ନୂଆଦିଲ୍ଲୀ : ହିନ୍ଦୁ ପରମ୍ପରା ଅନୁଯାୟୀ  ପୂଜା ,ବିବାହ ଏବଂ ମନ୍ଦିର ଆଦି ସମସ୍ତ ସ୍ଥାନରେବ୍ରାହ୍ମଣ ପୁରୁଷମାନେ ହିଁ ପୂଜକ ଭାବେ କାର୍ଯ୍ୟ ସଂପାଦନ କରିଥାଆନ୍ତି । ବର୍ତ୍ତମାନ ଏହି ଧରାକୁ ବଦଳାଇଛନ୍ତି ଦେଶର ପ୍ରଥମ ମହିଳା ବ୍ରାହ୍ମଣ ପଶ୍ଚିମବଙ୍ଗର ନନ୍ଦିନୀ ଭୌମିକ। ନନ୍ଦିନୀ ଆଜି ପର୍ଯ୍ୟନ୍ତ ଯେତିକି ବିବାହ କରାଇଛନ୍ତି ସେଥିରେ କନ୍ୟାଦାନ ରୀତି ସଂପାଦନ କରାଯାଇନାହିଁ । ଆସନ୍ତୁ ଜାଣିବା ଏହା ପଛର କାରଣ ।

Advertisment

publive-image punjabkesari

ହିନ୍ଦୁ ସମାଜର ବିବାହରେ ମୁଖ୍ୟ ପରମ୍ପରା ହେଉଛି କନ୍ୟାଦାନ । କୁହାଯାଇଥାଏ କନ୍ୟାଦାନ ଦୁନିଆରେ ସବୁଠାରୁ ମହତ ଦାନ । କିନ୍ତୁ ଏହି ପ୍ରଥାକୁ ପରିବର୍ତ୍ତନ କରିଛନ୍ତି ନନ୍ଦିନୀ । ସେ ବର୍ତ୍ତମାନ ପର୍ଯ୍ୟନ୍ତ ବିନା କନ୍ୟାଦାନ ରୀତିରେ ୪୦ଟି ବିବାହ ସଂପନ୍ନ କରିସାରିଲେଣି  ।  ମୁଁ ପିତୃସନ୍ତାତ୍ମକ ମାନସିକତାରୁ ଦୂରରେ ରହିବା ପାଇଁ ଚାହେଁ। ଯେଉଁଠାରେ ମାତାପିତା ନିଜ ଝିଅକୁ କୌଣସି ବସ୍ତୁ ଭଳି ଅନ୍ୟକୁ ଦାନ କରିଦିଅନ୍ତି ବୋଲି କହିଛନ୍ତି ନନ୍ଦିନୀ । ଦେଶରେ ମହିଳା ସଶକ୍ତିକରଣର ପ୍ରତ୍ୟକ୍ଷ ଉଦାହରଣ ପ୍ରସ୍ତୁତ କରିଛନ୍ତି ନନ୍ଦିନୀ। ସେ ଯାଦବବପୁର ବିଶ୍ୱବିଦ୍ୟାଳୟରୁ ସଂସ୍କୃତ ଶିକ୍ଷା କରିଛନ୍ତି ଏବଂ ୧୦ ବର୍ଷ ମଧ୍ୟରେ ୪୦ ଟି ବିବାହ ବିନା କନ୍ୟାଦାନରେ କରିସାରିଲେଣି ।