ନୂଆଦିଲ୍ଲୀ : ୟୁପିଏସ୍‌ସି-୨୦୧୭ ପରୀକ୍ଷା ପ୍ରଥମ  ପ୍ରଚେଷ୍ଟାରେ ପାସ୍‌ କରିଥିବା ହିମାଂଶୁ କୌଶିକ୍‌ଙ୍କ କାହାଣୀ ଏବେ ଚର୍ଚ୍ଚାରେ । ନିଜକୁ ମଧ୍ୟମ ଧରଣର ଛାତ୍ର ଭାବୁଥିବା ହିମାଂଶୁ ଇଞ୍ଜିନିୟରିଂ ପଢ଼ୁଥିବା ବେଳେ ଦୁଇଟି ବିଷୟରେ ଫେଲ୍‌ ହୋଇଥିଲେ । ଆଇଆଇଟିରେ ପଢ଼ିବା ପାଇଁ ଚେଷ୍ଟା କରି ମଧ୍ୟ ବିଫଳ ହୋଇଥିଲେ ହିମାଂଶୁ । ଏତେ ସବୁ ପରେ ସେ ପ୍ରଥମ ଚେଷ୍ଟାରେ ୟୁପିଏସ୍‌ସି-୨୦୧୭ ପରୀକ୍ଷାରେ ପାସ୍‌ କରିବା ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା ।

Advertisment

publive-image oneindia.com

ସୂଚନା ମୁତାବକ, ଦିଲ୍ଲୀରେ ରହୁଥିବା ହିମାଂଶୁ କୌଶିକ୍‌ ପ୍ରଥମେ ସଫ୍ଟଓୟାର ଡେଭଲପ୍‌ର ଭାବେ ୩ବର୍ଷ କାମ କରିଥିଲେ । ଏହା ପରେ ଚାକିରି ଛାଡ଼ି ୟୁପିଏସ୍‌ସି ପରୀକ୍ଷା ପାଇଁ ପଢ଼ିବା ଆରମ୍ଭ କରିଥିଲେ । ସବୁ ଜିନିଷ ଠାରୁ ନିଜକୁ ଦୂରରେ ରଖି ହିମାଂଶୁ ୟୁପିଏସ୍‌ସି ପାଇଁ ପଢ଼ିବାରେ ଲାଗି ପଡ଼ିଥିଲେ । ପ୍ରଥମ ୩ ମାସ କେମିତି ପଢ଼ିବି ତାହା ଜାଣି ପାରି ନ ଥିଲେ ହିମାଂଶୁ । ପରେ ସେ କୋଚିଂ କ୍ଲାସ୍‌ ଯିବା ପରେ ତାଙ୍କୁ ପ୍ରସ୍ତୁତି କରିବାର ବାଟ ମିଳିବା ସହ ତାଙ୍କର ଆତ୍ମବିଶ୍ୱାସ ମଧ୍ୟ ବଢ଼ିିଥିଲା ।

ହିମାଂଶୁଙ୍କ କହିବା ଅନୁଯାୟୀ, ସେ ସମୟରେ ମୁଁ ପାର୍ଟି କରିବା, ସାଙ୍ଗମାନଙ୍କ ସହ ବୁଲିବା ବନ୍ଦ କରିବା ସହ ସବୁ ମୋର ସୋସିଆଲ ମିଡିଆ ଆକାଉଣ୍ଟ ମଧ୍ୟ ବ୍ଲକ୍‌ କରି ଦେଇଥିଲି । ୟୁପିଏସ୍‌ସି ପରୀକ୍ଷାରେ ପାସ୍‌ କରିବା ପାଇଁ ସମର୍ପଣ ଓ ଧୈର୍ଯ୍ୟ ଦୁଇଟି ଜିନିଷ ନିହାତି ଆବଶ୍ୟକ । ପ୍ରସ୍ତୁତି ସମୟରେ ପଢ଼ା ପ୍ରତି ଧ୍ୟାନ ଦେବା ଅତ୍ୟନ୍ତ ଜରୁରୀ । ଯାହା ପାଇଁ ମୁଁ ନିଜକୁ ନିଜ ବନ୍ଧୁମାନଙ୍କଠାରୁ ଦୂରେଇ ଦେଇଥିଲି । ଦୀର୍ଘ ଦିନର ପ୍ରଚେଷ୍ଟା ପରେ ମୋତେ ସଫଳତାର ସ୍ୱାଦ ଚାଖିବାକୁ ମିଳିଥିଲା ।