ଦିଲ୍ଲୀରେ ହିଂସା ଚାଲିଥିବା ବେଳେ ଘର ବାହାରେ ଜଗି ରହିଥିଲେ ମୁସଲମାନ ପଡ଼ୋଶୀ, ସମ୍ପନ୍ନ ହୋଇପାରିଲା ହିନ୍ଦୁ କନ୍ୟାଙ୍କ ବିବାହ

ନୂଆଦିଲ୍ଲୀ: ଉତ୍ତର ପୂର୍ବ ଦିଲ୍ଲୀରେ ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ନେଇ ବିରୋଧୀ ଓ ସପକ୍ଷବାଦୀଙ୍କ ମଧ୍ୟରେ ଉପୁଜିଥିବା ହିଂସାରେ ଏଯାବତ ୪୨ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଦିଲ୍ଲୀରେ ଏବେ ବି  ଚାପା ଉତ୍ତେଜନା ଲାଗି ରହିଛି । ଏଭଳି ସମୟରେ ମୁସଲମାନ ବହୁଳ ଅଞ୍ଚଳରେ ରହୁଥିବା ଜଣେ ହିନ୍ଦୁ ପରିବାରର ଝିଅ ବିବାହ ରହିଥିଲା। ବାହାରେ ହିଂସାକୁ ଦେଖି ଉକ୍ତ ପରିବାର ବିବାହକୁ ବନ୍ଦ କରିବାକୁ ସ୍ଥିର କରୁଥିବା ବେଳେ ମୁସଲମାନ ପଡୋଶୀ ସେମାନଙ୍କୁ ସୁରକ୍ଷା ଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ଶେଷରେ ବିବାହ ଯେମିତି ହେବା କଥା ସେମିତି ସୁରୁଖୁରୁୁରେ ହୋଇଥିଲା।

ଚାନ୍ଦବାଗ ମୁସଲମାନ ବହୁଳ ଅଞ୍ଚଳରେ ବସବାସ କରୁଥିବା ଏକ ହିନ୍ଦୁ ପରିବାରର ୨୩ ବର୍ଷୀୟା କନ୍ୟା ସାବିତ୍ରୀ ପ୍ରସାଦ କହନ୍ତି, ମେହେନ୍ଦୀ ଲଗାଇ ସାରିଥିଲି, ବିବାହ ବସ୍ତ୍ର ପିନ୍ଧି ସାରିଥିଲି। ଏଭଳି ପରିସ୍ଥିତିରେ ବାହାରେ ହିଂସାର ପରିବେଶ ଦେଖି ମୋର ପିତା ଏହି ବାହାଘର ବନ୍ଦ କରିଦେବାକୁ ନିଷ୍ପତ୍ତି ନେଇଥିଲେ। ଏସବୁ ଦେଖି ମୋତେ ବହୁତ କଷ୍ଟ ହୋଇଥିଲା, ମୁଁ କାନ୍ଦିବାକୁ ଲାଗିଥିଲି।  ହେଲେ ପଡ଼ିଶାରେ ଥିବା ମୁସଲମାନ ଭାଇମାନେ ବିବାହ ବନ୍ଦ ହେବାକୁ ଦେଇ ନଥିଲେ। ବିବାହ ଯେମିତି ହେବା କଥା ହେବ ବୋଲି କହିଥିଲେ।

zeenews

ବିବାହ ଚାଲିଥିବା ସମୟରେ କାଳେ କୌଣସି ଗଣ୍ଡଗୋଳ ହେବ ସେଥିପାଇଁ ସେମାନେ ଘର ବାହାରେ ଜଗି ରହିଥିଲେ। ବିବାହ ଯେଉଁ ସମୟରେ ହେବାକୁ ନିର୍ଦ୍ଧାରିତ ହୋଇଥିଲା ସେହି ସମୟରେ ହିଁ ସେମାନଙ୍କ ପାଇଁ ହୋଇ ପାରିଥିଲା। ଏଥିପାଇଁ ମୋର ପୂରା ପରିବାର ପଡୋଶୀଙ୍କୁ ଧନ୍ୟବାଦ ଜଣାଇଛି।

ସମ୍ବନ୍ଧିତ ଖବର