ଠାକୁରଙ୍କ ନାଆଁରେ ପିଲାମାନଙ୍କ ନାମକରଣ କାହିଁକି କରାଯାଇଥାଏ?

କୁଳଟା ଓ ବ୍ୟଭିଚାରୀ ଯୁବତୀ ଫାଶରେ ପଡ଼ି ଅଜାମିଳଙ୍କର ବୁଦ୍ଧିଭ୍ରଷ୍ଟ ହୋଇଗଲା।ସେ ବ୍ରାହ୍ମଣ କର୍ମ କରିବାରେ ଆଉ ଆଦୌ ଆଗ୍ରହ ଦେଖାଇଲେ ନାହିଁ। ଦୈନନ୍ଦିନ ପୂଜାପାଠ ମଧ୍ୟ ଭୁଲିଗଲେ।ସମୟ ଗଡ଼ି ଚାଲେ ଏବଂ ଅଜାମିଳ ବୃଦ୍ଧ ହୋଇଗଲେ।ସେହି ବେଶ୍ୟା ଔରସରୁ ସେତେବେଳକୁ ତାଙ୍କର ଦଶଟି ସନ୍ତାନ ହୋଇ ସାରିଥିଲା।ଅଜାମିଳ ଅତି ସ୍ନେହ କରୁଥିବା ନିଜ ସାନ ପୁଅର ନାମ ରଖିଲେ ‘ନାରାୟଣ’।ଆଜାମିଳ ବୃଦ୍ଧକାଳରେ କେବଳ ପିଲାମାନଙ୍କ ସ୍ନେହରେ ସମୟ ବିତାଇଥିଲେ।

ମୃତ୍ୟୁ ହେଉଛି ସଂସାରର ଧ୍ରୁବସତ୍ୟ।ଅଜାମିଳଙ୍କ ମୃତ୍ୟୁ ସମୟ ସନ୍ନିକଟ ହେଲା।ହାତରେ କାଳ ଫାଶ ଧରି ଯମଦୂତ ତାଙ୍କୁ ନେବା ପାଇଁ ପହଞ୍ଚଲେ।ସେହି ସମୟରେ ଯମଦୂତଙ୍କ ଡ଼ରରେ ନିଜକୁ ରକ୍ଷା କରିବା ଲାଗି ଚିତ୍କାର କରିଲେ।‘ନାରାୟଣ’ ନାମ ଉଚ୍ଚାରଣ ମାତ୍ରେ ଭଗବାନ ବିଷ୍ଣୁ ସେଠାରେ ପହଁଞ୍ଚଲେ ଏବଂ ଅଜାମିଳଙ୍କୁ ଯମଫାଶରୁ ମୁକ୍ତ କରିଥିଲେ।
ଯମଦୂତମାନେ ଯିବାପୂର୍ବରୁ ଭଗବାନ ବିଷ୍ଣୁଙ୍କୁ ପ୍ରଶ୍ନ କରିଲେ‘‘ ପ୍ରଭୋ! ଆମେ କିନ୍ତୁ ବୁଝିପାରିଲୁନି ଯେ ଏଭଳି ପାପୀକୁ ଆପଣ କିପରି ମୁକ୍ତ କରୁଛନ୍ତି?’’ଭଗବାନ ଉତ୍ତର ଦେଲେ’’,ଅଜାମିଳ ଯେଉଁସମୟରେ ‘ନାରାୟଣ’-ଏହି ଚାରି ଅକ୍ଷରର ଉଚ୍ଚାରଣ କରିଥିଲେ,ସେହି ସମୟରେ ତା’ର ସମସ୍ତ ପାପ ନାଶ ହୋଇଗଲା।ଠିକ୍‌ ଯେପରି ଅଗ୍ନି ଜାଣତବା ଅଜାଣତରେ ବି କେଉଁଠି ଲାଗିଲେ ତାହା ଭସ୍ମୀଭୂତ ହୋଇଥାଏ,ଠିକ୍‌ ସେହିପରି ମୃତ୍ୟୁ ସମୟରେ ଯେଉଁ ବ୍ୟକ୍ତି ଭଗବାନଙ୍କ ନାମକୁ ସ୍ମରଣ କରିଥାଏ,ତା’ର ମୋକ୍ଷ ଅବଶ୍ୟାମ୍ଭବୀ।ଭଗବତ୍‌ ନାମ ହେଉଛି ଭଗବତ ଧାମ ପ୍ରାପ୍ତିର ଅମୋଘ ଅସ୍ତ୍ର।’’

ପାପୀ ଅଜାମିଳ ଜୀବନ ସାରା ନାନା କୁକର୍ମରେ ଲିପ୍ତ ରହିଥିଲେ ହେଁ ‘ନାରାୟଣ’ନାମର ଉଚ୍ଚାରଣ ମାତ୍ରେହିଁ ଭଗବତ କୃପା ପ୍ରାପ୍ତିର ଅଧିକାରୀ ହୋଇଗଲେ।କ୍ଷଣମାତ୍ର,ଭଗବାତ୍‌ କୃପା ମିଳିଲେ ମନୁଷ୍ୟର ଉଦ୍ଧାର ହୋଇଯିବ।ଏହା ହେଉଛି ଭଗବତ୍‌ନାମ ର ଅମୋଘ ପ୍ରଭାବର ଆଶ୍ଚର୍ଯ୍ୟଜନକ ପରିଣାମ।ଏଣୁ ଭଗବତ୍‌ ନାମ ସ୍ମରଣକୁ ଜୀବନରେ ପ୍ରମୁଖ ସ୍ଥାନ ଦେବା ଉଚିତ୍‌। ଏହି କାରଣରୁ ହିନ୍ଦୁମାନେ ସେମାନଙ୍କର ପିଲାମାନଙ୍କ ନାମକରଣ ଠାକୁରଙ୍କ ନାଆଁରେ ରଖିଥାନ୍ତି। ଜୀବନର ଅନ୍ତିମ ସମୟରେ ପିଲାମାନଙ୍କୁ ନାମ ଧରି ଡାକିବା ଛଳରେ ଭଗବାନଙ୍କ ନାମ ସ୍ମରଣ ବି ହୋଇ ଯାଇଥାଏ।

ସମ୍ବନ୍ଧିତ ଖବର