କାରଣ ଏଥିପାଇଁ ତାଙ୍କୁ ଅଙ୍ଗ ପ୍ରଦର୍ଶନ କରିବା ପାଇଁ ପଡ଼ିଥାନ୍ତା । କିନ୍ତୁ ତାଙ୍କ ଭାବିସ୍ୱାମୀ ତାଙ୍କୁ ମିଶରର କିଛି ମହିଳାଙ୍କର ଫଟୋ ଦେଖାଇଥିଲେ ଯେଉଁଥିରେ ମହିଳାମାନେ ହିଜାବ ପିନ୍ଧି ବଡ଼ିବିଲଡ଼ିଂ କରୁଥିଲେ । ଏହା ପରେ ସେ ମଧ୍ୟ ତାଙ୍କର ବଡ଼ିବିଲଡ଼ିଂ ଅଭ୍ୟାସ ଆରମ୍ଭ କରିଥିଲେ ।

ମଜ୍ଜିଆ ୩ ଥର କେରଳର ସବୁଠାରୁ ଶକ୍ତିଶାଳୀ ମହିଳା ପଦକ ଜିତି ସାରିଲେଣି । ଗତ ୨୫ ତାରିଖରେ ଆୟୋଜିତ ହୋଇଥିବା ମିଷ୍ଟର କେରଳ କଣ୍ଟେଷ୍ଟରେ ଶ୍ରେଷ୍ଠ ମହିଳା ଫିଟନେସ୍‌ ଫିଜିକ ପଦକ ହାସଲ କରିଛନ୍ତି । ଏହି ପଦକ ହାସଲ କଲା ପରେ ସେ ନିଜେ ମଧ୍ୟ ଆଶ୍ଚର୍ଯ୍ୟ ଯେ କିପରି ସେ ପୁରୁଷମାନଙ୍କର ପ୍ରତିଯୋଗିତାରେ ସଫଳତା ହାସଲ କରିଦେଲେ ।

khabar.ndtv.com

“ସେ ସଂପୂର୍ଣ୍ଣ ପୁରୁଷମାନଙ୍କ ଭଳି ଅଭ୍ୟାସ କରିଥାନ୍ତି । ସେ ବହୁତ କଷ୍ଟ କରନ୍ତି। ଜଣେ ମହିଳା ହିଜାବ ପିନ୍ଧି ଜିମରେ ଅଭ୍ୟାସ କରିବା କିଛି ସହଜ କଥା ନୁହଁ । ସେ ଅନେକ ଅସୁବିଧାର ସମ୍ମୁଖୀନ ହେବା ପରେ ଏଠାରେ ପହଞ୍ଚିଛନ୍ତି ” ବୋଲି କହିଛନ୍ତି ମଜ୍ଜିଆଙ୍କ ଟ୍ରେନର ସାମାଜ ।

ସମ୍ବନ୍ଧିତ ଖବର