ନୂଆଦିଲ୍ଲୀ: ଫେବ୍ରୁଆରି ୧୪ ତାରିଖ ବା ଗତକାଲି ଥିଲା ଭାଲେଣ୍ଟାଇନ୍ସ ଡେ(ପ୍ରେମ ଦିବସ)। ଏହି ଦିବସ ଅବସରରେ ଇଣ୍ଟର୍ନେଟ୍ରେ କୁଢ଼ କୁଢ଼ ମିମ୍ ଦେଖିବାକୁ ମିଳିଛି। ଏମିତି ମଜା ମଜା ମିମ୍ ସବୁ ଦେଖିବାକୁ ମିଳିଛି, ଯାହାକୁ ଦେଖିବା ପରେ ଆପଣ ନିଜର ହସ ରୋକିପାରିବେ ନାହିଁ।
Who made this? I just wanna talk pic.twitter.com/FusgYiue6x
— Brian (@itsbriancuh) February 12, 2021
ଆପଣ ଜାଣିଥିବେ ନିଶ୍ଚୟ ଯେ ଏହି ଦିବସ ଦୁଇ ବର୍ଗରେ ଲୋକଙ୍କୁ ବିଭକ୍ତ କରାଇଥାଏ। ଗୋଟାଏ ବର୍ଗର ଲୋକ ହେଉଛନ୍ତି ପ୍ରେମିକ-ପ୍ରେମିକା, ପତି-ପତ୍ନୀ ବା ପ୍ରେମୀ ସ୍ବଭାବର ବ୍ୟକ୍ତି। ଆରଟି ହେଉଛି ଏକାକୀ ବର୍ଗ। ଅର୍ଥାତ ଯେଉଁମାନଙ୍କ ଜୀବନରେ କେହି ବି ହେଲ ସାଥୀ ନଥାନ୍ତି।
Me watching everyone's story how they celebrating their valentine's week. pic.twitter.com/3MwJTNgzn8
— 7.26am (@sharmavishesh26) February 11, 2021
ତେବେ, ଇଣ୍ଟର୍ନେଟ୍ରେ ଯେଉଁ ମିମ୍ ସବୁ ବାହାରିଛି ତାହା ମୁଖ୍ୟତଃ ଦ୍ବିତୀୟ ବର୍ଗର ବ୍ୟକ୍ତିିଙ୍କୁ ଲକ୍ଷ କରି ବାହାରିଛି। ତେବେ, ଇଣ୍ଟର୍ନେଟ୍ ସେହି ଏକାକୀ ବର୍ଗର ଲୋକଙ୍କୁ ମନୋରଞ୍ଜନରୁ ବଞ୍ଚିତ କରିନାହିଁ। ମଜା ମଜା ମିମ୍ ସବୁ ଇଣ୍ଟର୍ନେଟ୍ରେ ଦେଖି ସେମାନେ ମଧ୍ୟ ହସି ହସି ବେଦମ୍ ହୋଇଛନ୍ତି।
My plans for this love is in the air wala week😴❤️#ValentineWeekpic.twitter.com/bnKGaKsejF
— Ayushman Merli (@AyushmanMerli) February 7, 2021
ଗୋଟେ ମିମ୍ରେ ଲେଖାଯାଇଛି, କେହି ଜଣେ ପଚାରିଲେ ଆପଣଙ୍କ ପ୍ରେମ ଦିବସର ଯୋଜନା କ’ଣ? ମୁଁ କହିଲି, ‘ଆପଣ ସେ କଥା କାଇଁ ପଚାରୁଛନ୍ତି? ଯାହାର ଉତ୍ତର ଦେବା ପାଇଁ ମୋର ଯୋଗ୍ୟତା ନାହିଁ।’ ଏହି ପରି ଅନେକ ଗୁଡ଼ିଏ ମିମ୍ ପ୍ରକାଶ ପାଇଛି, ଯାହାକୁ ଆମେ ଏଠାରେ ଟ୍ବିଟ୍ ଏମ୍ବେଡ୍ କରି ପ୍ରକାଶ କରିଛୁ।
Others on Valentines Day Vs Me on Valentines day.... 😁😂 pic.twitter.com/LsqWLzOCyJ
— Malick Salman (@baaz_meme) February 14, 2021